Posted inଖେଳ

ସିରିଜ ଜିତିଲା ଭାରତ, ଡିଏଲସ୍‌ ନିୟମ ଅନୁସାରେ ତୃତୀୟ ଟି-୨୦ ହେଲା ଟାଇ…

ନାପିଅର,୨୨।୧୧ : ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତରେ ତୃତୀୟ ଟି-୨୦ ଟାଇ ହୋଇଛି। ଫଳରେ ଭାରତ ୧-୦ରେ ସିରିଜ ଜିତିଛି। ବର୍ଷା ଯୋଗୁ ୯ ଓଭରରେ ସଂଗ୍ରହ ହୋଇଥିବା ରନ୍‌ ଆଧାରରେ ଡିଏଲସ୍‌ ନିୟମ ଅନୁସାରେ ମ୍ୟାଚ୍‌ ଶେଷ କରିବାକୁ ଅମ୍ପାୟାର ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ଭାରତ ୯ ଓଭରରେ ୪ ଓ୍ବିକେଟ ହରାଇ ୭୫ ରନ କରିଥିଲା। ସେହି ସମାନ ଓଭରରେ ନ୍ୟୁଜିଲାଣ୍ଡ ମଧ୍ୟ ୭୫ ରନ୍‌ କରିଥିଲା।

ନ୍ୟୁଜିଲାଣ୍ଡ ସହିତ ନାପିଅର ସ୍ଥିତ ମ୍ୟାକ୍‌ ଲିନ୍‌ ପାର୍କରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଅଧିନାୟକ ଟିମ୍‌ ସୌଥି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବୋଲିଂ କରିଥିଲା। ନ୍ୟୁଜିଲାଣ୍ଡ ୧୯.୪ ଓଭରରେ ୧୦ ଓ୍ବିକେଟ ହରାଇ ୧୬୦ ରନ କରିଥିଲା। ଫଳରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୬୧ ରହିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଓ୍ବିକେଟ କିପର ହେଭନ କୋନଓ୍ବେ ୪୯ ବଲ୍‌ ଖେଳି ସର୍ବାଧିକ ୫୯ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଗ୍ଳୋନ ଫିଲିପ୍‌ ୩୩ ବଲରେ ୫୪ ରନ୍‌ କରିଥିଲେ। ଅର୍ଶଦୀପ ସିଂ ଏବଂ ମହମ୍ମଦ ସିରାଜ ଉଭୟ ୪ଟି ଲେଖାଏ ଓ୍ବିକେଟ ନେଇଥିଲେ। ହର୍ଶେଲ ପଟେଲଙ୍କୁ ଗୋଟିଏ ଓ୍ବିକେଟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନୁ ୪୪୦ ବୋଲ୍ଟର ଝଟ୍‌କା ଦେଲା ICC: ସବୁ ସର୍ତ୍ତ….

ନୂଆଦିଲ୍ଲୀ,୯।୨: ଟି୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମ୍ୟାଚ ପାଖେଇ ଆସୁଛି। ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (PCB)…

ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ

ମୋହନା,୯ା୨(ମନ୍ମଥ ମିଶ୍ର): ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ । ୨୦୦ରୁ ଅଧିକ ଆଶା କର୍ମୀ ଧାରଣାରେ ବସିଛନ୍ତି । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ…

‘ଆମେ ଦୁଇ ଆମର ଦୁଇ ଡଜନ, ମୋ ମା’ଙ୍କର ୭୨ ନାତୁଣୀ-ନାତି’, ମୋହନ ଭାଗବତଙ୍କୁ କଡ଼ା ଟାର୍ଗେଟ କଲେ AIMIM ନେତା

ନୂଆଦିଲ୍ଲୀ,୯।୨: ଉତ୍ତର ପ୍ରଦେଶର ମୁରାଦାବାଦରେ, ଅସଦୁଦ୍ଦିନ ଓୱେସିଙ୍କ ଦଳ AIMIMର ୟୁପି ରାଜ୍ୟ ସଭାପତି ଶୌକତ ଅଲି ଜନସଂଖ୍ୟା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଏକ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ହତ୍ୟା ଧମକ, ଜୀବନରୁ ମାରିଦେବାକୁ…

ଭୁବନେଶ୍ବର,୯।୧: ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାତ୍ୟକି…

ଯୌତୁକ ଜୁଇରେ ଜଳିଗଲେ ଜ୍ୟୋତ୍ସ୍ନା: ସ୍ବାମୀ-ଦିଅର ଫେରାର

ବାଣପୁର,୯।୨(ଦିଲ୍ଲୀପ କୁମାର ସ୍ବାଇଁ): ଯୌତୁକ ଜୁଇରେ ପୁଣି ଜଣେ ବଧୂ। ଶାଶୁ ଘର ନିର୍ଯାତନା ଦେବା ସହ ବଧୂକୁ ଜୀବନରେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ଅଦୃଶ୍ୟ ଆକ୍ରମଣକାରୀ : ମାଇକ୍ରୋପ୍ଲାଷ୍ଟିକ

ବିଶ୍ୱ ସ୍ତରରେ, ମାଇକ୍ରୋପ୍ଲାଷ୍ଟିକ୍‌ ଏକ ସର୍ବବ୍ୟାପୀ ପ୍ରଦୂଷକ ପାଲଟିଛି। ଏଗୁଡ଼ିକୁ ଗଭୀର ସମୁଦ୍ର ଅବଶେଷ, ଧ୍ରୁବୀୟ ବରଫ ପାହାଡ଼, ଉଷ୍ଣକଟିବନ୍ଧୀୟ ବର୍ଷାଜଳ ଏବଂ ମାନବ ରକ୍ତପ୍ରବାହରେ ଆବିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri