Posted inଖେଳ

ଶୁଟ୍‌ଆଉଟରେ ଜିତିଲା ଭାରତ

ଭୁବନେଶ୍ୱର, ୧୨।୨ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ପ୍ରୋ ଲିଗ୍‌ର ରବିବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ଶୁଟ୍‌ଆଉଟ ୪-୨ ଗୋଲରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ମ୍ୟାଚ ୨-୨ ସ୍ଥିତିରେ ରହିଥିଲା। ଶୁଟ୍‌ ଆଉଟ ପର୍ଯ୍ୟାୟରେ ଭାରତ ପକ୍ଷରୁ ଶମଶେର ସିଂ, ଲଳିତ କୁମାର ଉପାଧ୍ୟାୟ, ସୁଖଜିତ ସିଂ ଓ ହରମନପ୍ରୀତ ସିଂ ଆଦି ୪ ଜଣ ଯାକ ଖେଳାଳି ଗୋଲ ଦେଇଥିଲେ। ନେଦରଲାଣ୍ଡର ବିଜେନ କୋଏନ ଓ ଥିଏରୀ ବ୍ରିଙ୍କ୍‌ମାନ ଗୋଲ ଦେଇଥିବାବେଳେ ଡି ଜିଉସ ଜୋନାସ ଓ କ୍ରୁନ ଜୋରିଟ ମିସ୍‌ କରିଥିଲେ। ୨ ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ଶୁଟ୍‌ ଆଉଟ ବିଜୟ ସହ ଭାରତର ପଏଣ୍ଟ ସଂଖ୍ୟା ୫ରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ୬ ମ୍ୟାଚରୁ ପ୍ରଥମ ପରାଜୟ ସ୍ବାଦ ଚାଖିଥିବା ନେଦରଲାଣ୍ଡ୍ସ ୧୨ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ଅପରିବର୍ତ୍ତିତ ରହିଛି।
ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟରେ ଖେଳିଥିଲା। ୧୨ତମ ମିନିଟରେ ଲଗାତର ୨ଟି ପେନାଲ୍ଟି କର୍ନର ପାଇଥିଲେ ହେଁ ଗୋଲ କରିପାରି ନ ଥିଲା। ତେବେ ୧୩ତମ ମିନିଟରେ ଏକ ଫିଲ୍ଡ ଗୋଲ ଦେଇ ହାର୍ଦ୍ଦିକ ସିଂ ଭାରତକୁ ଅଗ୍ରଣୀ କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତ ୨୩ ଓ ୨୪ତମ ମିନିଟରେ କ୍ରମାଗତ ୨ଟି ପେନାଲ୍ଟି କର୍ନର ପାଇଥିଲେ ହେଁ ବେକାର ଯାଇଥିଲା। ୨୪ତମ ମିନିଟରେ ଆକାଶଦୀପ ସିଂ ଗ୍ରୀନ୍‌କାର୍ଡ ପାଇଥିଲେ। ଅନ୍ୟପକ୍ଷରେ ନେଦରଲାଣ୍ଡ୍ସ ୨୫ତମ ମିନିଟରେ ପେନାଲ୍ଟି କର୍ନର ହାତଛଡ଼ା କରିଥିଲେ ହେଁ ୩୦ତମ ମିନିଟରେ ସୁଯୋଗର ସଦୁପଯୋଗ କରି ଜିପ୍‌ ଜାନସେନଙ୍କ ମାଧ୍ୟମରେ ଗୋଲ ପରିଶୋଧ କରି ଦେଇଥିଲା। ତୃତୀୟ କ୍ୱାର୍ଟରରେ ନେଦରଲାଣ୍ଡ୍ସ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଦଳ ୩୯ତମ ମିନିଟରେ ପେନାଲ୍ଟି କର୍ନରରୁ ଦ୍ୱିତୀୟ ଗୋଲଟି ସ୍କୋର କରି ଅଗ୍ରଣୀ ହାସଲ କରିଥିଲା। ବିଜେନ କୋଏନ ଏହି ଗୋଲଟି ଦେଇଥିଲେ। ୪୫ତମ ମିନିଟରେ ଦଳ ଆଉଏକ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ୪ର୍ଥ ତଥା ଅନ୍ତିମ କ୍ୱାର୍ଟର ସ୍ବାଭାବିକଭାବେ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଭାରତର ସୁଖଜିତ ସିଂ ୫୨ତମ ମିନିଟରେ ଏବଂ ନେଦରଲାଣ୍ଡ୍ସର ବ୍ଲକ୍‌ ଜଷ୍ଟେନ ୫୩ତମ ମିନିଟରେ ଗ୍ରୀନ୍‌ କାର୍ଡ ପାଇଥିଲେ। ଏହି କ୍ୱାର୍ଟରରେ ଭାରତ ଓ ନେଦରଲାଣ୍ଡ୍ସ ୩ଟି ଲେଖାଏ ପେନାଲ୍ଟି କର୍ନର ପାଇଥିଲେ। ତେବେ ଭାରତ ୫୮ତମ ମିନିଟରେ ପାଇଥିବା ପେନାଲ୍ଟି କର୍ନରକୁ ଅଧିନାୟକ ହରମନପ୍ରୀତ ସିଂ ଗୋଲରେ ପରିଣତ କରିବାରୁ ନିର୍ଦ୍ଧାରିତ ସମୟରେ ମ୍ୟାଚ ୨-୨ ସ୍ଥିତିକୁ ଚାଲି ଆସିଥିଲ। ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ଆଉଟ ପଦ୍ଧତି ଅବଲମ୍ବନ କରାଯାଇଥିଲା।
ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ ସିଂ ୨୦୦ତମ ଅନତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ୨୦୧୫ରୁ ଅନ୍ତର୍ଜାତୀୟ ହକି ଖେଳି ଆସୁଥିବା ହରମନପ୍ରୀତ ଏବେ ଭାରତୀୟ ଦଳର ଜଣେ ନିର୍ଭରଯୋଗ୍ୟ ଖେଳାଳି। ମାଇଲଖୁଣ୍ଟ ମ୍ୟାଚ ଖେଳିଥିବାରୁ ହରମନପ୍ରୀତଙ୍କୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଅଭିନନ୍ଦନ ଜଣାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ଜଳଭଣ୍ଡାର ଗେଟ୍‌: ବରଗଡ଼ ମୁଖ୍ୟ କେନାଲକୁ ଛଡ଼ାଗଲା ପାଣି

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ): ହୀରାକୁଦ ଜଳଭଣ୍ଡାରରୁ ବରଗଡ଼ ମୁଖ୍ୟ କେନାଲକୁ ଶନିବାର ପାଣି ଛଡ଼ାଯାଇଛି। ରବିଚାଷ ପାଇଁ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀବୃନ୍ଦ ଉପସ୍ଥିତ ରହି ପୂର୍ବାହ୍ନ...

US-Iran Tension: ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବର୍ଷିଲା ଇରାନ, ଦେଲା ଏମିତି ଧମକ ସଭିଏଁ ଆଶ୍ଚର୍ଯ୍ୟ

ତେହରାନ,୩।୧: ଇରାନରେ ଚାଲିଥିବା ବ୍ୟାପକ ପ୍ରତିବାଦ ମଧ୍ୟରେ, ଆମେରିକା ଏବଂ ଇରାନ ମଧ୍ୟରେ ସମ୍ପର୍କରେ ପୁଣି ଥରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର (ଜାନୁଆରୀ ୨,...

ଦିନିକିଆ ସିରିଜ ପାଇଁ ଆଜି ଟିମ ଇଣ୍ଡିଆ ଘୋଷଣା ହେବା ପୂର୍ବରୁ ଅସୁସ୍ଥ ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଆଜି ଟିମ ଇଣ୍ଡିଆ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି। ଏହି ଘୋଷଣା ପୂର୍ବରୁ, ଭାରତୀୟ ଅଧିନାୟକ ଅସୁସ୍ଥ...

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସିଲେକ୍ସନ ହେବା ପୂର୍ବରୁ ଆସିଲା ଟିମ ଇଣ୍ଡିଆର ଫିଟନେସ୍‌ ରିପୋର୍ଟ, ନାହିଁ ଏହି ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୩।୧: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଶନିବାର ଦଳ ଘୋଷଣା ହେବାର ସମ୍ଭାବନା ରହିଛି। ସମସ୍ତଙ୍କ ନଜର କେଉଁ ଖେଳାଳିଙ୍କୁ...

EPFO: ଏହି ଜରୁରୀ କାମ କରିନଥିଲେ ଫସିଯିବ ଆପଣଙ୍କ ଟଙ୍କା, ଜାଣିନିଅନ୍ତୁ ନିୟମ

ନୂଆଦିଲ୍ଲୀ,୩।୧: ଯଦି ଆପଣ ଜଣେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ଆକାଉଣ୍ଟଧାରୀ ଏବଂ ଏ ପର୍ଯ୍ୟନ୍ତ ଆବଶ୍ୟକୀୟ KYC ଯାଞ୍ଚ ସମାପ୍ତ କରିନାହାଁନ୍ତି, ତେବେ ଆପଣଙ୍କ...

ବଟେଶ୍ୱର ରାସ୍ତା ନିର୍ମାଣ କାର୍ଯ୍ୟ ଅହେତୁକ ବିଳମ୍ବ: ହୋଇଥିଲା ୫ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟବରାଦ

ଗଞ୍ଜାମ,୩।୧ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତ କଣ୍ଟିଆ ଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବଟେଶ୍ୱର ପୀଠକୁ ସଂଯୋଗ...

ସରକାରଙ୍କ ବଡ଼ ନିଷ୍ପତ୍ତି: ଲଗାଇବେ ସ୍ମାର୍ଟ ମିଟର, ଖର୍ଚ୍ଚ ହେବ…

ଭୁବନେଶ୍ୱର,୩ା୧: ରାଜ୍ୟ ସରକାର ସ୍ମାର୍ଟ ମିଟର ଲଗାଇବେ। କ୍ୟାବିନେଟ ନିଷ୍ପତ୍ତି ପରେ ଶକ୍ତି ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏଥିନିମନ୍ତେ ୭୩୫ କୋଟି ଟଙ୍କାର...

ପୁରୁଷୋତ୍ତମପୁର କୋର୍ଟ ପକ୍ଷରୁ ପରିବେଶ ନ୍ଯାୟ ଜନିତ ସଚେତନତା କାର୍ଯ୍ଯକ୍ରମ, ଗଛ ଲଗାଇ…

ପୁରୁଷୋତ୍ତମପୁର,୩/୧(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ସିତାରାମପୁର ଆଗ୍ରାହରମ ପ୍ରାଥମିକ ବିଦ୍ଯାଳୟ ପରିସରରେ ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri