Posted inଖେଳ

ପ୍ରଥମ ଟେଷ୍ଟ ଜିତିବା ସତ୍ତ୍ୱେ ଚିନ୍ତାରେ ଭାରତ: ରୋହିତ ଫେରିବା ପରେ…

ନୂଆଦିଲ୍ଲୀ,୨୭ା୧୧(ପି.ଟି.): ଭାରତୀୟ ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମା ଆଡିଲେଡରେ ଖେଳାଯିବାକୁ ଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ ପାଇଁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଭାରତୀୟ ଦଳର ବ୍ୟାଟିଂ କ୍ରମକୁ ନେଇ ଚିନ୍ତା ବଢିଛି। ଚୂଡାନ୍ତ ଏକାଦଶରେ ଯୁବ ଦେବଦତ୍ତ ପାଡିକଲଙ୍କ ସ୍ଥାନରେ ରୋହିତ ଭାରତୀୟ ଦଳରେ ଖେଳିବା ସ୍ପଷ୍ଟ। ତେବେ ରୋହିତ ଓପନ କରିବେ କି ନାହିଁ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ପ୍ରଥମ ଟେଷ୍ଟରେ ରୋହିତଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲ ଇନିଂସ ଓପନ କରିଥିଲେ। ରାହୁଲ ଚମତ୍କାର ବ୍ୟାଟିଂ ଟେକ୍‌ନିକ୍‌ ସହ ଉଭୟ ଇନିଂସରେ ଯଥାକ୍ରମେ ୨୬ ଓ ୭୭ ରନ୍‌ କରିଥିଲେ। ସେହିପରି ଶୁବମାନ ଗିଲ୍‌ଙ୍କ ଅନୁପସ୍ଥିତିରେ ରାହୁଲ ୩ ନମ୍ବର ସ୍ଥାନରେ ମଧ୍ୟ ବ୍ୟାଟିଂ କରି ପାରନ୍ତି। ତେବେ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ବ୍ୟାଟିଂ କରିଥିବା ରାହୁଲ-ଜୟସ୍ବାଲଙ୍କ ଯୋଡିରେ ପରିବର୍ତ୍ତନ ନ କରିବା ପାଇଁ ମତ ଦେଇଛନ୍ତି ଏକାଧିକ ପୂର୍ବତନ ବ୍ୟାଟର। ଅନ୍ୟପକ୍ଷରେ ରାହୁଲଙ୍କୁ ଓପନ କରିବାର ସୁଯୋଗ ଦେଇ ରୋହିତ ମଧ୍ୟକ୍ରମରେ ବ୍ୟାଟିଂ କରିବା ଉଚିତ ବୋଲି ମଧ୍ୟ ମତ ପ୍ରକାଶ ପାଇଛି।
ଭାରତ ଏ ଓ ପ୍ରଥମ ଟେଷ୍ଟରେ ଓପନର ଭାବରେ ଖେଳିଥିବା ରାହୁଲ ଟପ୍‌ ଅର୍ଡରରେ ନିଜକୁ ସେଟେଲ କରି ସାରିଛନ୍ତି। ତେଣୁ ତାଙ୍କର ଲୟ ଭାଙ୍ଗିବା ଭାରତ ପାଇଁ ବୁମେରାଙ୍ଗ ହୋଇପାରେ। ଅନ୍ୟପକ୍ଷରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବିଗତ ୫ ବର୍ଷ ହେବ ଓପନିଂ କରୁଛନ୍ତି। ରୋହିତଙ୍କ ବ୍ୟାଟରୁ ଅନ୍ତିମ ୫ ଟେଷ୍ଟରେ ରନ୍‌ ଆସି ନ ଥିବା ବେଳେ ଏହା ଭାରତରେ ଖେଳା ଯାଇଥିଲା। ଅଷ୍ଟ୍ରେଲୀୟ ଟ୍ରାକ୍‌ରେ ପେସ୍‌ ଓ ବାଉନ୍ସ ରହିଥିବା ବେଳେ ରୋହିତଙ୍କ ବ୍ୟାଟରୁ ମଧ୍ୟ କିଛି ରନ୍‌ ଆସିବା ନେଇ ଆଶା କରାଯାଏ। ୩ ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିବା ଶୁବମାନ୍‌ ଗିଲ୍‌ ହେୟାର ଲାଇନ୍‌ ଫ୍ରାକ୍ଚର କାରଣରୁ ପ୍ରଥମ ଟେଷ୍ଟରୁ ବାଦ ପଡିଥିଲେ। ତାଙ୍କ ଫିଟନେସ୍‌ ନେଇ କୌଣସି ଅପଡେଟ୍‌ ଆସି ନ ଥିବା ବେଳେ ସେ ଫିଟ୍‌ ନହେଲେ କେବଳ ଦେବଦତ୍ତ ପାଡିକଲ୍‌ ବାଦ ପଡିବାର ସମ୍ଭାବନା ରହିଛି। ଅନ୍ୟଥା ଧ୍ରୁବ୍‌ ଜୁରେଲ ମଧ୍ୟ ବାଦ ପଡି ପାରନ୍ତି।
ଦ୍ୱିତୀୟ ସ୍ପିନର ସମ୍ଭାବନା:ଆଡିଲେଡ୍‌ ଓଭାଲରେ ଖେଳା ଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଜଣେ ଅତିରିକ୍ତ ସ୍ପିନର ଖେଳାଇପାରେ। ପର୍ଥରେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କୁ ଭାରତ ବିଶ୍ରାମ ଦେଇ ଓ୍ବାଶିଂଟନ୍‌ ସୁନ୍ଦରଙ୍କୁ ଖେଳାଇଥିଲା। ୨୦୨୧ରେ ସମାନ ଗ୍ରାଉଣ୍ଡରେ ଭାରତ ପକ୍ଷରୁ ଅଶ୍ୱିନ ୪/୪୫ର ଚମତ୍କାର ବୋଲିଂ ଫିଗର ହାସଲ କରିଥିଲେ। ତେବେ ଦ୍ୱିତୀୟ ଇନିଂସରେ ଭାରତ ୩୬ ରନ୍‌ରେ ଅଲଆଉଟ ହୋଇ ପରାଜିତ ହୋଇଥିଲା। ଅନ୍ୟପକ୍ଷରେ ରବୀନ୍ଦ୍ର ଜାଡେଜାଙ୍କ ବ୍ୟାଟିଂ ବିଗତ କିଛି ବର୍ଷରେ ଚମତ୍କାର ରହିଛି। ପିଙ୍କ ବଲ୍‌ ଟେଷ୍ଟରେ ସ୍ପିନରଙ୍କ ଭୂମିକା ଗୌଣ ରହିଥିବା ବେଳେ ବ୍ୟାଟିଂ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ୨ ସ୍ପିନର ଖେଳାଇ ପାରେ ଭାରତ। ଜାଡେଜା ବିଦେଶରେ ଭଲ ପ୍ରଦର୍ଶନ କରିଥିବା ବେଳେ ଓ୍ବାଶିଂଟନ୍‌ ପର୍ଥରେ ବିରାଟ କୋହଲିଙ୍କ ସହ ୮୯ ରନ୍‌ ଯୋଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri