Posted inଜାତୀୟ

ଭାରତୀୟ ଯବାନଙ୍କ ‘ପ୍ଲାନ୍‌-୧୯୦’ ଚାଇନା ସୈନ୍ୟଙ୍କୁ ପରାସ୍ତ କରିବାକୁ ସକ୍ଷମ ହେବ…

ନୂଆଦିଲ୍ଲୀ,୨୧।୧୦: ଭାରତୀୟ ସେନା ଚାଇନାର ସୈନ୍ୟଙ୍କ ମୁକାବିଲା ପାଇଁ ଏନେ ନୂଆ ଯୋଜନା ଉପରେ କାର୍ଯ୍ୟ ଜାରି ରଖିଛି। ଶୀତ ଆସିବା ପୂର୍ବରୁ ଏବେ ଭାରତ ଏବଂ ଚାଇନା ଏଲ୍‌ଏସିରେ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛନ୍ତି। ଏଲ୍‌ଏସିରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତୀୟ ଯବାନଙ୍କୁ ନୂଆ ଟ୍ରେନିଂ ପ୍ରଦାନ କରାଯାଉଛି। ଏହାକୁୁ ‘ପ୍ଲାନ୍‌-୧୯୦’ ଭାବେ ନାମିତ କରାଯାଇଛି। ଏହା ଅନ୍ତର୍ଗତ ଭାରତୀୟ ଯବାନଙ୍କୁ ପ୍ରତିଦିନ ସମୁଦ୍ର ପତ୍ତନଠାରୁ ୧୫ ହଜାର ଫୁଟ ଉପରେ ୧୯୦ ମିନିଟର ଟ୍ରେନିଂ ଦିଆଯାଉଛି।

ପ୍ଲାନ୍‌-୧୯୦ରେ ୧୪୦ ମିନିଟର ଶାରୀରିକ ବ୍ୟାୟମ ସହିତ ମାର୍ଶଲ ଆର୍ଟକୁ ସାମିଲ କରାଯାଇଛି। ଏହା ପରେ ୫୦ ମିନିଟର ଆକ୍ରମଣାତ୍ମକ କାର୍ଯ୍ୟକଳାପ ମଧ୍ୟ ଏଥିରେ ରହିଛି। ଏଥିରେ ଶତ୍ରୁପକ୍ଷକୁ ରାଇଫଲ ସମ୍ମୁଖରେ ଥିବା ଛୁରୀ ଦ୍ୱାରା ଆକ୍ରମଣ କରିବା, ଟାୟାରକୁ ହାତୁଡ଼ିରେ ପିଟିବା, କାଠଗୋଛାକୁ କୁରାଢ଼ିରେ ଶୀଘ୍ର ହାଣିବା ଆଦି କାର୍ଯ୍ୟକୁ ସାମିଲ କରାଯାଇଛି।

ଭାରତୀୟ ସେନାର ତାୱାଙ୍ଗ ବ୍ରିଗେଡ (କୋରିଆ ବ୍ରିଗେଡ)ର ଯବାନମାନେ ଏହି ଯୋଜନା ଅନୁସରଣ କରି ନିଜକୁ ଆକ୍ରମଣାତ୍ମକ କରିଥାନ୍ତି। ଏଥିରେ ଶତ୍ରୁକୁ କୌଣସି ସୁଯୋଗ ଦିଆଯାଇ ନ ଥାଏ। ବରିଷ୍ଠ ସେନା ଅଧିକାରୀଙ୍କ ଅନୁସାରେ ଯଦି ସୀମାରେ ଅନୁପ୍ରବେଶ ଜାରି ରହେ ତେବେ ଭାରତୀୟ ସେନା ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିବାକୁ ବାଧ୍ୟ ହେବ।

ଭାରତୀୟ ସେନା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯେପରି ଉଚ୍ଚ ଶିଖରରେ ବଙ୍କର ନିର୍ମାଣ କରିଥିଲେ ସେହି ଶୈଳୀ ଉନ୍ନତ ଉପାୟରେ ଗ୍ରହଣ କରାଯିବ। ବଙ୍କରଗୁଡ଼ିକରେ ଆଧୁନିକ ଯୋଗାଯୋଗ କେନ୍ଦ୍ର, ସର୍ଭିଲାନ୍ସ ରୁମ୍‌ ସହିତ ଆର୍ଟିଲାରିର ଏକ କମାଣ୍ଡ ସେଣ୍ଟର ମଧ୍ୟ ରହିବ। ଏହା ସହାୟତାରେ ଏଲ୍‌ଏସିରେ ଶତ୍ରୁପକ୍ଷର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖାଯାଇପାରିବ।

ଭାରତୀୟ ସେନାର ‘ପ୍ଲାନ୍‌-୧୯୦’ର ଲକ୍ଷ୍ୟ ହେଉଛି ‘ କିଲ୍‌ ଆଣ୍ଡ୍‌ ବି କିଲ୍ଡ’। ଅର୍ଥାତ୍‌ ଶତ୍ରୁକୁ ହତ୍ୟା କର ଅବା ଶହୀଦ୍‌ ହୁଅ। ଏଲ୍‌ଏସି ଠାରୁ ୨.୫ କିଲୋମିଟର ଦୂରରେ ଭାରତୀୟ ସେନା ପକ୍ଷରୁ ଇତିମଧ୍ୟରେ ଏକ ସ୍ବତନ୍ତ୍ର ଯୁଦ୍ଧ ଅଭ୍ୟାସ ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri