Posted inଖେଳ

ଭାରତ ରେକର୍ଡ ୬୩୪ ଆଥଲେଟ ପଠାଇବ

ନୂଆଦିଲ୍ଲୀ, ୨୬ା୮ (ପି.ଟି.): ଚାଇନାର ହାଙ୍ଗ୍‌ଝୋଠାରେ ଏସିଆନ ଗେମ୍ସ ଭାଗ ନେବା ଲାଗି ଭାରତ ରେକର୍ଡ ସଂଖ୍ୟକ ୬୩୪ ଆଥଲେଟ୍‌ ପଠାଇବ। ଶୁକ୍ରବାର ଖେଳାଳି ତାଲିକା କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦନ ଲାଭ କରିଛି। ପୂର୍ବରୁ ୨୦୧୮ରେ ଜାକର୍ତ୍ତାରେ ଅନୁଷ୍ଠିତ ମହାଦେଶୀୟ କ୍ରୀଡ଼ା ପ୍ରତିଯୋଗିତାର ଗତ ସଂସ୍କରଣରେ ସର୍ବାଧିକ ୫୭୨ ଆଥଲେଟ୍‌ ଅଂଶଗ୍ରହଣ କରିଥିଲେ। ସେପ୍ଟେମ୍ବର ୨୩ରୁ ହେବାକୁଥିବା ଏସିଆନ ଗେମ୍ସ ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ୮୫୦ ଆଥଲେଟଙ୍କ ନାମ ସୁପାରିସ କରିଥିଲା। ଭାରତୀୟ ଦଳରେ ଦୌଡ଼ କୁଦ ଇଭେଣ୍ଟ ଲାଗି ୬୫ ଆଥଲେଟ (୩୪ ପୁରୁଷ ଓ ୩୧ ମହିଳା) ସ୍ଥାନ ପାଇଛନ୍ତି। ୩୮ଟି ଖେଳ ପ୍ରତିଯୋଗିତାରେ ଭାରତ ଭାଗ ନେବ। ଦଳରେ ୪୪ ଫୁଟ୍‌ବଲର (୨୨ ପୁରୁଷ ଓ ୨୨ ମହିଳା) ସ୍ଥାନ ପାଇଛନ୍ତି। ହକି ପାଇଁ ଦଳରେ ତୃତୀୟ ସର୍ବାଧିକ ୩୬ଜଣ ଖେଳାଳି (ପୁରୁଷ ଓ ମହିଳା ବିଭାଗରେ ୧୮ଜଣ ଲେଖାଏଁ ଖେଳାଳି) ସ୍ଥାନ ପାଇଛନ୍ତି। ତାଲିକାରେ ୩୦ କ୍ରିକେଟର (୧୫ ପୁରୁଷ ଓ ୧୫ ମହିଳା) ସ୍ଥାନ ପାଇଛନ୍ତି। ଏସିଆନ ଗେମ୍ସ ଶୁଟିଂରେ ଭାରତ ସବୁବେଳେ ଭଲ ପ୍ରଦର୍ଶନ କରିଆସୁଛି। ଏଥିପାଇଁ ୩୦ ଜଣ ମନୋନୀତ ହୋଇଥିବା ବେଳେ ତାଲିକାରେ ୩୩ ଜଣିଆ ସେଲିଂ ଦଳ ସ୍ଥାନ ପାଇଛନ୍ତି। ଭାରୋତ୍ତୋଳନ, ଜିମ୍ନାଷ୍ଟିକ୍ସ, ହ୍ୟାଣ୍ଡବଲ୍‌ ଓ ରଗ୍‌ବୀ ପାଇଁ କୌଣସି ପୁରୁଷ ଆଥଲେଟ ମନ୍ତ୍ରଣାଳୟର ଅନୁମୋଦନ ଲାଭ କରିପାରି ନାହିଁ। କୁରାଶ (ମାର୍ଶାଲ ଆର୍ଟ) ଓ ଭାରୋତ୍ତୋଳନ ପାଇଁ କେବଳ ଦୁଇଜଣ କ୍ରୀଡ଼ାବିତ୍‌ (ଉଭୟ ମହିଳା) ତାଲିକାରେ ସ୍ଥାନ ପାଇଛନ୍ତି।
ତାଲିକାରେ ବଜରଙ୍ଗ
କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ବିନା ଟ୍ରାଏଲ୍‌ରେ ଭାରତୀୟ ଦଳରେ ସ୍ଥାନ ଦେବାଲାଗି ଆଇଓଏ ଆଡହକ୍‌ ପ୍ୟାନେଲ କରିଥିବା ସୁପାରିସକୁ ମନ୍ତ୍ରଣାଳୟ ଗ୍ରହଣ କରିଛି। ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ଭିନେଶ ପଙ୍ଘାଲଙ୍କୁ ମଧ୍ୟ ଏସିଆନ ଗେମ୍ସ ଟ୍ରାଏଲ୍ସରୁ ଛାଡ଼ କରାଯାଇ ସିଧାସଳଖ ଏଣ୍ଟ୍ରି ଦିଆଯାଇଥିଲା। ମାତ୍ର ଆଣ୍ଠୁରେ ଇଞ୍ଜୁରୀ ପାଇଁ ସେ ଓହରିଯିବାରୁ ତାଙ୍କ ସ୍ଥାନରେ କୁସ୍ତିଯୋଦ୍ଧା ଅନ୍ତିମ ପଙ୍ଘାଲ (୫୩କେଜି)ଙ୍କୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ କୋନେରୁ ହମ୍ପି ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି। ଚେସ୍‌ ଦଳର ସେ ପ୍ରମୁଖ ଅବିଚ୍ଛେଦ୍ୟ ଅଙ୍ଗ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡି. ହାରିକା ଓ ଆର. ପ୍ରଜ୍ଞାନନ୍ଦ ତାଲିକାରେ ସ୍ଥାନ ପାଇଛନ୍ତି। ୨୦୦୬ ସଂସ୍କରଣ ଡବଲ ସ୍ବର୍ଣ୍ଣ ବିଜେତା ହମ୍ପି ଏଥର ଏସିଆନ ଗେମ୍ସରେ ସେ ଅଂଶଗ୍ରହଣ କରି ନ ପାରନ୍ତି ବୋଲି ବର୍ଷ ଆରମ୍ଭରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ବର୍ଷା ବିଗାଡ଼ି ପାରେ ମ୍ୟାଚ୍‌

ଗୌହାଟି,୩୦।୩: ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ସୋମବାର IPL 2026ରେ ସେମାନଙ୍କ ଅଭିଯାନ ଆରମ୍ଭ କରିବେ। ଏହି ମୁକାବିଲା ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ…

ଯୁଦ୍ଧ ଭିତରେ ବମ୍ଫର ରୋଜଗାର କଲା ଇରାନ, ତେଲ ବିକ୍ରି କରି ହେଲା ମାଲାମାଲ, ଜାଣିଲେ ଟ୍ରମ୍ପଙ୍କ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୩୦।୩: ଇରାନ ସହିତ ଯୁଦ୍ଧ ଏବେ ଏକ ବିଶ୍ୱ ସଙ୍କଟରେ ପରିଣତ ହୋଇଛି। ତେଲ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ସ୍ଥଳ ଏବଂ ଆକାଶ ଆକ୍ରମଣ…

ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ

ମୁମ୍ବାଇ,୩୦।୩: ରୋହିତ ଶର୍ମା ଚମତ୍କାର ଢଙ୍ଗରେ IPL 2026 ଆରମ୍ଭ କରିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୭୮ ରନର ଏକ ଧମାକାଦାର…

ବଢ଼ୁଛି ନର୍ଲା ବିଧାୟିକା ସ୍ବାମୀଙ୍କ ଅଡ଼ୁଆ: ଏପଟେ ମନୋରମାଙ୍କୁ ଡାକି ନବୀନ କହିଲେ…

ଭୁବନେଶ୍ୱର, କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ନର୍ଲା…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

ଗର୍ଲଫ୍ରେଣ୍ଡ୍‌ଙ୍କୁ ମହଙ୍ଗା ଗାଡ଼ି ଉପହାର ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ଦାମ ଜାଣିଲେ ଉଡିଯିବ ହୋଶ୍‌

ମୁମ୍ବାଇ,୩୦।୩: କିଛି ଦିନ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଫେରାରି (Ferrari 12Cilindri) କିଣିଛନ୍ତି। ଏହାର ମୂଲ୍ୟ ୧୨ କୋଟି ବୋଲି ଜଣାପଡ଼ିଛି। ଏବେ ତାଙ୍କ କାର…

ନବୀନ ନିବାସରେ କଟକ-ଚୌଦ୍ୱାରର ୮ କର୍ପୋରେଟର: ଡକରା ପରେ…

ଭୁବନେଶ୍ୱର,୩୦।୩: ନବୀନ ନିବାସରେ ପହଞ୍ଚିଛନ୍ତି କଟକ-ଚୌଦ୍ୱାରର ୮ କର୍ପୋରେଟର। ପ୍ରତାପ ଜେନାଙ୍କ ନେତୃତ୍ୱରେ ନବୀନ ନିବାସରେ ପହଞ୍ଚିଥିବା ସୂଚନା ମିଳିଛି। କଟକ ରାଜନୀତି ସରଗରମକୁ ନେଇ ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri