Categories: ବାଣିଜ୍ୟ

‘୭.୫% ବଢ଼ିପାରେ ଭାରତୀୟ ଅର୍ଥ ବ୍ୟବସ୍ଥା’

ନୂଆଦିଲ୍ଲୀ,୨୩ା୬: ଚଳିତ ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥାରେ ୭.୫% ହାରରେ ଅଭିବୃଦ୍ଧି ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତି। ଏହାଦ୍ୱାରା ଭାରତ ଏକ ଦ୍ରୁତ ଅଭିବୃଦ୍ଧି କରୁଥିବା ଅର୍ଥବ୍ୟବସ୍ଥାରେ ପରିଗଣିତ ହୋଇପାରିବ ବୋଲି ସେ କହିଛନ୍ତି। ବ୍ରିକ୍ସ ବିଜ୍‌ନେସ୍‌ ଫୋରମ୍‌ରେ ସମ୍ବୋଧନ କରି ମୋଦି କହିଛନ୍ତି, ଭାରତୀୟ ଡିଜିଟାଲ୍‌ ଅର୍ଥବ୍ୟବସ୍ଥାର ମୂଲ୍ୟ ୨୦୨୫ ସୁଦ୍ଧା ୧ ଟ୍ରିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଯିବ। ନୂଆ ଭାରତର ସମସ୍ତ ସେକ୍ଟରରେ ପରିବର୍ତ୍ତନ ଘଟୁଛି। ଆର୍ଥିକ ବିକାଶର ଏକ ପ୍ରମୁଖ ସ୍ତମ୍ଭ ଉଦ୍ୟୋଗିକ ଆଧାର ବିକାଶ । ସମସ୍ତ କ୍ଷେତ୍ରରେ ଆବିଷ୍କାରକୁ ଗୁରୁତ୍ୱ ଦିଆଯାଉଥିବା ମୋଦି କହିଛନ୍ତି। ବ୍ରିକ୍ସ ବିଜ୍‌ନେସ ଫୋରମ୍‌ ବିଶ୍ୱର ୫ଟି ଦ୍ରୁତ ବିକାଶଶୀଳ ଦେଶ ଯଥା- ବ୍ରାଜିଲ୍‌,ଚାଇନା, ରୁଷିଆ, ଭାରତ, ଦକ୍ଷିଣ ଆଫ୍ରିକାକୁ ଏକାଠି କରିଥାଏ।

Share