Posted inଖେଳ

କମାଲ୍‌ କଲେ ମନ୍ଧାନା: ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟେଇଲା ଭାରତ

ବେଙ୍ଗାଲୁରୁ, ୧୬ା୬: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ମହିଳା ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୧୪୩ ରନରେ ବିଜୟ ହାସଲ କରିଛି। ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଉପଅଧିନାୟିକା ସ୍ମୃତି ମନ୍ଧାନାଙ୍କ ଶତକ ସହାୟତାରେ ୮ଉଇକେଟ ବିନିମୟରେ ୨୬୫ ରନ କରିଥିଲା। ଜବାବରେ ଭ୍ରମଣକାରୀ ଦଳ ନିର୍ଦ୍ଧାରିତ ଓଭରରେ ୩୭.୪ ଓଭରରେ ୧୨୨ ରନ କରି ଅଲ୍‌ଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଟପ୍‌ ସ୍କୋରର ସୁନେ ଲୁସ୍‌ ୩୩ ରନ କରିଥିବା ବେଳେ ଉଇକେଟକିପର ସିନାଲୋ ଜାଫ୍‌ଟା ୨୭ରନ କରିଥିଲେ। ମାରିଜେନ କାପ୍‌ ୨୪ ରନ କରିଥିଲେ । ଭାରତୀୟ ଦଳର ସବୁଠାରୁ ସଫଳ ବୋଲର ଆଶା ଶୋଭାନା ୨୧ରନ ବିନିମୟରେ ୪ ଉଇକେଟ ଅକ୍ତିଆର କରିଥିଲେ। ଦୀପ୍ତି ଶର୍ମା ୧୦ ରନ ଦେଇ ୨ ଉଇକେଟ ହାସଲ କରିଥିଲେ। ରେଣୁକା ଠାକୁର, ପୂଜା ବସ୍ତ୍ରାକାର ଓ ରାଧା ଯାଦବ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ଉତ୍ସାହଜନକ ନ ଥିଲା। ଦଳ ଏକଦା ୯୯ ସ୍କୋରରେ ଏହାର ୫ ଉଇକେଟ ହରାଇ ସାରିଥିଲା। ଶେଫାଳୀ ବର୍ମା (୭), ଅଧିନାୟିକା ହରମନପ୍ରୀତ କୌର (୧୦) ଓ ଜେମିମା ରୋଡ୍ରିଗ୍ସ (୧୭)ଙ୍କ ଭଳି ଟପ୍‌ ଅର୍ଡର ବ୍ୟାଟର କ୍ରିଜ୍‌ରେ ଅଧିକ ସମୟ ତିଷ୍ଠିପାରି ନ ଥିଲେ। ଭାରତର ୫ ଉଇକେଟ ପତନ ବେଳକୁ ମନ୍ଧାନା ୩୩ ରନ କରି ବ୍ୟାଟିଂ କରୁଥିଲେ। ଶତକ ହାସଲ କରିଥିବା ମନ୍ଧାନା ୧୨୭ ବଲ୍‌ ସାମ୍‌ନା କରି ୧୨ ଚୌକା ଓ ୧ ଛକା ସହ ୧୧୭ ରନ କରିଥିଲେ। ଏହାଥିଲା ତାଙ୍କର ୬ଷ୍ଠ ଅନ୍ତର୍ଜାତୀୟ ଦିନିକିଆ। ସେ ଓ ଦୀପ୍ତି ଶର୍ମା (୩୭ରନ, ୪୮ବଲ୍‌, ୩ ଚୌକା) ୬ଷ୍ଠ ଉଇକେଟରେ ୮୧ରନ (୯୨ ବଲ୍‌) ଯୋଗ କରିଥିଲେ। ପରେ ପୂଜା ବସ୍ତ୍ରାକାର (୩୧*) ଓ ମନ୍ଧାନା ୭ମ ଉଇକେଟରେ ୫୮ରନ (୫୪ବଲ୍‌) ଯୋଗ କରି ଦଳର ବିଜୟ ପଥକୁ ସହଜ କରିଦେଇଥିଲେ। ମାସାବାଟା କ୍ଲାସ ମନ୍ଧାନାଙ୍କୁ ସୁନ୍‌ ଲୁସ୍‌ଙ୍କ ଦ୍ୱାରା କ୍ୟାଚ ଆଉଟ କରି ଏହି ପାର୍ଟନରଶିପ୍‌କୁ ଭାଙ୍ଗି ଦେଇଥିଲେ। ଏହି ମ୍ୟାଚରେ ଭାରତ ତରଫରୁ ଲେଗ୍‌ ସ୍ପିନର ଆଶା ସୋଭାନା ତାଙ୍କର ପ୍ରଥମ ଅନ୍ତଜର୍ର୍ାତୀୟ ଦିନିକିଆ ପଦାର୍ପଣ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ତରଫରୁ ଆନେରି ଡେର୍କସେନ ୫୦ ଓଭର ଫର୍ମାଟରେ ପଦାର୍ପଣ କରିଛନ୍ତି। ରବିବାର ଏହି ବିଜୟ ଦ୍ୱାରା ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ମ୍ୟାଚ ଜୁନ୍‌ ୧୯ରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri