ରୁଷିଆରୁ ତେଲ କିଣି ଭାରତୀୟ କମ୍ପାନୀ ଲାଭବାନ

ନୂଆଦିଲ୍ଲୀ୮।୮ : ଗତ କିଛି ବର୍ଷ ହେବ ଅନ୍ତଃରାଷ୍ଟ୍ରୀୟ ତୈଳ ବଜାରରେ ବିଭିନ୍ନ ସମସ୍ୟା ଲାଗି ରହିଥିବାରୁ ଉଭୟ ତୈଳ ଉତ୍ପାଦନ ଓ ଦର ମଧ୍ୟରେ ପରିବର୍ତ୍ତନ ଦେଖାଦେଇଛି। ଏପରିକି ଦର ବୃଦ୍ଧି ଓ ଉତ୍ପାଦନ ହ୍ରାସ କାରଣରୁ ଭାରତୀୟ ତୈଳ ବଜାରରେ ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ହୋଇଥିଲା। ଅପରପକ୍ଷରେ ବର୍ଷକରୁ ଅଧିକ ସମୟ ହେବ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁ ଉଭୟ ରୁଷିଆ ଓ ୟୁକ୍ରେନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଭାରତୀୟ ତୈଳ କମ୍ପାନୀଗୁଡିକ ସର୍ବାଧକ ଲାଭ ହାସଲ କରିଛନ୍ତି। ବିଶେଷକରି ଭାରତ ରୁଷିଆଠାରୁ ସୁଲଭ (ଶସ୍ତା) ମୂଲ୍ୟରେ ତୈଳ କ୍ରୟ କରି ଚାଲିଛି। ଏପରିକି ଆମେରିକା ଏବଂ ୟୁରୋପୀୟ ଭଳି ଦେଶ ରୁଷିଆ ଉପରେ ବ୍ୟବସାୟିକ କଟକଣା ଲଗାଇବା ପରେ ଭାରତ ଓ ଅନ୍ୟ ଦେଶଗୁଡ଼ିକୁୁ ରୁଷିଆ ଶସ୍ତାରେ ତେଲ ଯୋଗାଇ ଆସୁଛି। ଫଳରେ ତୈଳ କମ୍ପାନୀଗୁଡିକ ବ୍ୟାପକ ପରିମାଣରେ ଲାଭ କରୁଛନ୍ତି। ଅପରପକ୍ଷରେ ଭାରତୀୟ ତୈଳ କମ୍ପାନୀଗୁଡିକ ଦୀର୍ଘ ୨ବର୍ଷ ମଧ୍ୟରେ କୋଟି କୋଟି ଟଙ୍କାର ଲାଭ ହାସଲ କରିଥିବା କମ୍ପାନୀଗୁଡିକର ତ୍ରୈମାସିକ ଫଳାଫଳାରୁ ସ୍ପଷ୍ଟ ବାରିହୋଇ ପଡୁଛି। ତେବେ ଗତ ଜୁନ୍‌ ମାସରେ ଭାରତ ସବୁଠାରୁ ଶସ୍ତାରେ ତେଲ ପାଇଥିଲା ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ରୁଷିଆରୁ ଭାରତକୁ ଆସୁଥିବା ଅଶୋଧିତ ତୈଳର ହାରାହାରି ମୂଲ୍ୟ ୨୦୨୩ ଜୁନ୍‌ରେ ବ୍ୟାରେଲ ପିଛା ମାତ୍ର ୬୮.୧୭ ଡଲାର ଥିଲା, ଯେଉଁଥିରେ ପରିବହନ ଖର୍ଚ୍ଚ ଅନ୍ତର୍ଭୁକ୍ତ ରହିଛି। ଏପରିକି ଗତ ମେ ମାସରେ ରୁଷିଆରୁ ଆସୁଥିବା ଅଶୋଧିତ ତୈଳର ହାରାହାରି ମୂଲ୍ୟ ବ୍ୟାରେଲ ପିଛା ୭୦.୧୭ ଡଲାର ଥିଲା। ସେହିଭଳି ଗତ ଜୁନରେ ରୁଷିଆରୁ ଆମଦାନୀ କରାଯାଇଥିବା ଅଶୋଧିତ ତେଲର ବଜାର ମୂଲ୍ୟ ତୁଳନାରେ ବ୍ୟାରେଲ ପିଛା ୧୫ରୁ ୨୦ ଡଲାର ହୋଇଥିବା ବିଶେଷଜ୍ଞଙ୍କ ପକ୍ଷରୁ ଆକଳନ କରାଯାଇଛି। ସେହିପରି ବର୍ଷକ ତଳେ ଭାରତ ରୁଷିଆଠାରୁ ବ୍ୟାରେଲ ପିଛା ୧୦୦.୪୮ ଡଲାର ମୂଲ୍ୟରେ ଅଶୋଧିତ ତୈଳ ପାଉଥିଲା। ଫଳରେ ଭାରତକୁ ମିଳିଥିବା ଅଶୋଧିତ ତୈଳ ଦର ବର୍ଷକ ମଧ୍ୟରେ ଦେଢ଼ ଗୁଣ ହ୍ରାସ ପାଇଛି। ତେବେ ଶସ୍ତା ତେଲର ଲାଭ ତୈଳ କମ୍ପାନୀଗୁଡିକ ହାସଲ କରିଛନ୍ତି। ଅପରପକ୍ଷରେ ଭାରତୀୟ ଗ୍ରାହକ ଦୀର୍ଘ ୨ବର୍ଷ ହେବ ଉଚ୍ଚ ଦରରେ ତେଲ କିଣୁଛନ୍ତି। ବର୍ତ୍ତମାନ ଦେଶରେ ପେଟ୍ରୋଲ ଦର ପ୍ରାୟ ୧୦୪ ଟଙ୍କା ଥିଲାବେଳେ ଡିଜେଲ ମୂଲ୍ୟ ପ୍ରାୟ ୯୨ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri