ଗୁଆହାଟୀ,୨୫ା୧- ଅଭିଷେକ ଶର୍ମା ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ତୃତୀୟ ଟି୨୦ ମ୍ୟାଚ୍କୁ ଭାରତ ୮ ଉଇକେଟରେ ଜିତି ନେଇଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୧୫୪ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୦ ଓଭରରେ ୨ ଉଇକେଟ ହରାଇ ହାସଲ କରି ନେଇଥିଲା।
ଅଭିଷେକ ୨୦ ବଲରେ ୬୮ (୭ ଚୌକା ଓ ୫ ଛକା) ଓ ଅଧିନାୟକ ସୂର୍ଯ୍ୟକୁମାର ୨୬ ବଲରେ ୫୭ (୬ ଚୌକା ଓ ୩ ଛକା) ରନ୍ କରି ଅପରାଜିତ ରହିଥିଲେ। ଏହି ବିଜୟ ସହ ଭାରତୀୟ ଦଳ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍କୁ ୩-୦ରେ ଆଗୁଆ ଜିତି ନେଇଛି। ଅଭିଷେକ ଏହି ମ୍ୟାଚ୍ ଜରିଆରେ ଅର୍ନ୍ତଜାତୀୟ ଟି୨୦ କ୍ରିକେଟରେ ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି।
Dharitri – Odisha’s No.1 Odia Daily

