Categories: ଖେଳ

ଦିନିକିଆ ବିଶ୍ୱକପ୍‌ରେ ସର୍ବାଧିକ ଶତକ ହାସଲ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୩୦।୯: ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌ ଅକ୍ଟୋବର ୫ରୁ ଆରମ୍ଭ ହେବ। ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ଦିନିକିଆରେ ବହୁତ ଭଲ ଫର୍ମରେ ଦେଖାଦେଇଛି। ବିଶ୍ୱକପ୍‌ରେ ଭାରତରୁ ମଧ୍ୟ ଏହିପରି ଭଲ ପ୍ରଦର୍ଶନ ଆଶା କରାଯାଉଛି। ୨୦୧୯ରେ ଖେଳାଯାଇଥିବା ବିଶ୍ୱକପ୍‌ରେ ରୋହିତ ଶର୍ମା ପାଞ୍ଚ ଶତକ ସ୍କୋର କରିଥିଲେ, ଯାହାକି ଗୋଟିଏ ସିଜନରେ ସର୍ବାଧିକ ଥିଲା। କିନ୍ତୁ ଆପଣ ଜାଣନ୍ତି କି ଦିନିକିଆ ବିଶ୍ୱକପ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ଏ ପର୍ଯ୍ୟନ୍ତ ସର୍ବାଧିକ ଶତକ ହାସଲ କରିଛନ୍ତି।

ଦିନିକିଆ ବିଶ୍ୱକପ୍‌ରେ ଭାରତ ପକ୍ଷରୁ ୩୨ ଶତକ ହାସଲ କରାଯାଇଛି । ଯେତେବେଳେ କି ୫ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ୩୧ ଶତକ ସହିତ ଦ୍ୱିତୀୟ ସ୍ଥାନରେ ରହିଛଇ। ଶ୍ରୀଲଙ୍କା ୩୫ ଶତକ ହାସଲ ଏହି ତାଲିକାରେ ତୃତୀୟ ସ୍ଥାନରେ ଥିବା ବେଳେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ୧୮ ଶତକ ସହିତ ଚତୁର୍ଥ ସ୍ଥାନରେ ଏବଂ ନ୍ୟୁଜିଲ୍ୟାଣ୍ଡ ୧୭ ଶତକ ସହିତ ପଞ୍ଚମ ସ୍ଥାନରେ ରହିଛି।

ଏହି ତାଲିକାରେ ଷଷ୍ଠ ସ୍ଥାନରେ ରହିଛି ପାକିସ୍ତାନ କ୍ରିକେଟ ଦଳ। ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍‌ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱକପ୍‌ରେ ୧୬ ଶତକ ହାସଲ କରିଛନ୍ତି। ଏହା ପରେ ଦକ୍ଷିଣ ଆଫ୍ରିକା ୧୫ ଶତକ ସହିତ ସପ୍ତମ ସ୍ଥାନରେ, ବାଂଲାଦେଶ ୫ ଶତକ ସହିତ ଅଷ୍ଟମ ସ୍ଥାନରେ ଏବଂ ୪ ଶତକ ସହିତ ନେଦରଲ୍ୟାଣ୍ଡ ୯ମ ସ୍ଥାନରେ ରହିଛି।

Share