Posted inଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କୋହଲିଙ୍କଠାରୁ ୨ ପାଦ ଦୂରରେ ଅଛନ୍ତି ଜୟସ୍ବାଲ

ନୂଆଦିଲ୍ଲୀ,୨୮।୨: ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତୀୟ ଓପନର୍‌ ଯଶସ୍ବୀ ଜୟସ୍ବାଲ ଏକ ବଡ଼ ଲାଭ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଜୟସ୍ବାଲ ଭଲ ପ୍ରଦର୍ଶନ କରିଛନ୍ତି। ଯାହାର ଫାଇଦା ତାଙ୍କୁ ର଼୍ୟାଙ୍କିଙ୍ଗରେ ମିଳିଛି। ଟେଷ୍ଟ ର଼୍ୟାଙ୍କିଙ୍ଗରେ କୋହଲିଙ୍କ ଠାରୁ ଜୟସ୍ବାଲ ମାତ୍ର ୨ ସ୍ଥାନ ଦୂରରେ ଅଛନ୍ତି।

ଟେଷ୍ଟ ର଼୍ୟାଙ୍କିଙ୍ଗରେ ଜୟସ୍ବାଲ ଦ୍ୱାଦଶ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ବିରାଟ କୋହଲି ନବମ ସ୍ଥାନରେ ଅଛନ୍ତି। ତେବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କୋହଲି ଭାରତୀୟ ଦଳର ଅଂଶ ନୁହଁନ୍ତି। ଜୟସ୍ବାଲ ୭୨୭ ରେଟିଂ ସହିତ ଦ୍ୱାଦଶ ସ୍ଥାନକୁ ଆସିଥିବା ବେଳେ କୋହଲି ୭୪୪ ରେଟିଂ ସହିତ ୯ ନମ୍ବରରେ ଅଛନ୍ତି ।

ଟେଷ୍ଟ ର଼୍ୟାଙ୍କିଙ୍ଗର ଶ୍ରେଷ୍ଠ ୫ ବ୍ୟାଟର୍‌ଙ୍କ ମଧ୍ୟରେ କୌଣସି ଭାରତୀୟ ବ୍ୟାଟର୍‌ ସାମିଲ ନାହାନ୍ତି। ର଼୍ୟାଙ୍କିଙ୍ଗରେ ନ୍ୟୁଜିଲ୍ୟାଣ୍ଡର କେନ ୱିଲିୟମଶନ ଶୀର୍ଷ ସ୍ଥାନରେ ଅଛନ୍ତି। କିୱି ବ୍ୟାଟରଙ୍କ ପାଖରେ ୮୯୩ ରେଟିଂ ରହିଛି । ତା’ପରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଯାହାଙ୍କ ୮୧୮ ରେଟିଂ ରହିଛି। ଇଂଲଣ୍ଡର ଜୋ ରୁଟ ୭୯୯ ରେଟିଂ ସହିତ ତୃତୀୟ ସ୍ଥାନରେ, ନ୍ୟୁଜିଲ୍ୟାଣ୍ଡର ଡେରିଲ ମିଚେଲ ୭୮୦ ରେଟିଂ ସହ ଚତୁର୍ଥ ସ୍ଥାନରେ ଏବଂ ପାକିସ୍ତାନର ବାବର ଆଜାମ ୭୬୮ ରେଟିଂ ସହ ପଞ୍ଚମ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ନୂଆବର୍ଷରେ ଘର ତିଆରି ହେବ ମହଙ୍ଗା, ବୃଦ୍ଧି ପାଇବ ସିମେଣ୍ଟ ଦର, ବ୍ୟାଗ୍‌ ପିଛା…

ନୂଆଦିଲ୍ଲୀ,୨ା୧: ନୂଆବର୍ଷ ଅବସରରେ ମୁଦ୍ରାସ୍ଫୀତି ସମ୍ପର୍କରେ ନିରାଶାଜନକ ଖବର ଆସିଛି। ପ୍ରକୃତରେ କମ୍ପାନୀଗୁଡ଼ିକ ସିମେଣ୍ଟର ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ,...

LICକୁ ଲାଗିଲା ଝଟକା: ୨ ଦିନରେ ବୁଡିଗଲା ୧୧୪୦୦ କୋଟି ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୧: ସରକାରଙ୍କ ସିଗାରେଟ୍‌ ବିଡ଼ି ଏବଂ ପାନ ମସଲା ଗୁଟଖାର ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ପରେ, ITC ଶେୟାରରେ ତୀବ୍ର ହ୍ରାସ ଘଟୁଛି। ଏହା ଉଲ୍ଲେଖନୀୟ...

ଏହା ଡବଲ ଗେମ୍‌…, କ୍ରିକେଟର୍ସଙ୍କ ସହ ହ୍ୟାଣ୍ଡସେକ୍‌ ପାଇଁ କାହିଁକି ନାହିଁ ଅନୁମତି? ଜୟଶଙ୍କରଙ୍କ ସହ PAK ସ୍ପିକରଙ୍କ ହାତ ମିଳାଇବାକୁ ନେଇ…

ଇସଲାମାବାଦ/ନୂଆଦିଲ୍ଲୀ,୨।୧: ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଢାକାରେ ପାକିସ୍ତାନ ଜାତୀୟ ପରିଷଦର ବାଚସ୍ପତି ଆୟାଜ ସାଦିକଙ୍କ ସହ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ହାତ...

ହାତୀର ଟ୍ରାଙ୍କୁଲାଇଜ୍‌ ଚିକିତ୍ସା ପାଇଁ ଅନୁମତି ମାଗିଥିଲା ବନ ବିଭାଗ, ହେଲେ…

ବଲାଙ୍ଗୀର,୨ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଞ୍ଜ ବେଲଗାଁ ସେକ୍ସନ ନାରିକଟା ବିଟ୍‌ ବିଜେପୁର ପଞ୍ଚାୟତ ବର୍ଣ୍ଣି ଜଙ୍ଗଲସ୍ଥିତ ନୀମପଡ଼ା ଗାଁର ନାଳରେ ଏକ...

ଖୋଲିଲା ମଣ୍ଡି: ପ୍ରଥମ ଦିନରେ ଧାନ ଦେଲେ ଏତିକି ଚାଷୀ

ପାଟଣା,୨।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟରେ ଶୁକ୍ରବାର ରାଜ୍ୟ ଯୋଗାଣ ନିଗମ ତରଫରୁ ଧାନ ମଣ୍ଡି ଖୋଲିଛି। ପ୍ରଥମ ଦିନରେ ପାଟଣା...

ଖଣ୍ଡଗିରି ମାଘ ମେଳା ନେଇ ମେୟରଙ୍କ ସୂଚନା, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ…

ଭୁବନେଶ୍ବର, ୨/୧:  ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଲିଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ । ଖଣ୍ଡଗିରି ମାଘ...

‘କେହି ଟି-୨୦ ବିଶ୍ୱକପ ଦେଖିବେ ନାହିଁ…’ ଆଇସିସି ଉପରେ ବର୍ଷିଲେ ଅଶ୍ୱିନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୧: ପୂର୍ବତନ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ସମ୍ପର୍କରେ ନିଜର ନିରାଶା ପ୍ରକାଶ କରିଛନ୍ତି। ଅଶ୍ୱିନ କହିଛନ୍ତି ,...

ଯୁବକଙ୍କୁ ଦଳି ମାରିବା ପରେ ବି ଜଗି ରହିଛି ହାତୀ 

ଖୋର୍ଦ୍ଧା,୨।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଭୂଆସୁଣି ପାଟଣା ଗାଁରେ ଯୁବକଙ୍କୁ ଜଣେ ଯୁବକଙ୍କୁ ଏକ ଦନ୍ତା ଦଳି ଦେଇଛି। ମୃତକ ହେଲେ ପ୍ରିୟବ୍ରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri