Posted inଖେଳ

‘କୋଟିଏ ନ ଦେଲେ ତୁମକୁ ଜୀବନରୁ ମାରିଦେବୁ’…ମହମ୍ମଦ ଶାମିଙ୍କୁ ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ,୫।୫: ଉତ୍ତର ପ୍ରଦେଶର ଆମରୋହା ନିବାସୀ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମିଳିଛି ହତ୍ୟା ଧମକ। ଇମେଲ ମାଧ୍ୟମରେ ତାଙ୍କୁ ଏହି ଧମକ ମିଳିଛି। ଏନେଇ ଶାମିଙ୍କ ଭାଇ ହସିବ ଆମରୋହା ପୋଲିସ ନିକଟରେ ପହଞ୍ଚିଥିଲେ। ଆମରୋହା ଏସ୍‌ପି ଅମିତ କୁମାର ଆନନ୍ଦଙ୍କ ନିର୍ଦ୍ଦେଶ ପରେ ସାଇବର ସେଲ୍‌ରେ ଏହି ମାମଲା ସମ୍ପର୍କରେ ଏକ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଥିଲା। ତେବେ ଶାମି ରବିବାର ତାଙ୍କ ଇମେଲରେ ରାଜପୁତ ସିନ୍ଧର ନାମକ ଏକ ମେଲ ଆଇଡିରୁ ଏକ ଧମକପୂର୍ଣ୍ଣ ମେସେଜ ପାଇଥିବା ତାଙ୍କ ଭାଇ ପୋଲିସକୁ କହିଛନ୍ତି। ତେବେ ଏହି କଥା ସାମ୍ନାକୁ ଆସିବା ପରେ ଆମରୋହା ସାଇବର ସେଲ୍‌ ଟିମ୍‌ ତଦନ୍ତ ଆରମ୍ଭ କରିଛି।

ଶାମିଙ୍କୁ ମେଲରେ ହତ୍ୟା ଧମକ ଦିଆଯାଇଛି। ଏ ସଂକ୍ରାନ୍ତରେ ପ୍ରଥମେ ମେ’ ୪ରେ ଏକ ଇମେଲ ଆସିଥିଲା। ଏହାପରେ ଦ୍ୱିତୀୟ ଇମେଲ ଆଜି ସକାଳେ ଆସିଥିଲା। ସେଥିରେ ଲେଖାଯାଇଛି ଯେ ଆମେ ତୁମକୁ ହତ୍ୟା କରିବୁ। ସରକାର ଆମର କିଛି କରିପାରିବେ ନାହିଁ ବୋଲି କୁହାଯାଇଛି। କର୍ନାଟକର ରାଜପୁତ ସିନ୍ଧର ନାମକ ମେଲ୍‌ ଆଇଡିରୁ ମେଲଟି ପଠାଇଛନ୍ତି, ଯେଉଁଥିରେ ୧ କୋଟି ଟଙ୍କା ନ ଦେଲେ ଜୀବନରେ ମାରି ଦେବାକୁ ଧମକ ମିଳିଛି। ପୋଲିସ ତଦନ୍ତ କରୁଛି।

ବର୍ତ୍ତମାନ ଶାମି ଆଇପିଏଲ୍‌ ୨୦୨୫ ଟୁର୍ନାମେଣ୍ଟରେ ବ୍ୟସ୍ତ ଅଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ସେ ଖେଳୁଛନ୍ତି। ଚଳିତ ଆଇପିଏଲ୍‌ରେ ହାଇଦ୍ରାବାଦ ଟିମ୍‌ର ପ୍ରଦର୍ଶନ ସେତେଟା ଭଲ ରହିନାହିଁ। ଏଯାଏ ଦଳ ୧୦ ମ୍ୟାଚ୍‌ ଖେଳିଥିବା ବେଳେ ୭ ମ୍ୟାଚରେ ପରାଜିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri