ଟସ୍‌ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ମାନବ

ଚଣ୍ଡିଗଡ,୬।୬:ଭାରତ ବନାମ ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ ଆଜିଠାରୁ ଆରମ୍ଭ ହୋଇଛି। ଶୁବମନ ଗିଲ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦଳ ୮ ବର୍ଷ ପରେ ଏକ ଟେଷ୍ଟ ମ୍ୟାଚ ରେ ପରସ୍ପରର ମୁହାଁମୁହିଁ ହେଉଛନ୍ତି। ଭ୍ରମଣକାରୀ ଦଳ ୨୦୧୮ରେ ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲା। ପ୍ରଥମ ଟେଷ୍ଟ ଆଜି ମୁଲାନପୁରରେ ଖେଳାଯାଉଛି, ମାନବ ସୁଥାର ଡେବ୍ୟୁକରୁଛନ୍ତି।

କେଏଲ ରାହୁଲ ଏବଂ ଯଶସ୍ବୀ ଜୟସ୍ବାଲ ଭାରତର ଇନିଂସ ଓପନ କରିବେ। ସାଇ ସୁଦର୍ଶନ ତୃତୀୟ ନମ୍ବରରେ ବ୍ୟାଟିଂ କରିବେ ଏବଂ ଅଧିନାୟକ ଶୁବମନ ଗିଲ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବେ। ବୋଲିଂ ଅଲରାଉଣ୍ଡର ମାନବ ସୁତାର ତାଙ୍କର ଡେବ୍ୟୁକ୍ୟାପ ପାଇଛନ୍ତି ଏବଂ ଭାରତ ପାଇଁ ଟେଷ୍ଟ କ୍ରିକେଟ ଖେଳିଥିବା ୩୧୯ତମ ଖେଳାଳି।

ଭାରତର ପ୍ଲେଇଂ ୧୧
ଯଶସ୍ବୀ ଜୟସ୍ବାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁବମନ ଗିଲ (ଅଧିନାୟକ), ରିଷଭ ପନ୍ତ (ଉଇକେଟକିପର), ଧ୍ରୁବ ଜୁରେଲ, ୱାଶିଂଟନ ସୁନ୍ଦର, ମାନବ ସୁଥାର, କୁଲଦୀପ ଯାଦବ, ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କୃଷ୍ଣ।

ଆଫଗାନିସ୍ତାନର ପ୍ଲେଇଂ ୧୧
ସେଦିକୁଲ୍ଲା ଅଟଲ, ରହମାନୁଲ୍ଲା ଗୁରୁବାଜ, ଅବଦୁଲ ମଲିକ, ରହମତ୍ ଶାହା, ହାଶମତୁଲ୍ଲା ଶାହିଡି (ଅଧିନାୟକ), ଆଫସର ଜାଜାଇ (ଉଇକେଟ ରକ୍ଷକ), ଆଜମାତୁଲ୍ଲା ଉମରଜାଇ, ଶାରଫୁଦ୍ଦିନ ଆଶ୍ରାଫ, ନାନଗେଲିଆ ଖାରୋତ, ଜିଆଉର ରହମାନ, ମହମ୍ମଦ ସଲିମ।

 

Dharitri – Odisha’s No.1 Odia Daily

 

Share