Categories: ଖେଳ

ବିଶ୍ୱକପ ପୂର୍ବରୁ ଭାରତ ପାଇଁ ଶୁଭସଙ୍କେତ

ଦୁବାଇ,୮ା୯ : ଏସିଆ କପରେ ଭାରତ ଅନ୍ତିମ ସୁପର-୪ ମ୍ୟାଚରେ ଲଢୁଆ ପ୍ରଦର୍ଶନ ସହ ବିଜୟ ହାସଲ କରିଛି । ବିରାଟ କୋହଲିଙ୍କ ଅପରାଜିତ ୧୨୨ ଓ ଭୁବନେଶ୍ୱର କୁମାରଙ୍କ ୫ ଉଇକେଟ ବଳରେ ଭାରତ ଆଫଗାନିସ୍ତାନକୁ ୧୦୧ ରନ୍‌ରେ ପରାସ୍ତ କରିଛି।

କୋହଲି ୬୧ ବଲର ଏହି ଇନିଂସରେ ୧୨ ଚୌକା ଓ ୬ ଛକା ମାରିଥିଲେ। ଜବାବରେ ଆଫଗାନିସ୍ତାନ୧୧୧/୮ ରନ୍‌ରେ ସୀମିତ ରହିଥିଲା। ଟୁର୍ନାମେଣ୍ଟରୁ ବିଦାୟ ନେଇଥିଲେ ହେଁ ଶତକ ସହ କୋହଲି ଫର୍ମକୁ ଫେରିବା ଟି୨୦ ବିଶ୍ୱକପ ପୂର୍ବରୁ ଭାରତ ପାଇଁ ଏକ ଶୁଭସଙ୍କେତ। ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ଲୋକେଶ ରାହୁଲ(୬୨) ଓ ବିରାଟ କୋହଲି(୧୨୨) ଶତକୀୟ ଭାଗୀଦାରି କରିଥିଲେ। ୧୨.୪ ଓଭରରେ ଉଭୟ ୧୧୯ ରନ୍‌ ଯୋଡିଥିଲେ। ୪୧ ବଲରୁ ୬ ଚୌକା ଓ ୨ ଛକା ସହିତ ରାହୁଲ ପ୍ୟାଭିଲିୟନ୍‌ ଫେରିଥିଲେ। ମାତ୍ର ଦୁଇଟି ବଲ୍‌ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ(୬) ମଧ୍ୟ ପ୍ୟାଭିଲିୟନ୍‌ ଫେରିଥିଲେ।

Share