Categories: ଖେଳ

ଓ୍ବେଷ୍ଟଇଣ୍ଡିଜ ବ୍ୟାଟରଙ୍କୁ ବାନ୍ଧି ରଖିଲେ

କୋଲକାତା,୧୬।୨: ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଚାଲିଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଦଳକୁ ୧୫୭/୭ ରନ୍‌ରେ ରଖି ଦେଇଛି ଭାରତୀୟ ଦଳ। କେବଳ ନିକୋଲାସ ପୁରାନ (୬୧ ରନ୍‌, ୪ ଚୌକା ଓ ୫ ଛକା)ଙ୍କୁ ଛାଡ଼ି ଅନ୍ୟ ସମସ୍ତ ଓ୍ବେଷ୍ଟଇଣ୍ଡିଆନ ବ୍ୟାଟରଙ୍କୁ ବାନ୍ଧି ରଖିଥିଲେ ଘରୋଇ ବୋଲରମାନେ। ଏହି ମ୍ୟାଚ୍‌ ଜରିଆରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ରବି ବିଷ୍ଣୋଇ ଏବଂ ହର୍ଶଲ ପଟେଲ ଦୁଇ ଲେଖାଏ ଉଇକେଟ ହାତେଇଥିଲେ। ଅଭିଜ୍ଞ ପେସର ଭୁବନେଶ୍ୱର କୁମାର, ଦୀପକ ଚହର, ଓ ୟୁଜବେନ୍ଦ୍ର ଚହଲ ମଧ୍ୟ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share