ଅଶୋଧିତ ତୈଳ ବ୍ୟବହାରରେ ଚାଇନାକୁ ପଛରେ ପକାଇବ ଭାରତ

ଭୁବନେଶ୍ୱର, ୧।୧(ଅନୁରାଧା ମହାରଣା): ଦେଶରେ ତୈଳ ବ୍ୟବହାରରେ ଦ୍ରୁତ ବୃଦ୍ଧି କାରଣରୁ ଅଶୋଧିତ ତୈଳ ବ୍ୟବହାର କ୍ଷେତ୍ରରେ ଭାରତ ଚାଇନାକୁ ପଛରେ ପକାଇବାକୁ ଯାଉଛି। ଦେଶରେ ୨୦୨୨-୨୩ ବର୍ଷରେ ପେଟ୍ରୋଲ ବ୍ୟବହାର ୧୩.୪ ପ୍ରତିଶତ ଏବଂ ଡିଜେଲ ବ୍ୟବହାର ୧୨.୧ ପ୍ରତିଶତ ବୃଦ୍ଧି ପାଇଛି। ଆମେରିକା, ଚାଇନା ଏବଂ ଭାରତ ହେଉଛି ବିଶ୍ୱର ତିନୋଟି ବୃହତ ଅଶୋଧିତ ତୈଳ ଗ୍ରାହକ। ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି (ଆଇଏ)ର ରିପୋର୍ଟରେ କୁହାଯାଇଛି ଯେ ୨୦୨୭ ମସିହାରେ ଭାରତ ଅଶୋଧିତ ତୈଳ ବ୍ୟବହାରରେ ଚାଇନାକୁ ଅତିକ୍ରମ କରିବ ଏବଂ ଆମେରିକା ପରେ ବିଶ୍ୱର ସର୍ବବୃହତ ଗ୍ରାହକ ହେବ। ‘ତୈଳ ୨୦୨୩’ ନାମକ ରିପୋର୍ଟରେ ଆଉଟଲୁକ କହିଛି ଯେ, ୨୦୨୪ ମସିହାରୁ ଚାଇନାରେ ଘରୋଇ ବ୍ୟବହାର ହ୍ରାସ ହେତୁ ଅଶୋଧିତ ତୈଳର ଚାହିଦା କ୍ରମାଗତ ଭାବେ ହ୍ରାସ ପାଇବ। ବର୍ତ୍ତମାନ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୭୯ ଡଲାର ରହିଛି। ୨୦୨୩ରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ସର୍ବାଧିକ ୯୫ ଡଲାର ପର୍ଯ୍ୟନ୍ତ ରହିବ। ୨୦୨୨ରେ ଏହି ମୂଲ୍ୟ ବ୍ୟାରେଲ ପିଛା ୧୨୪ ଡଲାରରେ ପହଞ୍ଚିଥିଲା । ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଏବଂ ଡଲାରର ମଜଭୁତ ହେତୁ ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହେବାକୁ ଲାଗିଲା। ଗୋଟିଏ ବ୍ୟାରେଲରେ ୧୫୯ ଲିଟର ଅଶୋଧିତ ତେଲ ଥାଏ।
ରିପୋର୍ଟ ଅନୁଯାୟୀ, ଆମେରିକାରେ ଦୈନିକ ୧୯.୮୯ ନିୟୁତ ବ୍ୟାରେଲ ବ୍ୟବହାର ହେଉଥବାବେଳେ ଚାଇନା ପ୍ରତିଦିନ ୧୫.୨୭ ନିୟୁତ ବ୍ୟାରେଲ ଖର୍ଚ୍ଚ ହେଉଛି। ଭାରତରେ ଦୈନିକ ପ୍ରାୟ ୫ ନିୟୁତ ବ୍ୟାରେଲ ତେଲ ବ୍ୟବହାର କରାଯାଏ। ଚୀନରେ ଆଗାମୀ ଦିନରେ ତେଲ ଚାହିଦା ହ୍ରାସ ପାଇପାରେ। ଲୋକମାନେ ପେଟ୍ରୋଲ ଏବଂ ଡିଜେଲ ଗାଡି ବଦଳରେ ବୈଦ୍ୟୁତିକ କାର କିଣିବାକୁ ପସନ୍ଦ କରୁଛନ୍ତି। ଏହା ବ୍ୟତୀତ ସର୍ବସାଧାରଣ ଯାନଗୁଡିକ ମଧ୍ୟ ବୈଦ୍ୟୁତିକ ଯାନରେ ପରିଣତ ହେଉଛି। ଏଭଳି ପରିସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର କମିବା ସ୍ବାଭାବିକ। ତେବେ ଭାରତ ସରକାର ମଧ୍ୟ ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୮ ଘଣ୍ଟା ଜାତୀୟ ରାଜପଥ ଜାମ୍

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri