‘ଆଲୁମିନିୟମର ରାଜଧାନୀ ହେବ ଭାରତ’

ଭୁବନେଶ୍ୱର,୧୫।୨: ବେଦାନ୍ତ ଆଲୁମିନିୟମର ଓଡ଼ିଶା ୟୁନିଟ୍‌ ଝାରସୁଗୁଡ଼ାଠାରେ ଏକ ୨ଦିନିଆ ଅନ୍ତର୍ଜାତୀୟ ଆଲୁମିନିୟମ୍‌ ସମ୍ମିଳନୀ-୨୩ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଓଡ଼ିଶାରେ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ଆଲୁମିନିୟମ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏପରିକି ଆଲୁମିନିୟମ୍‌ ଆସୋସିଏସନ ଅଫ୍‌ ଇଣ୍ଡିଆର ସହଭାଗିତାରେ ଏହି ଉଦ୍‌ଘାଟନୀ ସଂସ୍କରଣ ସଫଳତାର ସହ ଶେଷ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱରୁ ୧୩ ଦେଶର ଆଲୁମିନିୟମ ଇଣ୍ଡଷ୍ଟ୍ରି ଏବଂ ସହଯୋଗୀ କ୍ଷେତ୍ରର ପ୍ରାୟ ୪୦୦ ଶିଳ୍ପପତି ଏବଂ ଗ୍ରାହକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ‘ଭାରତକୁ ଆଲୁମିନିୟମ ରାଜଧାନୀ ତିଆରି କରିବା’ ଶୀର୍ଷକ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଇଓ (ଆଲୁମିନିୟମ୍‌ ବିଜ୍‌ନେସ୍‌) ରାହୁଲ ଶର୍ମା କହିଛନ୍ତି, ଦୁନିଆର କେତେକ ଅଭିନବ କୌଶଳ ସହ ଧାତୁ ଏବଂ ଉତ୍ପାଦନ କ୍ଷେତ୍ରର ବିଶେଷଜ୍ଞ ଏବଂ ଆଲୁମିନିୟମ୍‌ ଉତ୍ପାଦନରେ ପ୍ରମୁଖ ଖେଳାଳି ରହିଥିବାରୁ ଆମେ ବେଶ୍‌ ଆନନ୍ଦିତ। ଏପରିକି ଝାରସୁଗୁଡ଼ାଠାରେ ଆମର ମେଗା ଆଲୁମିନିୟମ୍‌ ସ୍ମେଲଟରରେ ମୂଲ୍ୟ-ଶୃଙ୍ଖଳା ଚିନ୍ତାଧାରା ତଥା ଶିଳ୍ପ ଷ୍ଟାଲ୍‌ୱାର୍ଟର ଏହି ମହାମିଳନ ଅନ୍ତର୍ଜାତୀୟ ସହଯୋଗରେ ନୂତନ ସୁଯୋଗ ଏବଂ ଆଲୁମିନିୟମ ଶିଳ୍ପର ଉତ୍ପାଦନର ଉକତ୍ର୍ଷ ଏବଂ ସ୍ଥାୟିତ୍ୱରେ ଏକ ପଦକ୍ଷେପ ପରିବର୍ତ୍ତନ ଆଣିବା ପାଇଁ ଅନ୍ତର୍ନିହିତ ଚିନ୍ତାଧାରା ଏବଂ ସର୍ବୋତ୍ତମ ଅଭ୍ୟାସ ଆଦାନ ପ୍ରଦାନ ପାଇଁ ଏକ ପଥ ପରିଷ୍କାର କରିଛି। ଅନ୍ତର୍ଜାତୀୟ ଆଲୁମିନିୟମ୍‌ ସମ୍ମିଳନୀର ପ୍ରଥମ ସଂସ୍କରଣରୁ ଅନ୍ତର୍ନିହିତ ପଦକ୍ଷେପ ସହ ଆମେ ଆମର ଗ୍ରାହକ,ଭାଗୀଦାରି ଏବଂ ହିତାଧିକାରୀମାନଙ୍କ ସହ ମିଶି ଭାରତକୁ ଆଲୁମିନିୟମ୍‌ ରାଜଧାନୀ କରିବା ପାଇଁ ଆମର ପ୍ରୟାସ ଜାରି ରଖିଛୁ ବୋଲି ସେ ବିସ୍ତୃତ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri