Posted inଖେଳ

ହୃଦ୍‌ଘାତରେ ଚାଲିଗଲା ଭାରତୀୟ କ୍ରିକେଟର୍‌ଙ୍କ ଜୀବନ: କ୍ରିକେଟ୍‌ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୨୪।୬: ପୂର୍ବତନ ଭାରତୀୟ କ୍ରିକେଟର ଦିଲୀପ ଦୋଷୀଙ୍କ ଦେହାନ୍ତ ହୋଇଛି। ଦିଲୀପ ଲଣ୍ଡନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ବହୁ ଦଶନ୍ଧି ଧରି ଲଣ୍ଡନରେ ରହୁଥିଲେ। ତାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ସେ ୩୨ ବର୍ଷ ବୟସରେ ଟେଷ୍ଟ କ୍ରିକେଟରେ ପ୍ରବେଶ କରିଥିଲେ ଏବଂ ମାତ୍ର ଚାରି ବର୍ଷର କ୍ୟାରିୟରରେ ଦିଲୀପ ଦୋଷୀ ୧୦୦ରୁ ଅଧିକ ଉଇକେଟ ନେଇଥିଲେ। ସେ ହଠାତ୍‌ କ୍ରିକେଟରୁ ନିଜକୁ ଦୂରେଇ ରଖିଥିଲେ। ଦିଲୀପ ତାଙ୍କ କ୍ରିକେଟ କ୍ୟାରିୟର ଉପରେ ଏକ ଆତ୍ମଜୀବନୀ ମଧ୍ୟ ଲେଖିଛନ୍ତି, ଯାହାର ନାମ ହେଉଛି ସ୍ପିନ ପଞ୍ଚ।

ଦିଲୀପ ଦୋଷୀ ଭାରତର ଜଣେ ବାମହାତୀ ସ୍ପିନ ବୋଲର ଥିଲେ। ସେ ୧୯୭୯ ରୁ ୧୯୮୩ ମଧ୍ୟରେ ଭାରତର ଅନ୍ତର୍ଜାତୀୟ ଦଳର ଅଂଶ ଥିଲେ। ସେ ୩୨ ବର୍ଷ ବୟସରେ ତାଙ୍କର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ସେ ତାଙ୍କ କ୍ୟାରିୟରରେ ଭାରତ ପାଇଁ ୩୩ ଟେଷ୍ଟ ଏବଂ ୧୫ ଦିନିକିଆ ଖେଳିଥିଲେ। ଦିଲୀପ ଦୋଷୀ ୩୩ ମ୍ୟାଚ ରେ ୧୧୪ ୱିକେଟ ନେଇଥିଲେ। ସେହି ସମୟରେ, ସେ ଛଅ ଥର ୫ ଉଇକେଟ ନେବାର ରେକର୍ଡ କରିଛନ୍ତି।

ଦିଲୀପ ତାଙ୍କ କ୍ୟାରିଅରରେ ୧୫ଟି ଦିନିକିଆ ଖେଳିଥିଲେ, ଯେଉଁଥିରେ ସେ ୩.୯୬ ଇକୋନୋମି ସହିତ ବୋଲିଂ କରି ମୋଟ ୨୨ଟି ଉଇକେଟ ନେଇଥିଲେ। ଏହା ବ୍ୟତୀତ ସେ ପ୍ରଥମ ଶ୍ରେଣୀ କ୍ରିକେଟ ମଧ୍ୟ ଖେଳିଛନ୍ତି। ସେ ସୌରାଷ୍ଟ୍ର, ବେଙ୍ଗଲ, ବର୍କଶାୟାର ଏବଂ ନଟିଂହାମଶାୟାର ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି।

ଦିଲୀପ ଦୋଷୀଙ୍କ ପରିବାରରେ ତାଙ୍କ ପତ୍ନୀ କାଳିନ୍ଦୀ, ଗୋଟିଏ ପୁଅ ନୟନ ଏବଂ ଗୋଟିଏ ଝିଅ ବିଶାଖା ଅଛନ୍ତି। ତାଙ୍କ ପୁଅ ନୟନ ମଧ୍ୟ ସୌରାଷ୍ଟ୍ର ଏବଂ ସରେ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି। ଦିଲୀପ ତାଙ୍କ ପରିବାର ସହିତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଲଣ୍ଡନରେ ରହୁଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri