Categories: ବାଣିଜ୍ୟ

ଇଣ୍ଡିଆନ୍‌ ବ୍ୟାଙ୍କ ଇଡିଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର,୨୫ା୮ – ଇଣ୍ଡିଆନ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଡି) ଭି.ଭି. ସେନୋୟେ ବ୍ୟାଙ୍କର ମିଶ୍ରଣ ପରେ ପ୍ରଥମଥର ପାଇଁ ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ବ୍ୟାଙ୍କର ଭୁବନେଶ୍ୱରସ୍ଥିତ କ୍ଷେତ୍ରୀୟ ମହାପ୍ରବନ୍ଧକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିବା ଏକ ମେଗା ରିଟେଲ ଏବଂ ଏମ୍‌ଏସ୍‌ଏମ୍‌ଇ ଋଣମେଳାରେ ସେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ୭ଟି ଜୋନ୍‌ର ଅଞ୍ଚଳ ମୁଖ୍ୟଙ୍କ ସହିତ ବ୍ୟାଙ୍କର ଋଣଗ୍ରହୀତାମାନେ ମଧ୍ୟ ଏଥିରେ ଯୋଗଦେଇଥିଲେ । ଏଠାରେ ଇଡି କେତେଜଣ ଋଣଗ୍ରହୀତାଙ୍କୁ ସ୍ପଟ୍‌ ଲୋନ୍‌ ମଞ୍ଜୁରୀ ଟିକେଟ ପ୍ରଦାନ କରିଥିଲେ ା ଏହି ରିଟେଲ ଏବଂ ଏମ୍‌ଏସ୍‌ଏମ୍‌ଇ ଋଣମେଳା ଅବସରରେ ୪୦୭ ଜଣଙ୍କୁ ୧୪୩କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିଲା। କାର୍ଯ୍ୟକ୍ରମରେ ବ୍ୟାଙ୍କର କ୍ଷେତ୍ରୀୟ ମହାପ୍ରବନ୍ଧକ ଏସ୍‌.ଏସ୍‌.ପି. ରୟ, ବ୍ୟାଙ୍କର ଉପ ମହାପ୍ରବନ୍ଧକ ମନୋରଞ୍ଜନ ଦାଶ, ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ଆର୍‌. ଶ୍ରୀନିବାସନ, ସହାୟକ ମହାପ୍ରବନ୍ଧକ ମନୋରଞ୍ଜନ ସାହୁ, ସଞ୍ଜୀବ ଦୁଆ, ରୂପେଶ ଅଗ୍ରୱାଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ା

Share