Categories: Video

ଯବାନଙ୍କୁ ଫେସବୁକ୍ ଓ ଇନଷ୍ଟାଗ୍ରାମ ମନା

ସୋସିଆଲ ମିଡିଆ ଠାରୁ ଏବେ ଦୂରେଇ ରହିବେ ଭାରତୀୟ ଯବାନ । ସେନା ବାହିନୀରେ କାର୍ଯ୍ୟରତ ସମସ୍ତ ଯବାନ ଓ ଅଧିକାରୀଙ୍କୁ ଫେସବୁକ, ଇନଷ୍ଟାଗ୍ରାମ, ଟିକଟକ ଓ ଟ୍ରୁ କଲର ଭଳି ୮୯ଟି ଆପକୁ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇ ୧୫ ତାରିଖ ସୁଦ୍ଧା ଦେଶର ପ୍ରାୟ ୧୩ଲକ୍ଷ ସୈନ୍ୟଙ୍କୁ ଏସବୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଓହରିବା ସହ ନିର୍ଦ୍ଦାରିତ ହୋଇଥିବା ଆପଗୁଡିକୁ ନିଜ ମୋବାଇଲରୁ ହଟାଇକୁ କୁହାଯାଇଛି ।