୭% ହାରରେ ଭାରତୀୟ ଅର୍ଥନୀତି ଅଭିବୃଦ୍ଧି ଆଶା

ଭୁବନେଶ୍ୱର,୨୩।୯ (ଅନୁରାଧା ମହାରଣା): ଭାରତର ଅର୍ଥନୀତି ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ୮.୨ ପ୍ରତିଶତ ହାରରେ ବୃଦ୍ଧି ପାଇଥିବାବେଳେ ଭାରତୀୟ ଅର୍ଥନୀତି ଅଭିବୃଦ୍ଧି ନେଇ ବିଭିନ୍ନ ଗବେଷଣାକାରୀ ସଂସ୍ଥା ତଥା ଅର୍ଥନୀତିଜ୍ଞ ଆକଳନ କରୁଛନ୍ତି। ଏହିକ୍ରମରେ ରବିବାର ଦେଶର ଅଗ୍ରଣୀ ଆକାଉଣ୍ଟିଂ ଏବଂ ପରାମର୍ଶଦାତା ସଂସ୍ଥା ଡେଲୋଏଟ ଆକଳନ କରିଛନ୍ତି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ପ୍ରାୟ ୭ ପ୍ରତିଶତ ହାରରେ ବୃଦ୍ଧି ପାଇବ। ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୬.୭ ପ୍ରତିଶତ ହୋଇପାରେ ବୋଲି ଡେଲୋଏଟ ପକ୍ଷରୁ ଆକଳନ କରାଯାଉଛି। ଡେଲୋଏଟ ଦକ୍ଷିଣ ଏସିଆର ସିଇଓ ରୋମାଲ ଶେଟ୍ଟୀଙ୍କ ଅନୁଯାୟୀ ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି। ଗ୍ରାମାଞ୍ଚଳରେ ଚାହିଦା ବଢ଼ୁଛି। ଏହା ବ୍ୟତୀତ ଯାନବାହନ ବିକ୍ରି ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ଚଳିତ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭ ରୁ ୭.୧ ପ୍ରତିଶତ ହୋଇପାରେ। ତେବେ ମଧ୍ୟ ପୂର୍ବ ଏବଂ ୟୁକ୍ରେନରେ ଚାଲିଥିବା ଉତ୍ତେଜନା ଏବଂ ପାଶ୍ଚାତ୍ୟ ଦେଶଗୁଡିକରେ ଅର୍ଥନୈତିକ ମନ୍ଥରତା ଭାରତର ଜିଡିପି ଅଭିବୃଦ୍ଧି ଉପରେ ମଧ୍ୟ ପ୍ରଭାବ ପକାଇବ। ରୋମାଲ ଶେଟ୍ଟୀଙ୍କ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗ ଯଥାଶୀଘ୍ର କାର୍ଯ୍ୟ ସମାପ୍ତ କରିବାକୁ ପ୍ରସ୍ତୁତ ଅଛନ୍ତି। ଭାରତ ବର୍ତ୍ତମାନ ବିଶ୍ୱର ୫ମ ବୃହତ୍ତମ ଅର୍ଥନୀତି ଏବଂ ଏହା ୫ ଟ୍ରିଲିୟନ ଡଲାର ଆଡକୁ ଗତି କରୁଛି। ଏକ ଦଶନ୍ଧି ମଧ୍ୟରେ ଆମେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହୋଇଯିବ। ଅଶୋଧିତ ତୈଳର ମୂଲ୍ୟ ହ୍ରାସ ଭାରତ ଭାରତୀୟ ଅର୍ଥନୀତିରେ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଆମେରିକାର ଫେଡେରାଲ ରିଜର୍ଭ (ୟୁଏସ ଫେଡ) ମଧ୍ୟ ସୁଧ ହାର ହ୍ରାସ କରି ଭାରତୀୟ ଅର୍ଥନୀତି ଅଭିବୃଦ୍ଧିର ପଥ ସରଳ କରିଛି। ଭାରତ ବିଶ୍ୱର ସର୍ଭିସ୍‌ କ୍ୟାପିଟାଲ ହେବ ଏବଂ ଉତ୍ପାଦନ ବୃଦ୍ଧି ପାଇଁ କୃଷି କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାର ଉପରେ ଧ୍ୟାନ ଦେବାକୁ ପଡ଼ିବ ଏବଂ ର୍ନିଦ୍ଦିଷ୍ଟ କ୍ଷେତ୍ରଗୁଡିକୁ ଖୋଜିବାକୁ ପଡ଼ିବ ଯେଉଁଠାରେ ଭାରତ ବିଶ୍ୱରେ ନିଜର ଆଭିମୁଖ୍ୟ ପ୍ରତିଷ୍ଠା କରିପାରିବ। ସୂଚନା ଥାଉକି, ପୂର୍ବରୁ ଏକାଧିକ ଅନୁସନ୍ଧାନକାରୀ ସଂସ୍ଥା ୨୦୩୦-୩୧ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବା ନେଇ ଆକଳନ କରିଛନ୍ତି। ଏଥିପାଇଁ ବାଣିଜ୍ୟ କାରବାର ଏବଂ ସାମଗ୍ରୀର ଉନ୍ନତି, ଘରୋଇ କ୍ଷେତ୍ରର ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରିବା ଏବଂ ସାଧାରଣ ପୁଞ୍ଜି ଉପରେ ର୍ନିଭରଶୀଳତା ହ୍ରାସ କରିବା ପାଇଁ ଜାରି ସଂସ୍କାର ଆବଶ୍ୟକ ବୋଲି ଅର୍ଥନିତୀ ବିଶେଷଜ୍ଞଙ୍କ ମତ ରହିଛି। ପ୍ରମୁଖ ଉଦୀୟମାନ ବଜାର ସୂଚକାଙ୍କରେ ଭାରତ ଅନ୍ତର୍ଭୂକ୍ତ ହେବା ପରେ ଭାରତୀୟ ସରକାରୀ ବଣ୍ଡରେ ବିଦେଶୀ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଛି। ଏହା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବାଣିଜ୍ୟ ସୁବିଧାକୁ ଅଧିକ କରିବା ପାଇଁ ଭାରତକୁ ଭିତ୍ତିଭୂମି ଏବଂ ଭୌଗୋଳିକ ରାଜନୈତିକ କୌଶଳ ବିକାଶ କରିବାକୁ ପଡିବ ବୋଲି ମଧ୍ୟ ଅନେକଙ୍କ ମତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୭ ବର୍ଷର ପ୍ରଚେଷ୍ଟା ୧୦ ମିନିଟରେ ଧ୍ଵଂସ, ବନ୍ୟପ୍ରାଣୀଙ୍କ ପାଇଁ ଚାଷ କାର୍ଯ୍ୟରୁ ମନ ଫେରାଉଛନ୍ତି ଚାଷୀ

ଭଞ୍ଜନଗର,୮।୨(ବାବୁଲା ପ୍ରଧାନ): ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଆବଶ୍ୟକତା ବଢୁଛି ।…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁହଁ ଖୋଲିଲେ ବିକ୍ରମ ପଣ୍ଡା, ମୁଁ ନିର୍ଦ୍ଦୋଷ….

ବ୍ରହ୍ମପୁର,୮।୨: ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ମୁହଁ ଖୋଲିଛନ୍ତି । ମୁଁ ଦୋଷୀ ନୁହେଁ ମୋତେ ଫସାଇ…

ପାକିସ୍ତାନ ନୁହେଁ ଏହି ଟିମ ସହ ପରବର୍ତ୍ତି ମ୍ୟାଚ ଖେଳିବ ଭାରତ, ଜାଣନ୍ତୁ କେବେ ହେବ ମୁହାଁମୁହିଁ

ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଏକ ଦମଦାର ବିଜୟ ସହିତ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ଚମକି ଉଠିଥିଲା,…

୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍, ୨୭ଜଣ ବସିଥିବା ବେଳେ….

ମୋହନା,୮।୨( ମନ୍ମଥ ମିଶ୍ର ): ଭାରସାମ୍ୟ ହରାଇ ୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍ । ତେବେ ଦୁର୍ଘଟଣାରେ ୨୦ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ…

ସେମିକଣ୍ଡକ୍ଟରରୁ ଡିଜିଟାଲ ପେମେଣ୍ଟ ପୁଣି AI ପର୍ଯ୍ୟନ୍ତ… ଭାରତ-ମାଲେସିଆ ମଧ୍ୟରେ ସ୍ବାକ୍ଷରିତ ହେଲା ୬ଟି ପ୍ରମୁଖ ଚୁକ୍ତି

କୁଆଲାଲମ୍ପୁର,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ଉପସ୍ଥିତିରେ ଭାରତ ଏବଂ ମାଲେସିଆ ମଧ୍ୟରେ ଛଅଟି ପ୍ରମୁଖ ଚୁକ୍ତି ସ୍ବାକ୍ଷରିତ ହୋଇଛି। କୁଆଲାଲମ୍ପୁରରେ…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ

ଢାକା,୮।୨: ବାଂଲାଦେଶରେ ହିନ୍ଦୁ ମୃତ୍ୟୁ ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମ୍ପର୍କରେ, ରବିବାର, ଫେବୃଆରୀ ୮ରେ ଏକ ପ୍ରମୁଖ ଖବର ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ,…

ମେଡିକାଲରୁ ଡେଇଁ ପଳାଇଲେ ଅଫିମ ଚାଷୀ : ବିଧାୟକ ଦେଲେ ପୋଲିସ ଦୋଷ 

ଟେନସା,୮।୨(ସମୀର କୁମାର ପାୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କାଲଟା ପଞ୍ଚାୟତ ନିକଟ ପୁଣ୍ଢି ପୋଖରୀ ଅଞ୍ଚଳରେ ଶନିବାର ଅଫିମ ଚାଷ ନେଇ ଚଢ଼ାଉ କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri