Posted inଖେଳ

ପ୍ରଥମ ଟେଷ୍ଟ ଜିତିବା ସତ୍ତ୍ୱେ ଚିନ୍ତାରେ ଭାରତ: ରୋହିତ ଫେରିବା ପରେ…

ନୂଆଦିଲ୍ଲୀ,୨୭ା୧୧(ପି.ଟି.): ଭାରତୀୟ ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମା ଆଡିଲେଡରେ ଖେଳାଯିବାକୁ ଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ ପାଇଁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଭାରତୀୟ ଦଳର ବ୍ୟାଟିଂ କ୍ରମକୁ ନେଇ ଚିନ୍ତା ବଢିଛି। ଚୂଡାନ୍ତ ଏକାଦଶରେ ଯୁବ ଦେବଦତ୍ତ ପାଡିକଲଙ୍କ ସ୍ଥାନରେ ରୋହିତ ଭାରତୀୟ ଦଳରେ ଖେଳିବା ସ୍ପଷ୍ଟ। ତେବେ ରୋହିତ ଓପନ କରିବେ କି ନାହିଁ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ପ୍ରଥମ ଟେଷ୍ଟରେ ରୋହିତଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲ ଇନିଂସ ଓପନ କରିଥିଲେ। ରାହୁଲ ଚମତ୍କାର ବ୍ୟାଟିଂ ଟେକ୍‌ନିକ୍‌ ସହ ଉଭୟ ଇନିଂସରେ ଯଥାକ୍ରମେ ୨୬ ଓ ୭୭ ରନ୍‌ କରିଥିଲେ। ସେହିପରି ଶୁବମାନ ଗିଲ୍‌ଙ୍କ ଅନୁପସ୍ଥିତିରେ ରାହୁଲ ୩ ନମ୍ବର ସ୍ଥାନରେ ମଧ୍ୟ ବ୍ୟାଟିଂ କରି ପାରନ୍ତି। ତେବେ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ବ୍ୟାଟିଂ କରିଥିବା ରାହୁଲ-ଜୟସ୍ବାଲଙ୍କ ଯୋଡିରେ ପରିବର୍ତ୍ତନ ନ କରିବା ପାଇଁ ମତ ଦେଇଛନ୍ତି ଏକାଧିକ ପୂର୍ବତନ ବ୍ୟାଟର। ଅନ୍ୟପକ୍ଷରେ ରାହୁଲଙ୍କୁ ଓପନ କରିବାର ସୁଯୋଗ ଦେଇ ରୋହିତ ମଧ୍ୟକ୍ରମରେ ବ୍ୟାଟିଂ କରିବା ଉଚିତ ବୋଲି ମଧ୍ୟ ମତ ପ୍ରକାଶ ପାଇଛି।
ଭାରତ ଏ ଓ ପ୍ରଥମ ଟେଷ୍ଟରେ ଓପନର ଭାବରେ ଖେଳିଥିବା ରାହୁଲ ଟପ୍‌ ଅର୍ଡରରେ ନିଜକୁ ସେଟେଲ କରି ସାରିଛନ୍ତି। ତେଣୁ ତାଙ୍କର ଲୟ ଭାଙ୍ଗିବା ଭାରତ ପାଇଁ ବୁମେରାଙ୍ଗ ହୋଇପାରେ। ଅନ୍ୟପକ୍ଷରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବିଗତ ୫ ବର୍ଷ ହେବ ଓପନିଂ କରୁଛନ୍ତି। ରୋହିତଙ୍କ ବ୍ୟାଟରୁ ଅନ୍ତିମ ୫ ଟେଷ୍ଟରେ ରନ୍‌ ଆସି ନ ଥିବା ବେଳେ ଏହା ଭାରତରେ ଖେଳା ଯାଇଥିଲା। ଅଷ୍ଟ୍ରେଲୀୟ ଟ୍ରାକ୍‌ରେ ପେସ୍‌ ଓ ବାଉନ୍ସ ରହିଥିବା ବେଳେ ରୋହିତଙ୍କ ବ୍ୟାଟରୁ ମଧ୍ୟ କିଛି ରନ୍‌ ଆସିବା ନେଇ ଆଶା କରାଯାଏ। ୩ ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିବା ଶୁବମାନ୍‌ ଗିଲ୍‌ ହେୟାର ଲାଇନ୍‌ ଫ୍ରାକ୍ଚର କାରଣରୁ ପ୍ରଥମ ଟେଷ୍ଟରୁ ବାଦ ପଡିଥିଲେ। ତାଙ୍କ ଫିଟନେସ୍‌ ନେଇ କୌଣସି ଅପଡେଟ୍‌ ଆସି ନ ଥିବା ବେଳେ ସେ ଫିଟ୍‌ ନହେଲେ କେବଳ ଦେବଦତ୍ତ ପାଡିକଲ୍‌ ବାଦ ପଡିବାର ସମ୍ଭାବନା ରହିଛି। ଅନ୍ୟଥା ଧ୍ରୁବ୍‌ ଜୁରେଲ ମଧ୍ୟ ବାଦ ପଡି ପାରନ୍ତି।
ଦ୍ୱିତୀୟ ସ୍ପିନର ସମ୍ଭାବନା:ଆଡିଲେଡ୍‌ ଓଭାଲରେ ଖେଳା ଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଜଣେ ଅତିରିକ୍ତ ସ୍ପିନର ଖେଳାଇପାରେ। ପର୍ଥରେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କୁ ଭାରତ ବିଶ୍ରାମ ଦେଇ ଓ୍ବାଶିଂଟନ୍‌ ସୁନ୍ଦରଙ୍କୁ ଖେଳାଇଥିଲା। ୨୦୨୧ରେ ସମାନ ଗ୍ରାଉଣ୍ଡରେ ଭାରତ ପକ୍ଷରୁ ଅଶ୍ୱିନ ୪/୪୫ର ଚମତ୍କାର ବୋଲିଂ ଫିଗର ହାସଲ କରିଥିଲେ। ତେବେ ଦ୍ୱିତୀୟ ଇନିଂସରେ ଭାରତ ୩୬ ରନ୍‌ରେ ଅଲଆଉଟ ହୋଇ ପରାଜିତ ହୋଇଥିଲା। ଅନ୍ୟପକ୍ଷରେ ରବୀନ୍ଦ୍ର ଜାଡେଜାଙ୍କ ବ୍ୟାଟିଂ ବିଗତ କିଛି ବର୍ଷରେ ଚମତ୍କାର ରହିଛି। ପିଙ୍କ ବଲ୍‌ ଟେଷ୍ଟରେ ସ୍ପିନରଙ୍କ ଭୂମିକା ଗୌଣ ରହିଥିବା ବେଳେ ବ୍ୟାଟିଂ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ୨ ସ୍ପିନର ଖେଳାଇ ପାରେ ଭାରତ। ଜାଡେଜା ବିଦେଶରେ ଭଲ ପ୍ରଦର୍ଶନ କରିଥିବା ବେଳେ ଓ୍ବାଶିଂଟନ୍‌ ପର୍ଥରେ ବିରାଟ କୋହଲିଙ୍କ ସହ ୮୯ ରନ୍‌ ଯୋଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri