Posted inଖେଳ

ଭାରତୀୟ ବାଳିକା, ବାଳକ ଯୋଡ଼ି ସେମିରେ

ଭୁବନେଶ୍ୱର, ୧୨।୪ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆଇଟିଏଫ୍‌ ଏସିଆନ ୧୪ ବର୍ଷରୁ କମ୍‌ ଡେଭଲପମେଣ୍ଟ ଚାମ୍ପିୟନଶିପ୍‌ ଫାଇନାଲ୍ସ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତାର ଉଭୟ ବାଳିକା ଓ ବାଳକ ଡବଲ୍ସ ସେମିଫାଇନାଲରେ ଭାରତୀୟ ଯୋଡ଼ି ପ୍ରବେଶ କରିଛନ୍ତି। ସୋମବାର ଅନୁଷ୍ଠିତ ବାଳିକା ଡବଲ୍ସ କ୍ୱାର୍ଟରଫାଇନାଲରେ ଭାରତର ମାୟା ରଜେଶ୍ୱରନ ରେବତୀ-ହରିଥା ଶ୍ରୀ ଭେଙ୍କଟେଶ ୨-୬, ୬-୪, ୧୦-୪ରେ ଥାଇଲାଣ୍ଡ ତରିତା ହଙ୍ଗ୍ସୟକ୍‌-ନାତ୍ରାଦା ସକୁଲଭଙ୍ଗଟାନାଙ୍କୁ ହରାଇ ଦେଇଛନ୍ତି। ଅନ୍ୟପକ୍ଷରେ ବାଳକ ଡବଲ୍ସରେ ପ୍ରକାଶ ଶରଣ-ଶିବ୍‌ତେଜ ଶିର୍‌ଫୁଲ ୬-୪, ୬-୩ରେ ପାକିସ୍ତାନର ହାମ୍‌ଜା ରୋମାନ-ଅବୁବାକର ତହଲା ଯୋଡ଼ିଙ୍କୁ ହରାଇ ସେମିଫାଇନାଲରେ ପହଞ୍ଚତ୍ଛନ୍ତି।
ବାଳିକା ସିଙ୍ଗଲ୍ସରେ ଭାରତର ହରିଥା ଶ୍ରୀ ଭେଙ୍କଟେଶ, ମାୟା ରାଜେଶ୍ୱରନ ରେଭତୀ ଏବଂ ବାଳକ ସିଙ୍ଗଲ୍ସରେ ଶିବତେଜ ଶିରଫୁଲେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ), ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଚାଲିଥିବା ପ୍ରତିଯୋଗିତାର ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚଗୁଡ଼ିକ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏଥିରେ ହରିଥା ୬-୦, ୬-୩ ସେଟ୍‌ରେ ଶ୍ରୀଲଙ୍କାର ଗୀଥମି ରିୟାନା ଫର୍ନାଣ୍ଡୋ ଓ୍ବେଲଡେନିୟାଗେଙ୍କୁ ହରାଇ ଦେଇଛନ୍ତି। ସେହିପରି ଅନ୍ୟ ଏକ ମ୍ୟାଚରେ ମାୟା ମାଲେସିଆର ଜୁଇ ମ୍ୟାକ୍‌ଙ୍କୁ ୬-୧, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଶିବତେଜ ଉଜ୍‌ବେକିସ୍ତାନର ଅକମଲ ଅବଦୁଲାୟେଭଙ୍କୁ ୬-୩, ୬-୩ ସେଟ୍‌ରେ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି। ତେବେ ଅନ୍ୟତମ ଭାରତୀୟ ଖେଳାଳି ପ୍ରକାଶ ସରନ ପ୍ରି-କ୍ୱାର୍ଟର ଫାଇନାଲରେ ହାରି ଯାଇଛନ୍ତି। ସେ କାଜାଖସ୍ତାନର ୟାରୋସ୍ଲାଭ ପେଶେନିଚ୍‌ନିଙ୍କଠାରୁ ୩-୬, ୩-୬ ସେଟ୍‌ରେ ପରାସ୍ତ ହୋଇଛନ୍ତି। ବାଳିକା ବିଭାଗରେ ଅନ୍ୟ ଖେଳାଳିଙ୍କ ମଧ୍ୟରେ କାଜାଖସ୍ତାନର ଇଭା କୋରିଶେଭା ଓ ୟର୍କେଝାନ ଝାଣ୍ଟାୟେଭା, କୋରିଆର ଜିୟୁନ ଓ’ ଏବଂ ୟେରି ହଂ, ହଂକଂର ନିତ୍ୟା ବାଳକ୍ରିଷ୍ଣା ମଧୁରୀ, ଥାଇଲାଣ୍ଡର ତରିତା ହଂସ୍ୟୋକ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ବାଳକ ବିଭାଗରେ ହଂକଂର ଆଲେକ୍ସ ଲାପ୍‌ ହାଙ୍ଗ ହୁଇ, ଥାଇଲାଣ୍ଡର ର୍ୟୁ କୋଟିକୁଲା, ପାକିସ୍ତାନର ଅବୁବାକର ତଲ୍‌ହା, କୋରିଆର ଓନମିନ କିମ୍‌, ଥାଇଲାଣ୍ଡର ଧର୍ମା ପାଣ୍ଟରଟର୍ନ, ମାଲେସିଆର ଅକିଲ ଅଦିବି ରହିମାନ ନିଜ ନିଜ ମ୍ୟାଚରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri