Categories: ଖେଳ

ଭାରତୀୟ କ୍ରିକେଟ୍‌ ଦଳର ଏହି ସ୍ପିନରଙ୍କ ଭାବି-ସ୍ତ୍ରୀଙ୍କ ନୃତ୍ୟ ଭିଡିଓ ଭାଇରାଲ: ସୋସିଆଲ ମିଡିଆରେ ଚର୍ଚ୍ଚା

ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କର ନିକଟରେ ନୃତ୍ୟଶିଳ୍ପୀ ଧନଶ୍ରୀ ବର୍ମାଙ୍କ ସହ ନିର୍ବନ୍ଧ ହୋଇଥିଲା। ଯଦିଓ ଧନଶ୍ରୀ ଜଣେ ଡାକ୍ତର, ସେ ମଧ୍ୟ ଜଣେ ନୃତ୍ୟଶିଳ୍ପୀ ଭାବରେ ଜଣାଶୁଣା। ତେବେ ବର୍ତ୍ତମାନ ଧନଶ୍ରୀଙ୍କ ନୃତ୍ୟର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଭିଡିଓ ଦେଖିବା ମାତ୍ରେ କେହିବି ତାଙ୍କ ନୃତ୍ୟର ପ୍ରଶଂସା ନ କରି ରହିପାରିବେନି।

ଏହି ଭିଡିଓରେ ଧନଶ୍ରୀ ଏକ ପଞ୍ଜାବୀ ଗୀତରେ ନାଚୁଛନ୍ତି। ୟୁଜବେନ୍ଦ୍ରଙ୍କ ଭାବିସ୍ତ୍ରୀଙ୍କ ପ୍ରଥମେ କଳା ପ୍ୟାଣ୍ଟ ଏବଂ କୋଟ୍‌ ପିନ୍ଧି ଡ୍ୟାନ୍ସ କରିଥିଲେ। ପରେ ସେ ଭାରତୀୟ ପାରମ୍ପରିକ ପୋଷାକ ଯଥା ‘ଲେହେଙ୍ଗା’ ପିନ୍ଧି ନାଚୁଥିବାର ନଜର ଆସିଥିଲେ।

ଧନଶ୍ରୀ ଏକ ନୀଳ ଲେହେଙ୍ଗାରେ ପିନ୍ଧି ଡ୍ୟାନ୍ସ କରୁଥିଲେ। ଯାହା ତାଙ୍କୁ ଖୁବ୍‌ ମାନୁଥିଲା। ଖୋଲା କେଶ ତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଅଧିକ ସୁନ୍ଦର କରୁଥିଲା। ଦର୍ଶକ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି।

ଚହଲ ଶନିବାର ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ, ଉଭୟେ ବିବାହ ହଁ କହିଛନ୍ତି। ପରେ ପ୍ରଶଂସକ ଏବଂ ସେଲିବ୍ରିଟି ୟୁଜବେନ୍ଦ୍ର ଏବଂ ଧନଶ୍ରୀଙ୍କୁ ଅନେକ ଅଭିନନ୍ଦନ ଜଣାଉଛନ୍ତି। ସେମାନଙ୍କ ଏକାଠି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ ।

ସୋସିଆଲ ମିଡିଆରେ ଧନଶ୍ରୀ ବହୁତ ଆକ୍ଟିଭ ରହୁଛନ୍ତି। ଧନଶ୍ରୀ ବୃତ୍ତିରେ ଜଣେ ଦାନ୍ତ ଡାକ୍ତର। କିନ୍ତୁ ସେ ନୃତ୍ୟ ଏବଂ କୋରିଓଗ୍ରାଫିକୁ ବହୁତ ଭଲ ପାଆନ୍ତି। ଇନଷ୍ଟାଗ୍ରାମ ଏବଂ ଯୁଟ୍ୟୁବ୍‌ରେ ତାଙ୍କର ଫଲୋଅର୍ସଙ୍କ ସଂଖ୍ୟା ଅଧିକ।

Share