Posted inଖେଳ

ପାକିସ୍ତାନ ହାରିବା ପଛରେ ଭାରତୀୟ ବଂଶୋଦ୍ଭବ

ମୋନାକ ପଟେଲ
ଅହମଦାବାଦ ଜନ୍ମିତ ମୋନାକ ପଟେଲ ଆମେରିକା କ୍ରିକେଟ ଦଳର ଅଧିନାୟକ। ମ୍ୟାଚ ବିଜୟୀ ଅର୍ଦ୍ଧଶତକ ପାଇଁ ପ୍ଲେୟର ଅଫ୍‌ ଦି ମ୍ୟାଚ ହୋଇଥିବା ମୋନାକ ଭାରତରେ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପରେ ଆମେରିକାର ପେସାଦାର ଖେଳାଳି ହୋଇଥିଲେ। ୨୦୧୦ରେ ସେ ଗ୍ରୀନ୍‌କାର୍ଡ ପାଇଥିଲେ ଏବଂ ୨୦୧୬ରେ ସ୍ଥାୟୀଭାବେ ନ୍ୟୁ ଜର୍ସିରେ ବସବାସ କରିଥିଲେ। ଜଣେ ହାର୍ଡ ହିଟିଂ ଡାହାଣହାତୀ ବ୍ୟାଟରଭାବେ ପରିଚିତ ମୋନାକ ଯେତେବେଳେ ଜାତୀୟ ଦଳ ପକ୍ଷରୁ ଖେଳୁ ନ ଥାନ୍ତି ସପ୍ତାହରେ ୩ ଦିନ ପିଲାମାନଙ୍କୁ ନେଇ କୋଚିଂ କ୍ଲିନିକ୍‌ କରି କ୍ରିକେଟ ଶିକ୍ଷା ଦେଇଥାନ୍ତି। ପୂର୍ବରୁ ଆମେରିକାରେ ବହୁତ କମ୍‌ ଟର୍ଫ ଉଇକେଟ ଥିଲା। ତେଣୁ ମୋନାକ ଦେଶର ବିଭିନ୍ନ ସ୍ଥାନରେ ମ୍ୟାଟିଂ ଉଇକେଟରେ ୨୦ ଓ ୩୦ ଓଭର ବିଶିଷ୍ଟ କ୍ଲବ କ୍ରିକେଟ ଖେଳୁଥିଲେ।
ସୌରଭ ନେତ୍ରାଭଲ୍କର
ସୁପର ଓଭରରେ ଚମତ୍କାର ବୋଲିଂ କରି ପାକିସ୍ତାନକୁ ପରାଜୟ ସ୍ବାଦ ଚଖାଇଥିବା ମ୍ୟାନ ଅଫ୍‌ ଦି ମୋମେଣ୍ଟ ହେଉଛନ୍ତି ସୌରଭ ନେତ୍ରାଭଲ୍କର। ପୂର୍ବରୁ ପାକିସ୍ତାନ ଇନିଂସ ସମୟରେ ମଧ୍ୟ ସେ ଘାତକ ବୋଲିଂ କରି ଆଉଟ ସୁଇଙ୍ଗର ମାଧ୍ୟମରେ ମହମ୍ମଦ ରିଜଓ୍ବାନ ଏବଂ ସ୍ଲୋ ଫୁଲଟସ ସହାୟତାରେ ଇଫ୍‌ତିକାର ଅହମଦଙ୍କୁ ଆଉଟ କରି ପାକିସ୍ତାନକୁ ବ୍ୟାକ୍‌ଫୁଟରେ ରଖିଥିଲେ। ପାଠପଢ଼ା ଏବଂ ଖେଳ ମଧ୍ୟରେ ସେ ଉତ୍ତମ ସମନ୍ବୟ ରଖି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ମୁମ୍ବାଇର ସୌରଭ ୨୦୧୦ରେ ଭାରତୀୟ ୧୯ ବର୍ଷରୁ କମ୍‌ ବିଶ୍ୱକପ ଦଳର ସଦସ୍ୟ ଥିଲେ। ସେତେବେଳେ ସେ ‘ନେତ୍ରା’ ଭାବେ ଭାରତୀୟ କ୍ରିକେଟ ମହଲରେ ପରିଚିତ ଥିଲେ ଏବଂ ୧୯ ବର୍ଷରୁ କମ୍‌ ଇଂଲଣ୍ଡ କ୍ରିକେଟର ଗୋଲ୍ଡେନ ବ୍ୟାଚ୍‌ ଜୋ ରୁଟ୍‌, ଜୋସ ବଟଲର, ବେନ୍‌ ଷ୍ଟୋକ୍ସ ପ୍ରଭୃତି ଇଂଲଣ୍ଡ ଖେଳାଳିଙ୍କୁ ବୋଲିଂ କରିଥିଲେ। ବିଶ୍ୱକପ୍‌ରେ ସେ ଜୟଦେବ ଉନାଡକଟ୍‌ ଏବଂ ସନ୍ଦୀପ ଶର୍ମାଙ୍କ ବୋଲିଂ ପାର୍ଟନର ଥିଲେ।
କେବଳ ଭଲ ଖେଳିଲେ ମୁମ୍ବାଇ କ୍ରିକେଟରେ ତିଷ୍ଠି ରହିବା କଷ୍ଟକର ହୋଇଥାଏ। ଏଥିପାଇଁ ସବୁବେଳେ ଶ୍ରେଷ୍ଠ ଦେଖାଇବାକୁ ପଡ଼ିଥାଏ। ସୌରଭ ଭଲ ପଢ଼ୁଥିଲେ ଏବଂ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ। ସୌଭାଗ୍ୟକ୍ରମେ ସେ ଆମେରିକାର କର୍ନେଲ ବିଶ୍ୱବିଦ୍ୟାଳୟରେ ଏମ୍‌ଏସ୍‌ କରିବା ପାଇଁ ସ୍କଲାରଶିପ୍‌ ପାଇ ଯାଇଥିଲେ। ତେବେ ସେ କ୍ରିକେଟ ଛାଡ଼ି ନ ଥିଲେ। ଆମେରିକା କ୍ରିକେଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କଲେ ଏବଂ ଆଗକୁ ବଢ଼ିଲେ। ମେଜର ଲିଗ୍‌ କ୍ରିକେଟର ପ୍ରଥମ ସଂସ୍କରଣରେ ସେ ପ୍ରଭାବୀ ପ୍ରଦର୍ଶନ କଲେ ଏବଂ ବିଶ୍ୱକପ୍‌ ପାଇଁ ଆମେରିକା ଦଳରେ ସ୍ଥାନ ପାଇବାର ସୁଯୋଗ ହାସଲ କଲେ। କ୍ରିକେଟ କ୍ୟାରିୟର ଛାଡ଼ିଦେଲେ ସିଲିକନ ଭାଲିରେ ଥିବା ଓରାକ୍‌ଲ ଅଫିସରେ ସେ ଜଣେ ସିନିୟର ଟେକ୍ନିସିଆନ।
ହରମିତ ସିଂ
୨୦୧୨ରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍‌ରେ କରିସ୍ମା ଦେଖାଇବା ପରେ ଇଆନ ଚାପେଲ ଚାହୁଁଥିଲେ ସେ ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ ହୁଅନ୍ତୁ। ମାତ୍ର ଭାଗ୍ୟରେ ଅନ୍ୟକିଛି ଲେଖା ଥିଲା। ସେ ପଥହରା ହେଲେ। ରେଲଓ୍ବେ ଷ୍ଟେଶନ ଭିତରେ କାର ଡ୍ରାଇଭିଂ ଅଭିଯୋଗରେ ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକ ରଖିଲେ। ବିଶୃଙ୍ଖଳିତ ଆଚରଣ ପାଇଁ ମୁମ୍ବାଇ କ୍ରିକେଟରେ ତିଷ୍ଠିବା ତାଙ୍କ ପାଇଁ ଅସମ୍ଭବ ହେଲା। ସେ ପେସାଦାର କ୍ରିକେଟ ଖେଳିବା ପାଇଁ ତ୍ରିପୁରା ଗଲେ, ମାତ୍ର ସେଠାରେ ମଧ୍ୟ ବିଶେଷ ସଫଳତା ପାଇଲେ ନାହିଁ। ସେ ଦେଶ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଏହା ତାଙ୍କ ଭାଗ୍ୟ ବଦଳାଇଲା। ଆମେରିକାରେ ସେ ନିଜ କ୍ରିକେଟ ପ୍ରତିଭାକୁ ବିକଶିତ କରିବାରେ ସକ୍ଷମ ହେଲେ ଏବଂ ଗତ ବାଂଲାଦେଶ ବିପକ୍ଷ ସିରିଜରେ ଜଣେ ସ୍ଥିର ପ୍ରଦର୍ଶନକାରୀଭାବେ ଉଭା ହେଲେ। ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷ ସୁପର ଓଭରରେ ବିଚକ୍ଷଣ ଫିଲ୍ଡିଂ ତାଙ୍କ ଫିଟ୍‌ନେସର ପରିଚୟ ଦିଏ।
ନସ୍‌ଥୁସ କେଞ୍ଜେ
ଜଣେ ତାମିଲ-ଆମେରିକାନ ଭାବେ ନସ୍‌ଥୁସ କେଞ୍ଜେଙ୍କ କ୍ରିକେଟ ଯାତ୍ରା ସଫଳ ରହିଛି। ସେ ଛୋଟ ଥିବାବେଳେ ପରିବାରବର୍ଗଙ୍କ ସହ ଉଟି ଯାଇ ବାମହାତୀ ମିଡିୟମ ପେସର ଭାବେ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ମାତ୍ର ପରେ ୧୩ ବର୍ଷ ବୟସରେ ସେ ସ୍ପିନ୍‌ ବୋଲିଂକୁ ଆପଣେଇଲେ। ୧୮ ବର୍ଷ ବୟସରେ କେଞ୍ଜେଙ୍କ ପରିବାର ତାଙ୍କୁ ବେଙ୍ଗାଲୁରୁ ପଠାଇଲେ। ସେଠାରେ ସେ କର୍ନାଟକ ଷ୍ଟେଟ୍‌ କ୍ରିକେଟ ଆସୋସିଏଶନ ପକ୍ଷରୁ ପ୍ରଥମ ଡିଭିଜନ ଲିଗ୍‌ ଖେଳିଲେ। କର୍ନାଟକ ରାଜ୍ୟ ପକ୍ଷରୁ ଖେଳିବା କଷ୍ଟକର ଜାଣିବା ପରେ ସେ ଜନ୍ମସ୍ଥାନକୁ ଫେରିଆସି ବାୟୋ-ମେଡିକାଲ ଇଞ୍ଜିନିୟରିଂ ପଢ଼ିଲେ। ନିଜ ରାଜ୍ୟକୁ ଆସିଲେ ତାଙ୍କୁ କ୍ରିକେଟ ଅନ୍ଧକାର ହେବ ବୋଲି ଜାଣି ମଧ୍ୟ ଚିନ୍ତିତ ନ ଥିଲେ। ମାତ୍ର ତାଙ୍କ ମା’ ସୁଟ୍‌କେଶ୍‌ରେ ଏକ କ୍ରିକେଟ ବଲ୍‌ ରଖି ଦେଇଥିଲେ ଏବଂ ଏହାପରେ ଯାହା ହେଲା ତାହା ଇତିହାସ ପାଲଟିଗଲା। ସେ ଓ୍ବାଶିଂଟନରେ ଚାକିରି ପାଇ ଆମେରିକା ଆସିଲେ। ସନ୍ଧ୍ୟା ସମୟରେ ସ୍କ୍ବାଶ୍‌ ଖେଳିବାବେଳେ ସେ ନ୍ୟୁ ୟର୍କ କ୍ଲବ କ୍ରିକେଟ ସମ୍ପର୍କରେ ଜାଣିବାକୁ ପାଇଲେ। ଏହାପରେ ସମୟକ୍ରମେ ସେ ବାୟୋ-ମେଡିକାଲ ଅଫିସର ଚାକିରି ଛାଡ଼ିଦେଲେ ଏବଂ ଆମେରିକା ପକ୍ଷରୁ ଆଇସିସିର ଡବ୍ଲ୍ୟୁସିଏଲ୍‌ ଡିଭିଜନ୍‌-୪ କ୍ରିକେଟ ଖେଳିଲେ। ପାକିସ୍ତାନ ବିପକ୍ଷରେ ସେ ବୋଲିଂ ଆକ୍ରମଣ ଆରମ୍ଭ କରି ଉସମାନ ଖାଁ, ଶଦାବ ଖାଁ, ଆଜମ ଖାଁଙ୍କ ଉଇକେଟ ନେଇ ଆମେରିକାର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
ମିଲିନ୍ଦ କୁମାର
ପିଲାବେଳେ ମିଲିନ୍ଦ କୁମାର ଦିଲ୍ଲୀ ସର୍କିଟରେ ଜଣେ ପ୍ରତିଭାସମ୍ପନ୍ନ କ୍ରିକେଟରଭାବେ ପରିଚିତ ଥିଲେ। ମାତ୍ର ପରେ ଭଲ ପ୍ରଦର୍ଶନ ନ ରହିବାରୁ ତାଙ୍କୁ ରଣଜୀ ଟ୍ରଫିରେ ଲୋୟର ଅର୍ଡରରେ ବ୍ୟାଟିଂ ସୁଯୋଗ ମିଳିଲା। ଫଳରେ ସିକ୍କିମ ଶିଫ୍ଟ ହୋଇ ପ୍ଲେଟ୍‌ ଲିଗ୍‌ରେ ଖେଳିଲେ। ୧୩୦୦ରୁ ଊର୍ଦ୍ଧ୍ୱ ରନ କଲେ ମଧ୍ୟ ତାଙ୍କୁ ଆଶାନୁରୂପ ଲୋକପ୍ରିୟତା ମିଳି ନ ଥିଲା। କୋଭିଡ୍‌-୧୯ ପରେ ସେ ଆମେରିକା ଚାଲି ଯାଇଥିଲେ ଏବଂ ସେଠାରେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କଲେ। ଫଳସ୍ବରୂପ ଆମେରିକା ବିଶ୍ୱକପ ଦଳରେ ତାଙ୍କୁ ସୁଯୋଗ ମିଳିଲା। ସେ ଜଣେ ବିଚକ୍ଷଣ ଫିଲ୍ଡରଭାବେ ପରିଚିତ। ସୁପର ଓଭରରେ ତାଙ୍କର ଡାଇଭିଂ କ୍ୟାଚ୍‌ ଇଫ୍‌ତିକାର ଅହମଦଙ୍କୁ ପ୍ୟାଭିଲିୟନ ପଥ ଦେଖାଇଥିଲା ଏବଂ ପାକିସ୍ତାନର ବିଜୟ ସମ୍ଭାବନା ଶେଷ ହୋଇଯାଇଥିଲା।
ନୀତୀଶ କୁମାର
ଭାରତୀୟ ବଂଶୋଦ୍ଭବ ନୀତୀଶ କୁମାର ପ୍ରଥମେ କାନାଡ଼ା ଏବଂ ପରେ ଆମେରିକା ପକ୍ଷରୁ କ୍ରିକେଟ ଖେଳୁଛନ୍ତି। ୨୦୧୧ରେ ଯେତେବେଳେ ମହେନ୍ଦ୍ର ସିଂ ଧୋନୀ ବିଶ୍ୱକପ୍‌ ବିଜୟୀ ଛକା ମାରିଲେ ଏବଂ ବିରାଟ କୋହଲି ଭାରତର ପରବର୍ତ୍ତୀ ଶ୍ରେଷ୍ଠ କ୍ରିକେଟରଭାବେ ଉଭା ହେଲେ ସେତେବେଳେ ସ୍କୁଲ ଯାଉଥିବା ନୀତୀଶ ଏକ ବିଶ୍ୱରେକର୍ଡର ଅଧିକାରୀ ହୋଇଥିଲେ। ସେ ୧୬ ବର୍ଷ ୨୮୩ ଦିନର ହୋଇଥିବାବେଳେ କାନାଡ଼ା ପକ୍ଷରୁ ଜିମ୍ବାଓ୍ବେ ବିପକ୍ଷରେ ୫୦ ଓଭର ବିଶ୍ୱକପ ମ୍ୟାଚ ଖେଳି ବିରଳ ରେକର୍ଡ କରିଥିଲେ। ଏହାର ୧୩ ବର୍ଷ ପରେ ଗତ ପାକିସ୍ତାନ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚରେ ହାରିସ ରୌଫଙ୍କ ଶେଷ ବଲ୍‌କୁ ବାଉଣ୍ଡାରୀ ମାରି ସେ ଉଲ୍ଲସିତ ହୋଇଥିଲେ।
ଯଶଦୀପ ସିଂ
ପଞ୍ଜାବର ଯଶପ୍ରୀତ୍‌ ସିଂ ନ୍ୟୁ ଜର୍ସିରେ ଜନ୍ମିତ। କଠିନ ପରିଶ୍ରମ ଯୋଗୁ ସେ ଏବେ ଆମେରିକା କ୍ରିକେଟ ଦଳର ଜଣେ ନିୟମିତ ସଦସ୍ୟ। ପାକିସ୍ତାନ ବଂଶୋଦ୍ଭବ ଅଲୀ ଖାଁଙ୍କ ସହ ଆମେରିକା ଦଳର ପେସ୍‌ ଆକ୍ରମଣ ସମ୍ଭାଳି ଆସୁଛନ୍ତି। ଗତ ବିଶ୍ୱକପ୍‌ ମ୍ୟାଚରେ ସେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ଉଇକେଟ ନେଇ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ଏହା ବର୍ତ୍ତମାନ ସୁଦ୍ଧା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ବଲ୍‌ ବୋଲି ବିବେଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ନିଷ୍ପତ୍ତି: ଓଟଙ୍କୁ ମିଳିବ ପାସପୋର୍ଟ

ରିଆଦ୍‌,୬ା୨:ଓଟଙ୍କୁ ନେଇ ସାଉଦି ଆରବ ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି, ଯାହାକି ସାରା ଙ୍କ ପକ୍ଷରୁ ପାସ୍‌ପୋର୍ଟ ଦିଆଯିବ। ପାରମ୍ପରିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ସାଉଦି…

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri