Posted inଖେଳ

ଶୁଟ୍‌ଆଉଟରେ ଜିତିଲା ଭାରତ

ଭୁବନେଶ୍ୱର, ୧୨।୨ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ପ୍ରୋ ଲିଗ୍‌ର ରବିବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ଶୁଟ୍‌ଆଉଟ ୪-୨ ଗୋଲରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ମ୍ୟାଚ ୨-୨ ସ୍ଥିତିରେ ରହିଥିଲା। ଶୁଟ୍‌ ଆଉଟ ପର୍ଯ୍ୟାୟରେ ଭାରତ ପକ୍ଷରୁ ଶମଶେର ସିଂ, ଲଳିତ କୁମାର ଉପାଧ୍ୟାୟ, ସୁଖଜିତ ସିଂ ଓ ହରମନପ୍ରୀତ ସିଂ ଆଦି ୪ ଜଣ ଯାକ ଖେଳାଳି ଗୋଲ ଦେଇଥିଲେ। ନେଦରଲାଣ୍ଡର ବିଜେନ କୋଏନ ଓ ଥିଏରୀ ବ୍ରିଙ୍କ୍‌ମାନ ଗୋଲ ଦେଇଥିବାବେଳେ ଡି ଜିଉସ ଜୋନାସ ଓ କ୍ରୁନ ଜୋରିଟ ମିସ୍‌ କରିଥିଲେ। ୨ ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ଶୁଟ୍‌ ଆଉଟ ବିଜୟ ସହ ଭାରତର ପଏଣ୍ଟ ସଂଖ୍ୟା ୫ରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ୬ ମ୍ୟାଚରୁ ପ୍ରଥମ ପରାଜୟ ସ୍ବାଦ ଚାଖିଥିବା ନେଦରଲାଣ୍ଡ୍ସ ୧୨ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ଅପରିବର୍ତ୍ତିତ ରହିଛି।
ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟରେ ଖେଳିଥିଲା। ୧୨ତମ ମିନିଟରେ ଲଗାତର ୨ଟି ପେନାଲ୍ଟି କର୍ନର ପାଇଥିଲେ ହେଁ ଗୋଲ କରିପାରି ନ ଥିଲା। ତେବେ ୧୩ତମ ମିନିଟରେ ଏକ ଫିଲ୍ଡ ଗୋଲ ଦେଇ ହାର୍ଦ୍ଦିକ ସିଂ ଭାରତକୁ ଅଗ୍ରଣୀ କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତ ୨୩ ଓ ୨୪ତମ ମିନିଟରେ କ୍ରମାଗତ ୨ଟି ପେନାଲ୍ଟି କର୍ନର ପାଇଥିଲେ ହେଁ ବେକାର ଯାଇଥିଲା। ୨୪ତମ ମିନିଟରେ ଆକାଶଦୀପ ସିଂ ଗ୍ରୀନ୍‌କାର୍ଡ ପାଇଥିଲେ। ଅନ୍ୟପକ୍ଷରେ ନେଦରଲାଣ୍ଡ୍ସ ୨୫ତମ ମିନିଟରେ ପେନାଲ୍ଟି କର୍ନର ହାତଛଡ଼ା କରିଥିଲେ ହେଁ ୩୦ତମ ମିନିଟରେ ସୁଯୋଗର ସଦୁପଯୋଗ କରି ଜିପ୍‌ ଜାନସେନଙ୍କ ମାଧ୍ୟମରେ ଗୋଲ ପରିଶୋଧ କରି ଦେଇଥିଲା। ତୃତୀୟ କ୍ୱାର୍ଟରରେ ନେଦରଲାଣ୍ଡ୍ସ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଦଳ ୩୯ତମ ମିନିଟରେ ପେନାଲ୍ଟି କର୍ନରରୁ ଦ୍ୱିତୀୟ ଗୋଲଟି ସ୍କୋର କରି ଅଗ୍ରଣୀ ହାସଲ କରିଥିଲା। ବିଜେନ କୋଏନ ଏହି ଗୋଲଟି ଦେଇଥିଲେ। ୪୫ତମ ମିନିଟରେ ଦଳ ଆଉଏକ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ୪ର୍ଥ ତଥା ଅନ୍ତିମ କ୍ୱାର୍ଟର ସ୍ବାଭାବିକଭାବେ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଭାରତର ସୁଖଜିତ ସିଂ ୫୨ତମ ମିନିଟରେ ଏବଂ ନେଦରଲାଣ୍ଡ୍ସର ବ୍ଲକ୍‌ ଜଷ୍ଟେନ ୫୩ତମ ମିନିଟରେ ଗ୍ରୀନ୍‌ କାର୍ଡ ପାଇଥିଲେ। ଏହି କ୍ୱାର୍ଟରରେ ଭାରତ ଓ ନେଦରଲାଣ୍ଡ୍ସ ୩ଟି ଲେଖାଏ ପେନାଲ୍ଟି କର୍ନର ପାଇଥିଲେ। ତେବେ ଭାରତ ୫୮ତମ ମିନିଟରେ ପାଇଥିବା ପେନାଲ୍ଟି କର୍ନରକୁ ଅଧିନାୟକ ହରମନପ୍ରୀତ ସିଂ ଗୋଲରେ ପରିଣତ କରିବାରୁ ନିର୍ଦ୍ଧାରିତ ସମୟରେ ମ୍ୟାଚ ୨-୨ ସ୍ଥିତିକୁ ଚାଲି ଆସିଥିଲ। ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ଆଉଟ ପଦ୍ଧତି ଅବଲମ୍ବନ କରାଯାଇଥିଲା।
ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ ସିଂ ୨୦୦ତମ ଅନତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ୨୦୧୫ରୁ ଅନ୍ତର୍ଜାତୀୟ ହକି ଖେଳି ଆସୁଥିବା ହରମନପ୍ରୀତ ଏବେ ଭାରତୀୟ ଦଳର ଜଣେ ନିର୍ଭରଯୋଗ୍ୟ ଖେଳାଳି। ମାଇଲଖୁଣ୍ଟ ମ୍ୟାଚ ଖେଳିଥିବାରୁ ହରମନପ୍ରୀତଙ୍କୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଅଭିନନ୍ଦନ ଜଣାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri