Posted inଖେଳ

‘ଭାରତ ପାଇଁ ବଡ଼ ଆଶ୍ୱସ୍ତିକର ବିଷୟ’ କହି ଟ୍ରୋଲ୍‌ ହେଲେ ପାକିସ୍ତାନ କ୍ରିକେଟର୍‌

ଇସଲାମାବାଦ୍‌,୨୧।୮: ପାକିସ୍ତାନର ପୂର୍ବତନ କ୍ରିକେଟର ୱାକର ୟୁନିସ ଏକ ଟୁଇଟ କରି ଟ୍ରୋଲ ହୋଇଛନ୍ତି। ପାକିସ୍ତାନ ବୋଲର ଶାହିନ ଆଫ୍ରିଦି ଏସିଆ କପ ୨୦୨୨ରୁ ବିଦାୟ ନେଇଥିବା ଖବରକୁ ଭାରତର ଉପର ଅର୍ଡର ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ବୋଲି ସେ ଟୁଇଟ୍‌ ଯୋଗେ କହିଛନ୍ତି। ଏହି ଟୁଇଟ ପରେ ଏବେ ଭାରତର ପ୍ରଶଂସକମାନେ ତାଙ୍କୁ ଟ୍ରୋଲ୍‌ କରୁଛନ୍ତି।
ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବାରୁ ଶାହିନ ଆଫ୍ରିଦି ଏସିଆ କପ୍‌ରୁ ବାଦ ପଡିଛନ୍ତି। ସେ ପାକିସ୍ତାନ ଦଳର ଆଗଧାଡିର ବୋଲର। ଗତ ଟି-୨୦ ବିଶ୍ୱକପ୍‌ରେ ସେ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ରୋହିତ ଶର୍ମା, ବିରାଟ କୋହଲି ଏବଂ କେ.ଏଲ ରାହୁଲଙ୍କ ଉଇକେଟ ନେଇ ପାକିସ୍ତାନର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏଥର ଏସିଆ କପରେ ୨୮ ଅଗଷ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ପାକିସ୍ତାନ ପ୍ରଶଂସକମାନେ ଗତଥର ଭଳି ଶାହିନଙ୍କଠାରୁ ଭଲ ବୋଲିଂ ଆଶା କରିଥିଲେ। କିନ୍ତୁ ଶନିବାର ଦିନ ଏସିଆ କପ୍‌ରୁ ବାଦ୍‌ ପଡିବା ପାକିସ୍ତାନ ଦଳର ପ୍ରଶଂସକଙ୍କୁ ଏକ ବଡ଼ ଝଟ୍‌କା ଦେଇଛି।
ପାକିସ୍ତାନର ପୂର୍ବତନ କ୍ରିକେଟର ୱାକର ୟୁନିସଙ୍କ ଶାହିନଙ୍କ ପାଇଁ ଟୁଇଟ କରିଥିଲେ,ସେ ଲେଖିଛନ୍ତି, ଶାହିନଙ୍କ ଆଘାତ ଭାରତର ଟପ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର। ତାଙ୍କୁ ଏସିଆ କପରେ ଦେଖି ପାରିବି ନାହିଁ, ଏଥିପାଇଁ ମୁଁ ନିରାଶ ଅଛି। ଶୀଘ୍ର ଫିଟ ହୋଇଯାଅ ଶାହିନ୍‌।
ୱାକରଙ୍କ ଏହି ଟୁଇଟ୍‌ ପରେ ଭାରତୀୟ ପ୍ରଶଂସକମାନେ ତାଙ୍କୁ ଟ୍ରୋଲ କରିଥିଲେ। ଜଣେ ୟୁଜର୍ସ କହିଛନ୍ତି, ମ୍ୟାଚ୍‌ ପୂର୍ବରୁ ପରାଜୟ ସ୍ବୀକାର କରୁଛି ପାକିସ୍ତାନ। ଅନ୍ୟ ଜଣେ ୟୁଜର୍ସ କହିଛନ୍ତି, ଯଦି ଆପଣଙ୍କ ଦଳ କେବଳ ଜଣେ ଖେଳାଳିଙ୍କ ସହ ଦୌଡୁଛି, ତେବେ ଆପଣଙ୍କ ଦଳ ଏକ ପରିହାସ।


Enter your email to get our daily news in your inbox.

All Right Reserved By Dharitri.Com

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ରାଶନ ଦୋକାନରେ ପୁଣି ମିଳିବ କିରୋସିନ: ଶକ୍ତି ସଙ୍କଟ ମଧ୍ୟରେ କେଉଁ ରାଜ୍ୟକୁ ମିଳିଲା ଅନୁମୋଦନ ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୩: ଆଜି ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ୩୨ ତମ ଦିନ। ଏହା ଶକ୍ତି ଯୋଗାଣ ନେଇ ଚିନ୍ତାକୁ ଆହୁରି ଘନୀଭୂତ କରିଛି। ଏହି ଶକ୍ତି ସଙ୍କଟ ମଧ୍ୟରେ,…

ବେଲଗଛରେ ଛୁଲୁଥିଲା ବିଜେଡି ନେତାଙ୍କ ସ୍ତ୍ରୀଙ୍କ ମୃତଦେହ: ପୋଲିସ କଲା ଜବତ

ନୂଆପଡ଼ା,୩୧ା୩ (ମକାରୁ ବେମାଲ):ନୂଆପଡା ସହରର ମାତାଗୁଡି ପଡାସ୍ଥିତ ଏକ ବେଲଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ହେଲେ ପୂର୍ବତନ ଯୁବ ବିଜୁ ଜନତା…

ବିଧାୟିକା, ଅଧ୍ୟକ୍ଷଙ୍କ ପୁତ୍ତଳିକା ପୋଡ଼ି ବିକ୍ଷୋଭ: ଭାଜପା କହିଲା ଗୁଣ୍ଡାରାଜ କଥା ଆସିଲାବେଳକୁ ବିଜେଡି…

କେସିଙ୍ଗା,୩୧।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନମଣ୍ଡଳୀର ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଭାରପ୍ରାପ୍ତ ଅଧ୍ୟକ୍ଷ ମୁନା ମହାନ୍ତି ତହସିଲଦାରଙ୍କୁ ଧମକ ଦେବା…

ହର୍ମୁଜରେ ଏବେ ଟିକସ ଆଦାୟ କରିବ ଇରାନ, ସଂସଦରେ ଆଇନକୁ ମିଳିଲା ମଞ୍ଜୁରୀ

ତେହରାନ,୩୧।୩: ଇରାନ ସହିତ ସଂଘର୍ଷ ପରିପ୍ରେକ୍ଷୀରେ, ଯାହା ଡରାଉ ଥିଲା ତାହା ହିଁ ଘଟିଛି। ଇରାନର ସଂସଦ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ ଉପରେ ଟୋଲ ଲାଗୁ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ପୁଣି ଆରବର୍ଷକୁ ଅପେକ୍ଷା

ପୁରୁଷୋତ୍ତମପୁର,୩୧।୩(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦଯାପନ ହେବାକୁ ଯାଉଛି। ଏହି ଶେଷ ପାଳିରେ ମା’ ତାରାତାରିଣୀ…

ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ନିଜେ ବିଷ ପିଇଦେଲେ ସ୍ବାମୀ: ହସ୍ପିଟାଲ୍‌ରେ ବଖାଣିଲେ ସବୁ ସତ, ପୋଲିସ ଖୋଜୁଛି…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଏସ.କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜ ସ୍ତ୍ରୀଙ୍କୁ ହତ୍ୟା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri