Posted inଖେଳ

ଭାରତକୁ ମିଳିବ ଏସିଆ କପ୍‌: ରାଜୀବଙ୍କ ଗାଳି ଶୁଣି ନକଭି କହିଲେ, ଏଠୁ ଆସି ନେଇଯାଅ

ନୂଆଦିଲ୍ଲୀ,୧।୧୦: ଟ୍ରଫି ବିବାଦ ମଧ୍ୟରେ ଏସୀୟ କ୍ରିକେଟ ପରିଷଦ (ACC) ଏକ ବୈଠକ କରିଥିଲା। ACC ମୁଖ୍ୟ ମୋହସିନ ନକଭିଙ୍କୁ ଭର୍ତ୍ସନା କରିଥିଲା BCCI। BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ନକଭିଙ୍କୁ ଭର୍ତ୍ସନା କରିଥିଲେ। ତାଙ୍କୁ କ୍ଷମା ମାଗିବାକୁ ଏବଂ ଟ୍ରଫି ଫେରାଇବାକୁ ବାଧ୍ୟ କରିଥିଲେ।

ବୈଠକ ଆରମ୍ଭରେ ମୋହସିନ ନକଭି ନିଜର ଅସନ୍ତୋଷ ପ୍ରକାଶ କରି ଘୋଷଣା କରିଥିଲେ, ତୁମର ଖେଳାଳିମାନେ ମୋ ସହିତ ବହୁତ ଖରାପ ବ୍ୟବହାର କରିଥିଲେ। ମୁଁ ସେଠାରେ କାର୍ଟୁନ ପରି ଟ୍ରଫି ଧରି ଠିଆ ହୋଇଥିଲି। ତୁମର ଖେଳାଳିମାନେ ସେମାନଙ୍କର ମୋବାଇଲ ଫୋନ୍‌ରେ ବ୍ୟସ୍ତ ଥିଲେ, ଭିଡିଓ ଗେମ ଖେଳିଥିଲେ। କିନ୍ତୁ ମୁଁ ସେଠାରେ ଥିବା ସମୟରେ ଟ୍ରଫି ନେବାକୁ ଆସି ଭଦ୍ରତା ମଧ୍ୟ ଦେଖାଇ ନ ଥିଲେ। ମୁଁ ଏପରି ଟ୍ରଫି ହସ୍ତାନ୍ତର କରିବି ନାହିଁ। ତୁମର ଅଧିନାୟକଙ୍କୁ ଦୁବାଇ ପଠାଅ ଏବଂ ତାଙ୍କୁ ମୋ ପାଖରୁ ଏହା ସଂଗ୍ରହ କରିବାକୁ ଦିଅ।

ଏହା ଶୁଣିବା ପରେ, ରାଜୀବ ଶୁକ୍ଳା ତୁରନ୍ତ ଜବାବ ଦେଇ କୁହନ୍ତି, ତୁମେ କିପରି କଳ୍ପନା କରିପାରୁଛ ଯେ, ଆମର ଖେଳାଳିମାନେ ତୁମଠାରୁ ଟ୍ରଫି ଗ୍ରହଣ କରିବେ? ତୁମେ ACC ଅଧ୍ୟକ୍ଷ, PCB ଅଧ୍ୟକ୍ଷ ଏବଂ ପାକିସ୍ତାନର ଗୃହମନ୍ତ୍ରୀ। ତୁମେ ଆମର ଫୁଟବଲ ଖେଳାଳିଙ୍କ ବିମାନକୁ ଗୁଳି କରି ଖସାଇ ଦେବା ଭଳି ଅବାନ୍ତର ଟୁଇଟ୍‌ କରିଛ। ତେବେ ତୁମେ ଏହି ଭ୍ରମ କିପରି ସୃଷ୍ଟି କଲ? ତୁମେ କ୍ରିକେଟକୁ ରାଜନୀତି ସହିତ ମିଶ୍ରଣ କରିଛ।

ରାଜୀବ ଶୁକ୍ଳା ଆହୁରି କହିଛନ୍ତି,ତୁମେ ପୂର୍ବରୁ ଭାରତୀୟ ବୋର୍ଡ ସହିତ କଥା ହେବା ଉଚିତ୍‌ ଥିଲା । ତୁମେ ଟ୍ରଫି ପ୍ରଦାନ କରିବା ଉଚିତ କି ନାହିଁ ବୁଝିବାର ଥିଲା। ତୁମେ ଏତେ ସମୟ ଧରି କାହିଁକି ବିବାଦ ସୃଷ୍ଟି କଲ? ଏହା ତୁମକୁ ସୁହାଉନାହିଁ। ଆମର ଅଧିନାୟକ ମୁମ୍ବାଇରେ ଅଛନ୍ତି, ସେ ଏବେ କାହିଁକି ଦୁବାଇ ଆସିବେ? ମୁଁ ପୂର୍ବରୁ ସେମାନଙ୍କୁ ତୁମଠାରୁ ଟ୍ରଫି ଗ୍ରହଣ ନ କରିବାକୁ କହିସାରିଛି। ତୁମେ ACC କିମ୍ବା ICCକୁ ଟ୍ରଫି ପଠାଅ, ଆମେ ସେଠାରୁ ପାଇବୁ।

ଭର୍ତ୍ସନା ପାଇବା ପରେ ନକଭି କହିଥିଲେ,ରାଜୀବ ଜୀ, ଆପଣ ଠିକ କହୁଛନ୍ତି। ଯାହା ଘଟିବା ଉଚିତ୍‌ ନ ଥିଲା। ମୁଁ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି। ମୁଁ ICCକୁ ଟ୍ରଫି ପଠାଉଛି, ଆପଣ ସେଠାରୁ ଏହା ପାଇପାରିବେ। ଏଥିରେ ରାଜୀବ ଶୁକ୍ଳା ନକଭିଙ୍କୁ ଧନ୍ୟବାଦ ଜଣାଇ କହିଲେ, ଠିକ ଅଛି। ଆପଣ ଏହା ପୂର୍ବରୁ କରିପାରିଥାନ୍ତେ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ ଫାଇନାଲ ଖେଳାଯାଇଥିଲା। ଟିମ ଇଣ୍ଡିଆ ୫ ଉଇକେଟରେ ମ୍ୟାଚ ଜିତିଥିଲା। ଏହା ପରେ, ଭାରତୀୟ ଦଳ ପାକିସ୍ତାନ ସରକାରଙ୍କ ମନ୍ତ୍ରୀ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡର ସଭାପତି ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା। କୁହାଯାଉଥିଲା ଯେ, ନକଭି ତାଙ୍କ ସହିତ ଟ୍ରଫି ନେଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri