Posted inଜାତୀୟ

ଆକାଶରେ ‘ବାହୁବଳୀ’ ହେବ ଭାରତ, ପ୍ରତିରକ୍ଷା ମନ୍ତ୍ରଣାଳୟର ବଡ଼ ଯୋଜନା

ନୂଆଦିଲ୍ଲୀ,୧୨।୩: ଭାରତୀୟ ବାୟୁସେନା ଆଗାମୀ ୫ ରୁ ୧୦ବର୍ଷ ମଧ୍ୟରେ ଏହାର ବିମାନ ବାହିନୀରେ ୧୧୪ଟି ଯୁଦ୍ଧ ବିମାନ ଯୋଡିବ। ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ କମିଟି ଏହି ଯୋଜନାରେ ସମ୍ମତି ପ୍ରଦାନ କରିଛି। ଆଗାମୀ ବର୍ଷଗୁଡ଼ିକରେ ଏହି ଯୁଦ୍ଧ ବିମାନଗୁଡ଼ିକ ଅବସର ନେଉଥିବା ଯୁଦ୍ଧ ବିମାନଗୁଡ଼ିକୁ ବଦଳାଇବ।
ସୂତ୍ର ଅନୁସାରେ, ଆଗାମୀ ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ବାୟୁସେନା ବିଶ୍ୱସ୍ତରୀୟ ଟେଣ୍ଡର ମାଧ୍ୟମରେ ଯୁଦ୍ଧ ବିମାନ ସାମିଲ କରିବ। ୧୧୪ଟି ଯୁଦ୍ଧ ବିମାନ ସାମିଲ ହେବା ଦ୍ୱାରା ବାୟୁସେନା ଆଗାମୀ ୧୦ ବର୍ଷ ପାଇଁ ଏହାର ସ୍କ୍ବାର୍ଡନ ଶକ୍ତି ବଜାୟ ରଖିବ। ପ୍ରକୃତରେ, ୨୦୩୭ ସୁଦ୍ଧା ୧୦ଟି ସ୍କ୍ବାର୍ଡନ ଲଢ଼ୁଆ ବିମାନ ଅବସର ନେବାକୁ ଯାଉଛି। ଏହାର ଅର୍ଥ ହେଉଛି ୧୦ ରୁ ୧୨ ବର୍ଷ ମଧ୍ୟରେ ଭାରତୀୟ ବାୟୁସେନାରୁ ଅନେକ ଲଢ଼ୁଆ ବିମାନ ହଟାଇ ଦିଆଯିବ। ଏଥିରେ ଜାଗୁଆର, ମିରାଜ-୨୦୦୦ ଏବଂ ମିଗ-୨୯ ଭଳି ଯୁଦ୍ଧ ବିମାନ ଅନ୍ତର୍ଭୁକ୍ତ। ଦେଶର ବାୟୁ ଶକ୍ତିରେ କୌଣସି କମ୍‌ ନହେବା ପାଇଁ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ବିମାନଗୁଡ଼ିକୁ ବଦଳାଇବା ଦିଗରେ ଆଗକୁ ବଢ଼ୁଛି।
ସୂତ୍ର ଅନୁଯାୟୀ, ଟେଣ୍ଡରରେ ସାମିଲ ହୋଇଥିବା ବିମାନଗୁଡ଼ିକ ମଧ୍ୟରେ ରାଫେଲ, ଗ୍ରୀପେନ, ୟୁରୋଫାଇଟର ଟାଇଫୁନ, ମିଗ-୩୧ ଏବଂ ଏଫ-୧୬ ଯୁଦ୍ଧ ବିମାନ ଅନ୍ତର୍ଭୁକ୍ତ। ଏହି ବିମାନଗୁଡ଼ିକ ୧୨୬ଟି ଲଢ଼ୁଆ ବିମାନ ପାଇଁ ପୂର୍ବ ଟେଣ୍ଡରରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଏହା ମଧ୍ୟ ଖବର ଅଛି ଯେ ଭାରତୀୟ ବାୟୁସେନା ୨୦୪୭ ସୁଦ୍ଧା ଏହାର ସ୍କ୍ବାର୍ଡନର ସଂଖ୍ୟା ୬୦କୁ ବୃଦ୍ଧି କରିବାକୁ ଚାହୁଁଛି। ସୂଚନାଯୋଗ୍ୟ, ଏହି ସମୟ ମଧ୍ୟରେ ୧୧୪ଟି ଲଢ଼ୁଆ ବିମାନ ବ୍ୟତୀତ, ସ୍ବଦେଶୀ ଯୁଦ୍ଧ ବିମାନ ‘ତେଜସ’ର ବିଭିନ୍ନ ସଂସ୍କରଣ ଯେପରିକି ମାର୍କ-୧ଏ ଏବଂ ମାର୍କ-୨ ମଧ୍ୟ ବାୟୁସେନା ଫ୍ଲିଟରେ ସାମିଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri