Posted inଖେଳ

ଆମେରିକା ଦଳରେ ଭାରତୀୟ ବଂଶୋଦ୍ଭବ ମିଆ

ଭୁବନେଶ୍ୱର, ୧୧।୧୦ (କ୍ରୀଡ଼ା ପ୍ରତିନିଧି): ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ) ଜାତୀୟ ମହିଳା ଦଳ ତରଫରୁ ଏକ ଫୁଟ୍‌ବଲ ବିଶ୍ୱକପ୍‌ ଖେଳିବାରେ ମିଆ ଭୁତା ହେଉଛନ୍ତି ପ୍ରଥମ ଭାରତୀୟ ବଂଶୋଦ୍ଭବ। ତାଙ୍କ ପିଲାଦିନର ସ୍ବପ୍ନ ଥିଲା ବିଶ୍ୱକପ୍‌ ଖେଳିବା। ବିଶେଷକରି ତାଙ୍କ ପିତା ଯେଉଁ ଦେଶରେ ଜନ୍ମଗ୍ରହଣ କରି ଲାଳନପାଳନ ହୋଇଛନ୍ତି ତା’ ବିପକ୍ଷରେ। ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଖେଳିବା ଲାଗି ସେ ଭୁବନେଶ୍ୱର ଆସିଛନ୍ତି। ଆମେରିକା ମଙ୍ଗଳବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜକ ଭାରତକୁ ଭେଟିବ। ତାଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି। ଏଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ ଏ କଥା ପ୍ରକାଶ କରିଛନ୍ତି। ମିଆଙ୍କ ପିତା ଗୁଜରାଟ ରାଜ୍ୟର ରାଜକୋଟରେ ଜନ୍ମଗ୍ରହଣ କରିଛନ୍ତି। ମାତ୍ର ତାଙ୍କୁ ଯେତେବେଳେ ୧୬ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କର ଟେନିସ ପ୍ରତି ଅଶେଷ ଦୁର୍ବଳତା ରହିଥିଲା। ଏହାଛଡ଼ା ଉନ୍ନତ ଶିକ୍ଷା ଉଦ୍ଦେଶ୍ୟରେ ୟୁଏସ୍‌ ପଳାଇଥିଲେ। ପୂର୍ବରୁ ମିଆ କେତେଥର ଭାରତ ଆସିଛନ୍ତି। ଭାରତରେ ତାଙ୍କ ଜେଜେବାପା ଏବେ ମଧ୍ୟ ଜୀବିତ ଅଛନ୍ତି। ଭାରତୀୟ ସଂସ୍କୃତି ଦ୍ୱାରା ସେ ପ୍ରଭାବିତ। ଦେଶର ଐତିହ୍ୟ ପାଇଁ ସେ ନିଜେ ଗର୍ବ ଅନୁଭବ କରନ୍ତି। ମିଡ୍‌ ଫିଲ୍ଡର ମିଆ ଆମେରିକା ଦଳର ସବୁଠାରୁ ଅଭିଜ୍ଞ ଓ ପ୍ରତିଭାସମ୍ପନ୍ନ ଖେଳାଳି। ୧୭ ବର୍ଷରୁ କମ୍‌ ଜାତୀୟ ଦଳ ତରଫରୁ ଇତିମଧ୍ୟରେ ସେ ୧୦ଟି ମ୍ୟାଚ ଖେଳିସାରିଛନ୍ତି। ପୂର୍ବରୁ ସେ ଅଧିନାୟିକା ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ବର୍ତ୍ତମାନ ସେ ପିଟର୍ସବର୍ଗ ସହର ଉପକଣ୍ଠସ୍ଥିତ ମାଉଣ୍ଟ ଲେବାନନ୍‌ଠାରେ ବାସ କରୁଛନ୍ତି। ତାଙ୍କଠାରୁ ପ୍ରେରଣା ପାଇ ଅଧିକରୁ ଅଧିକ ଭାରତୀୟ ବାଳିକା ଫୁଟ୍‌ବଲ ଖେଳ ପ୍ରତି ଆଗ୍ରହୀ ହୁଅନ୍ତୁ ବୋଲି ସେ ଚାହାନ୍ତି।

ଭାରତ ବିପକ୍ଷରେ ଖେଳିବାକୁ ବ୍ୟଗ୍ର

ଆମେରିକା ଓ ଏଠାକାର ପରିବେଶ, ଜଳବାୟୁ ଭିନ୍ନ ଥିଲେ ମଧ୍ୟ ଆମେ ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ। ଗ୍ରୁପ୍‌ ଏ’ରେ ବ୍ରାଜିଲ ରହିଥିଲେ ହେଁ ଘରୋଇ ଭାରତ ମଧ୍ୟ ଆମକୁ କଡ଼ା ଚ୍ୟାଲେଞ୍ଜ ଦେବ ବୋଲି ଆମେ ପୂର୍ବାନୁମାନ କରୁଛୁ। ସେହି ଅନୁସାରେ ଆମେ ନିଜକୁ ପ୍ରସ୍ତୁତ କରୁଛୁ। ଭାରତ ବିପକ୍ଷରେ ମ୍ୟାଚ୍‌ ଖେଳିବା ପାଇଁ ଆମେ ବ୍ୟଗ୍ରତାର ସହ ଅପେକ୍ଷା କରିଛୁ ବୋଲି ଆମେରିକା ଦଳର ଅଧିନାୟିକା ମିଆ ଭୁତା ପ୍ରକାଶ କରିଛନ୍ତି। ଭୁତାଙ୍କ ବାପା ଗୁଜରାଟର ରାଜକୋଟ ବାସିନ୍ଦା। ସେମାନେ ଏବେ ଆମେରିକାରେ ରହୁଛନ୍ତି। କଳିଙ୍ଗ ଷ୍ଟାଡିୟମ ଏବଂ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତ ଅଭ୍ୟାସ ଗ୍ରାଉଣ୍ଡର ଭିତ୍ତିଭୂମି ବିଶ୍ୱସ୍ତରର।

ପ୍ରତି ମ୍ୟାଚରେ ଭିନ୍ନ ଚ୍ୟାଲେଞ୍ଜ: ଅଷ୍ଟ୍ରେନ
ବିଶ୍ୱକପ୍‌ ଖେଳିବାକୁ ଆସିଥିବା ସମସ୍ତ ଦଳ ଶକ୍ତିଶାଳୀ। କୌଣସି ଦଳକୁ ହେୟ ମନେ କରାଯାଇପାରିବ ନାହିଁ। କାରଣ ସମସ୍ତେ ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିଛନ୍ତି। ପ୍ରତ୍ୟେକ ଦଳର କିଛିନା କିଛି ଶକ୍ତିଶାଳୀ ଦିଗ ଅଛି। ଏହା ବ୍ୟତୀତ ପ୍ରତି ମ୍ୟାଚ୍‌ରେ ଭିନ୍ନ ଚ୍ୟାଲେଞ୍ଜ ମିଳିବ। ତେଣୁ ମ୍ୟାଚ୍‌ ପରେ ମ୍ୟାଚ ଖେଳି ଆମେ ଆଗକୁ ବଢ଼ିବୁ। କୌଣସି ଗୋଟିଏ ଦଳକୁ ଟାର୍ଗେଟ କରି ଖେଳିବୁ ନାହିଁ ବୋଲି ଆମେରିକା କୋଚ୍‌ ନାତାଲିଆ ଅଷ୍ଟ୍ରେନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri