Posted inଖେଳ

ଚହଲଙ୍କୁ ନେଇ ଚିନ୍ତାରେ ଭାରତ

ପୁଣେ,୫ା୧(ପି.ଟି) : ଗୁରୁବାର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ ପୂର୍ବରୁ ଦଳର ପ୍ରମୁଖ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଫର୍ମକୁ ନେଇ ଚିନ୍ତାରେ ଭାରତ। ପ୍ରଥମ ଟି୨୦ରେ ପଦାର୍ପଣ କରିଥିବା ଶୁବମାନ ଗିଲ୍‌ଙ୍କ ପାଓ୍ବାର ପ୍ଲେରେ ଧିମା ବ୍ୟାଟିଂ ମଧ୍ୟ ଚିନ୍ତାର ଆଉ ଏକ କାରଣ। ପ୍ରାରମ୍ଭରୁ ସେଟ୍‌ ହେବା ପରେ ଆକ୍ରମଣାତ୍ମକ ବ୍ୟାଟିଂ କରିବା ଗିଲ୍‌ଙ୍କ ଷ୍ଟାଇଲ ରହି ଆସିଛି। ସମାନ ଆଭିମୁଖ୍ୟ କାରଣରୁ ନିକଟରେ ଲୋକେଶ ରାହୁଲଙ୍କୁ ଟି୨୦ ଦଳରୁ ବାଦ୍‌ ଦିଆଯାଇଛି। ତେଣୁ ଗିଲ୍‌ଙ୍କୁ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ। ଦଳରେ ରହିଥିବା ଋତୁରାଜ ଗାଏକ୍ୱାଡ ଏବଂ ରାହୁଲ ତ୍ରିପାଠୀ ଓପନ୍‌ କରିବାରେ ସମର୍ଥ ଥିବା ବେଳେ ଗିଲ୍‌ଙ୍କ ସ୍ଥାନରେ ଉଭୟ ଖେଳାଳିଙ୍କୁ ଏକ ସୁଯୋଗ ମିଳିପାରେ। ଅନ୍ୟପକ୍ଷରେ ଉଭୟ ଅକ୍ଷର ପଟେଲ ଓ ୟୁଜବେନ୍ଦ୍ର ଚହଲ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଶ୍ରୀଲଙ୍କା ସ୍ପିନରମାନେ ରନ୍‌ ସ୍କୋରର ପର୍ଯ୍ୟାପ୍ତ ସୁଯୋଗ ଦେଇ ନ ଥିବା ବେଳେ ଦୁଇ ଭାରତୀୟ ସ୍ପିନର ମହଙ୍ଗା ରହିଥିଲେ। ଶେଷ ଓଭରରେ ଅକ୍ଷର ପଟେଲ ୧୩ ରନ୍‌ ଡିଫେଣ୍ଡ କରିବାରେ ସଫଳ ହୋଇଥିବା ବେଳେ ଚହଲ ୨ ଓଭରରେ ଦେଇଥିଲେ ୨୬ ରନ୍‌। ଦ୍ୱିତୀୟ ମ୍ୟାଚରେ ଚହଲଙ୍କ ସ୍ଥାନରେ ଓ୍ବାଶିଂଟନ୍‌ ସୁନ୍ଦରଙ୍କୁ ସୁଯୋଗ ମିଳିପାରେ।

ସାମସନଙ୍କ ସ୍ଥାନରେ ଜିତେଶ

ଦ୍ୱିତୀୟ ଟି୨୦ ପୂର୍ବରୁ ଭାରତକୁ ଝଟକା। ଆହତ ହୋଇ ସଞ୍ଜୁ ସାମସନ ଦଳରୁ ବାଦ ପଡିଥିବା ବେଳେ ବଦଳ ଖେଳାଳି ଭାବରେ ବିଦର୍ଭ ଉଇକେଟ କିପର ଜିତେଶ ଶର୍ମାଙ୍କ ନାମ ବଦଳ ଖେଳାଳି ଭାବରେ ଘୋଷଣା କରାଯାଇଛି। ଆଇପିଏଲରେ ପଞ୍ଜାବ କିଙ୍ଗ୍ସ ପାଇଁ ପ୍ରଦର୍ଶନ ଆଧାରରେ ଶର୍ମାଙ୍କୁ ଡାକରା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri