ଆସନ୍ତା ୨୦ ବର୍ଷରେ ବିଶ୍ୱର ଶ୍ରେଷ୍ଠ ୩ ଅର୍ଥନୀତିରେ ଅନ୍ତର୍ଭୁକ୍ତ ହେବ ଭାରତ: ଅମ୍ବାନୀ

ନୂଆଦିଲ୍ଲୀ,୧୫।୧୨: ଆସନ୍ତା ୨୦ ବର୍ଷ ମଧ୍ୟରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତିରେ ଅନ୍ତର୍ଭୁକ୍ତ ହେବ। ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସହ ଏକ ଭିଡିଓ ବାର୍ତ୍ତାଳାପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏହା କହିଛନ୍ତି।

ଅମ୍ବାନୀ କହିଛନ୍ତି, ହ୍ବାଟ୍ସଆପ୍‌ର ସବ୍‌ସ୍କ୍ରାଇବର ଭଳି ଜିଓର କୋଟି କୋଟି ଗ୍ରାହକ ଅଛନ୍ତି। ଜିଓ ଓ ଫେସବୁକ୍‌ ମିଶି ଭ୍ୟାଲୁ ଆଡେଡ୍‌ କ୍ରିଏଟର ସାଜି ପାରିବେ। ଜିଓମାର୍ଟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ସୁଯୋଗ ପ୍ରଦାନ କରିଛି, ଯାହା ଆମ ଦେଶର ଛୋଟ ଦୋକାନୀମାନଙ୍କୁ ଡିଜିଟାଇଜେଶନ କରିବାକୁ ଅନୁମତି ଦେଇଛି। ଏହା ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିବ। ଏହାଛଡ଼ା ଜିଓ ଦେଶର ସମସ୍ତ ବିଦ୍ୟାଳୟକୁ ସଂଯୋଗ କରିବାକୁ ଚେଷ୍ଟା କରୁଛି। ସେହିଭଳି ସ୍ବାସ୍ଥ୍ୟସେବା କ୍ଷେତ୍ରର କର୍ତ୍ତୃପକ୍ଷଙ୍କ ସହ ମିଶି ସେମାନଙ୍କୁ ଟେକ୍ନୋଲୋଜି ଉପକରଣ ଯୋଗାଇବାକୁ ଚେଷ୍ଟା କରୁଛି।

ସେହିଭଳି ଜୁକରବର୍ଗ କହିଛନ୍ତି ଯେ ଭାରତର ଭବିଷ୍ୟତ ଉପରେ ତାଙ୍କର ବହୁତ ବିଶ୍ୱାସ ଅଛି। ତେଣୁ ସେ ଭାରତରେ ବିନିଯୋଗ କରିଛନ୍ତି। ଜୁକରବର୍ଗ କହିଛନ୍ତି ଯେ ଭାରତରେ କୋଟି କୋଟି ଲୋକଙ୍କ ପାଇଁ ଇଣ୍ଟରନେଟ ଉପକୃତ ହେବାରେ ଜିଓ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପିଏମ୍‌ ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଦୃଷ୍ଟିକୋଣ ଶିଳ୍ପ ପାଇଁ ବିପୁଳ ସୁଯୋଗ ପ୍ରଦାନ କରିଛି । ଏହା ମାଧ୍ୟମରେ ଦେଶରେ ଟେକ୍ନୋଲୋଜିର ବିକାଶ ପାଇଁ ଏହି ଶିଳ୍ପ ସରକାରଙ୍କ ସହ ସହଯୋଗ କରିପାରିବ।
ପ୍ରକାଶ ଯେ, ରିଲାଏନ୍ସ ଜିଓ ପ୍ଲାଟଫର୍ମଗୁଡିକ କମ୍ପାନୀର ୯.୯୯ ପ୍ରତିଶତ ଅଂଶଧନ ପାଇଁ ଫେସବୁକରୁ ୪୩,୫୭୪ କୋଟି ଟଙ୍କା ପାଇଛି। କମ୍ପାନୀର ସହାୟକ କମ୍ପାନୀ ଜିଓ ପ୍ଲାଟଫର୍ମ ଲିମିଟେଡ ଫେସବୁକର ସମ୍ପୁର୍ଣ୍ଣ ମାଲିକାନା ସହାୟକ କମ୍ପାନୀ ଜାଧୁ ହୋଲ୍ଡିଂସ, ଏଲଏଲ୍ସି (ଜାଡୁ ହୋଲ୍ଡିଂସ୍‌)ରୁ ୪୩,୫୭୪ କୋଟି ଟଙ୍କା ପାଇଛି। ଏହି ଡିଲ ମାଧ୍ୟମରେ ଫେସବୁକ ପ୍ରଥମ ଥର ପାଇଁ ଭାରତରେ ଏକ ବଡ କମ୍ପାନୀରେ ବିନିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ସରକାରଙ୍କ ବଡ଼ ଘୋଷଣା: ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା

ଭୁବନେଶ୍ୱର,୧୦।୪: ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା। ପ୍ରଧାନମନ୍ତ୍ରୀ ରାହତ୍‌ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲା SP,…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା, ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ନେଇ…

ଭୁବନେଶ୍ୱର,୧୦ା୪: ରାଜ୍ୟରେ ପୁଣି ଜୋର୍‌ ଧରିଛି ମେଟ୍ରୋ ପ୍ରକଳ୍ପ ରାଜନୀତି। ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ ବନ୍ଦ ନିଷ୍ପତ୍ତି…

ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଇରାନର ବଡ଼ ନିଷ୍ପତ୍ତି: ରଖିଲା ଏମିତି ସର୍ତ୍ତ, ବିଶ୍ୱ ବଜାରରେ ହଇଚଇ

ଓ୍ବାଶିଂଟନ୍‌,୧୦।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ ବିଶ୍ୱ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ ତେଲ ଏବଂ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri