Posted inଖେଳ

ସୁପର୍‌-୪ରେ ଭାରତ

ପାଲେକେଲ୍‌,୫ା୯: ଚଳିତ ଏସିଆ କପ୍‌ କ୍ରିକେଟର ସୁପର-୪ରେ ପ୍ରବେଶ କରିଛି ଭାରତ। ସୋମବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ନେପାଳକୁ ୧୦ ଉଇକେଟରେ ପରାସ୍ତ କରିଛି। ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସିରାଜଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ନେପାଳ ୪୮.୨ ଓଭରରେ ୨୩୦ ରନ୍‌ରେ ଅଲଆଉଟ ହୋଇଥିଲା। ବର୍ଷା ଯୋଗୁ ଖେଳ ଅନେକ ସମୟ ବାଧାପ୍ରାପ୍ତ ହେବାରୁ ମ୍ୟାଚକୁ ୨୩ ଓଭରକୁ ହ୍ରାସ କରାଯାଇଥିଲା ଏବଂ ଭାରତ ସମ୍ମୁଖରେ ୧୪୫ ରନ୍‌ର ଲକ୍ଷ୍ୟ ରଖା ଯାଇଥିଲା। ଏହି ବିଜୟ ଲକ୍ଷ୍ୟକୁ ଭାରତ ୨୦.୧ ଓଭରରେ କୌଣସି ଉଇକେଟ ନ ହରାଇ ହାସଲ କରି ନେଇଥିଲା। ୨ ମ୍ୟାଚରୁ ୩ ପଏଣ୍ଟ ପାଇଥିବା ଭାରତ ଗ୍ରୁପ୍‌ ‘ଏ’ରେ ଦ୍ୱିତୀୟ ଦଳଭାବେ ସୁପର୍‌-୪ରେ ପ୍ରବେଶ କରିଛି। ଏହି ଗ୍ରୁପ୍‌ରେ ପାକିସ୍ତାନ ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ନେପାଳ ଦୁଇଟି ମ୍ୟାଚରେ ପରାଜୟ ବରଣ କରି ଟୁର୍ନାମେଣ୍ଟରୁ ବିଦାୟ ନେଇଛି।
ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନେଇଥିଲେ। କୁଶାଲ ଭୁର୍ଟେଲ(୩୮) ଓ ଆସିଫ୍‌ ଶେଖ(୫୮) ପ୍ରଥମ ଉଇକେଟରେ ୬୫ ରନ୍‌ ଯୋଡିଥିଲେ। ଭାରତୀୟ ଫିଲ୍ଡର ମାନେ ୩ଟି କ୍ୟାଚ୍‌ ହାତଛଡା କରିଥିଲେ। ମିଡିଲ ଓଭରରେ ଜାଡେଜାଙ୍କ ଘାତକ ବୋଲିଂ ବଳରେ ନେପାଳ ୧୦୧ ରନରେ ୪ ଉଇକେଟ ହରାଇଥିଲା। ତେବେ ଆଶିଫ୍‌ ଶେଖ୍‌ ୯୭ ବଲ୍‌ ଖେଳି ୮ ଚୌକା ସହ ୫୮ ରନ୍‌ କରି ଇନିଂସ ସମ୍ଭାଳିଥିଲେ। ନିମ୍ନକ୍ରମରେ ଗୁଲଶନ ଝା ୨୩, ଦୀପେନ୍ଦର ସିଂ ୨୯ ଓ ସୋମପାଲ କାମି ୪୮ ରନ୍‌ର ଇନିଂସ ଖେଳିବାରୁ ନେପାଳ ୨୩୦ ରନ୍‌ରେ ପହଞ୍ଚିଥିଲା। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସିରାଜ ୩ ଲେଖାଏ ଉଇକେଟ ନେଇଥିଲେ। କୁଲଦୀପ ଯାଦବ କଞ୍ଜୁସ ବୋଲିଂ କରିଥିଲେ ମଧ୍ୟ ଉଇକେଟ ପାଇ ନ ଥିଲେ। ଅନ୍ୟ ପକ୍ଷରେ ମହମ୍ମଦ ସିରାଜ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶାର୍ଦ୍ଦୂଳ ଠାକୁର, ହାର୍ଦ୍ଦିକ ପାଣ୍ଡ୍ୟା ଓ ମହମ୍ମଦ ଶାମି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଜବାବରେ ବର୍ଷା କାରଣରୁ ଡର୍କଓ୍ବର୍ଥ ଲୁଇସ୍‌ ମେଥଡ୍‌ ଅନୁଯାୟୀ ଭାରତକୁ ସଂଶୋଧିତ ବିଜୟ ଲକ୍ଷ୍ୟ ଦିଆଯାଇଥିଲା। ରୋହିତ ଶର୍ମା(୭୪*) ଓ ଶୁବମାନ ଗିଲ୍‌(୬୭*) ପ୍ରଥମ ଉଇକେଟରେ ଶତକୀୟ ଭାଗୀଦାରି କରିଥିଲେ। ଉଭୟ ୧୨୧ ବଲ୍‌ ଖେଳି ୧୪୭ ରନ୍‌ ଯୋଡିଥିଲେ। ରୋହିତ ୫୯ ବଲର ସମ୍ମୁଖୀନ ହୋଇ ୫ ଛକା ଓ ୬ ଚୌକା ସହିତ ୭୪ ଓ ଗିଲ୍‌ ୬୨ ବଲ୍‌ ଖେଳି ୮ ଚୌକା ଓ ୧ ଛକା ମାରି ୬୭ ରନ୍‌ ସ୍କୋର କରିଥିଲେ।
ସଂକ୍ଷିପ୍ତ ସ୍କୋର
ନେପାଳ ୪୮.୨ ଓଭରରେ ୨୩୦/୧୦ (ଆସିଫ୍‌ ଶେଖ୍‌-୫୮, ସୋମପାଲ କାମି-୪୮, କୁଶାଲ ଭୁର୍ଟେଲ-୩୮, ରବୀନ୍ଦ୍ର ଜାଡେଜା-୩/୪୦, ମହମ୍ମଦ ସିରାଜ-୩/୬୧, ଶାର୍ଦ୍ଦୂଳ ଠାକୁର-୧/୨୬)। ଭାରତ ୨୦.୧ ଓଭରରେ ୧୪୭/୦ (ରୋହିତ ଶର୍ମା-୭୪*, ଶୁବମନ୍‌ ଗିଲ୍‌-୬୭*)।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri