Posted inଜାତୀୟ

ଭାରତୀୟ ଖାଦ୍ୟ ବ୍ୟବସ୍ଥା ବିଶ୍ୱରେ ସର୍ବୋତ୍ତମ, ପ୍ରତ୍ୟେକ ଦେଶ ଭାରତର ଖାଦ୍ୟ ଢାଞ୍ଚାକୁ…

ନୂଆଦିଲ୍ଲୀ,୧୧ା୧୦: ପୃଥିବୀ ଏବଂ ପରିବେଶ ପାଇଁ ଭାରତୀୟ ଖାଦ୍ୟ ବ୍ୟବସ୍ଥା ବିଶ୍ୱରେ ସର୍ବୋତ୍ତମ। ଗୁରୁବାର ଓ୍ବାଲର୍‌ଡ ଓ୍ବାଇଡ୍‌ ଫଣ୍ଡ୍‌ ଫର୍‌ ନେଚର(ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌) ଦ୍ୱାରା ପ୍ରକାଶିତ ଲିଭିଂ ପ୍ଲାନେଟ୍‌ ରିପୋର୍ଟ-୨୦୨୪ କହିଛି ଯେ, ଭାରତୀୟଙ୍କ ଖାଇବା ଅଭ୍ୟାସ ଗ୍ରୀନ୍‌ ହାଉସ ଗ୍ୟାସ ନିର୍ଗମନକୁ ହ୍ରାସ କରିଥାଏ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଯଦି ସମସ୍ତ ଦେଶ ଭାରତର ଢାଞ୍ଚା ଗ୍ରହଣ କରନ୍ତି, ତେବେ ୨୦୫୦ସୁଦ୍ଧା ପୃଥିବୀରେ ହୋଇଥିବା କ୍ଷତି ଯଥେଷ୍ଟ ହ୍ରାସ ପାଇବ। ଭାରତ ପରେ ଇଣ୍ଡୋନେସିଆ, ଚାଇନା, ଜାପାନ ଏବଂ ସାଉଦି ଆରବ ସର୍ବୋତ୍ତମ ଖାଦ୍ୟ ବ୍ୟବସ୍ଥା ମଧ୍ୟରେ ସ୍ଥାନ ପାଇଛନ୍ତି। ରିପୋର୍ଟରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ ଏବଂ ଆମେରିକାର ଖାଇବା ଶୈଳୀକୁ ସବୁଠାରୁ ଖରାପ ବୋଲି ବର୍ଣ୍ଣନା କରାଯାଇଛି। ଏହି ରିପୋର୍ଟରେ ଭାରତର ମିଲେଟ ମିଶନ (ନ୍ୟାଶନାଲ ମିଲେଟ ମିଶନ)କୁ ବିଶେଷ ଭାବେ ଉଲ୍ଲେଖ କରାଯାଇଛି। ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଜଙ୍ଗଲ ସମ୍ବଳ ସଂରକ୍ଷଣ ଏବଂ ପରିବେଶ ଉପରେ ମାନବ ପ୍ରଭାବକୁ ହ୍ରାସ କରିବା ପାଇଁ କାର୍ଯ୍ୟ କରେ। ୧୯୬୧ରେ ସ୍ବିଜରଲାଣ୍ଡରେ ଏହି ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା।

ଯଦି ସମସ୍ତ ଦେଶ ଭାରତର ଖାଦ୍ୟ ପଦ୍ଧତି ଗ୍ରହଣ କରନ୍ତି, ତେବେ ୨୦୫୦ ସୁଦ୍ଧା ପୃଥିବୀରେ ୮୪ ପ୍ରତିଶତ ଉତ୍ସ ଆମର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ହେବ। ଏହାର ଅର୍ଥ ହେଉଛି ୧୬ ପ୍ରତିଶତ ସମ୍ବଳ ବ୍ୟବହାର ହେବ ନାହିଁ। ଏହା ବିଶ୍ୱର ତାପମାତ୍ରାକୁ ମଧ୍ୟ ହ୍ରାସ କରିବ ଏବଂ ପରିବେଶର ସନ୍ତୁଳନକୁ ସୁଦୃଢ଼ କରିବ। ଆମେ ଆମର ୧.୫ଡିଗ୍ରୀ ସେଲ୍‌ସିୟସ ଲକ୍ଷ୍ୟଠାରୁ ବହୁତ କମ ଉତ୍ତାପ ନିର୍ଗତ କରିବୁ। ଏହା ପରିବେଶରେ ଉନ୍ନତି ଆଣିବ। ଯଦି ବିଶ୍ୱ ଆର୍ଜେଣ୍ଟିନାର ବ୍ୟବହାର ପଦ୍ଧତିକୁ ଗ୍ରହଣ କରେ ତେବେ ଏହା ସର୍ବାଧିକ ୭.୪ ପୃଥିବୀ ଆବଶ୍ୟକ କରେ।

ରିପୋର୍ଟରେ କୁହାଯାଇଛି, ଯଦି ସମଗ୍ର ବିଶ୍ୱ ଜି-୨୦ ଦେଶ ଭଳି ବଡ଼ ଦେଶର ଖାଦ୍ୟ ନମୁନା ଗ୍ରହଣ କରେ, ତେବେ ୨୦୫୦ ସୁଦ୍ଧା ଆମର ଆବଶ୍ୟକତା ପୂରଣ କରିବା ପାଇଁ ୭ଟି ପୃଥିବୀ ଆବଶ୍ୟକ ହେବ। ଏହା ୨୬୩ ପ୍ରତିଶତ ଅଧିକ ବିଶ୍ୱ ତାପମାତ୍ରା ସୃଷ୍ଟି କରିବ।

ଜଳବାୟୁ ଅନୁକୂଳ ମିଲେଟକୁ ପ୍ରୋତ୍ସାହିତ କରିବା ପାଇଁ ଭାରତର ଉଦ୍ୟମକୁ ଏହି ରିପୋର୍ଟରେ ପ୍ରଶଂସା କରାଯାଇଛି। ମିଲେଟ ସ୍ବାସ୍ଥ୍ୟ ପାଇଁ ଉତ୍ତମ ଏବଂ ଜଳବାୟୁ ପରିବର୍ତ୍ତନ ପାଇଁ ଅତ୍ୟନ୍ତ ସନ୍ତୁଳିତ। ଅଧିକ ସ୍ଥାୟୀ ଖାଦ୍ୟ ଖାଇବା ଦ୍ୱାରା ଚାଷର ଖାଦ୍ୟ ଉତ୍ପାଦନ ଆବଶ୍ୟକତା ହ୍ରାସ ପାଇବ ବୋଲି ରିପୋର୍ଟରେ କୁହାଯାଇଛି। ଏହା ଚାରଣଭୂମି ସଂଖ୍ୟା ଏବଂ କ୍ଷେତ୍ର ବୃଦ୍ଧି କରିବ। ଅଙ୍ଗାରକାମ୍ଳ ନିର୍ଗମନ ସହିତ ଏହା ମୁକାବିଲା କରିବାରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri