Posted inଖେଳ

୩୨ ଛକା, ୩୫ଚଉକା; ୪୬୯ ରନ୍‌: ଭାରତ-ଓ୍ବେଷ୍ଟଇଣ୍ଡିଜର ଏହି ରୋମାଞ୍ଚକର ମ୍ୟାଚ୍‌ରେ କିଛି ଏଭଳି ଥିଲା ପରିଣାମ

ଫ୍ଲୋରିଡା,୧୯।୧: ବିଶ୍ୱର ଦୁଇ ଟି୨୦ ଚାମ୍ପିୟନ୍‌ ଟିମ୍‌ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ୍‌ ରୋମାଞ୍ଚକର ହୋଇଥାଏ। ଉଭୟ ଟିମ୍‌ ୨୦୧୬ରେ ଫ୍ଲୋରିଡାରେ ଟି୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିବାକୁ ପହଞ୍ଚିଥିଲା। ସେତେବେଳେ ଭାରତୀୟ ଦଳର ଅଧିନାୟକ ଥିଲେ ମହେନ୍ଦ୍ର ସିଂହ ଧୋନୀ। ସେହିଭଳି ଓ୍ବେଷ୍ଟଇଣ୍ଡିଜର ନେତୃତ୍ୱ ନେଉଥିଲେ କାର୍ଲୋସ ବ୍ରେଥ୍‌ବେଟ୍‌। କ୍ରିସ ଗେଲ୍‌ଙ୍କୁ ମ୍ୟାଚ୍‌ରେ ସୁଯୋଗ ମିଳି ନ ଥିଲେ ହେଁ ଏହା ସ୍ମରଣୀୟ ହୋଇ ଆଜି ବି ରହିଛି।

ଧୋନୀ ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲେ। ଭାରତର ଭୁବନେଶ୍ୱର କୁମାର, ମହମ୍ମଦ ଶାମୀ, ଜସପ୍ରିତ ବୁମ୍‌ରାଙ୍କ ଦ୍ରୁତ ବୋଲିଂ ସହ ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜାଙ୍କ ସ୍ପିନ୍‌ କାମଦେବ ବୋଲି ଆଶା କରାଯାଉଥିଲା। ହେଲେ ଓ୍ବେଷ୍ଟଇଣ୍ଡିଜ ଓପନର୍‌ ତାହା କଠିନ ବୋଲି ପ୍ରମାଣିତ କରିଥିଲେ। ଦଳର ଜନ୍‌ସନ ଚାଲ୍ସ(୭୯), ଏବିନ୍‌ ଲୁଇସ୍‌(୧୦୦) ୫୭ ବଲ୍‌ରେ ୧୨୬ ରନ୍‌ର ଭାଗିଦାରୀ କରି ବଡ ସ୍କୋର ପାଇଁ ମୂଳଦୁଆ ରଖିଥିଲେ। ପରେ ଶାମୀ ଚାଲ୍ସଙ୍କୁ କ୍ଲିନ୍‌ ବୋଲ୍ଡ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ସେ ୩୩ ବଲ୍‌ରେ ୭ ଛକା ଏବଂ ୬ ଚଉକା ମାରି ୭୯ ରନ୍‌ କରିଥିଲେ। ପରେ ଆନ୍ଦ୍ରେ ରସେଲ(୨୨) ଲୁଇସ୍‌ଙ୍କ ସହ ମିଶି ଦଳର ସ୍କୋର ୨୦୦ ପାର କରାଇଥିଲେ। ଲୁଇସ ଟି୨୦ରେ ନିଜର ଶତକ ପୂରଣ କରିଥିଲେ। ହେଲେ ଜାଡେଜା ଉଭୟଙ୍କ ଉଇକେଟ ନେଇଥିଲେ। ଲୁଇସ୍‌ ୪୯ ବଲ୍‌ ଖେଳି ୫ ଚଉକା, ୯ ଛକା ସହ ୧୦୦ ରନ୍‌ କରିଥିଲେ। ଏଭଳି ଭାବେ ନିର୍ଧାରିତ ୨୦ ଓଭରରେ ଓ୍ବେଷ୍ଟଇଣ୍ଡିଜ ୬ ଉଇକେଟ ହରାଇ ୨୪୫ ରନ୍‌ କରିଥିଲେ। ତେବେ ଦଳର ପାଳିରେ ମୋଟ ୨୧ ଛକା ଏବଂ ୧୩ ଚଉକା ମରାଯାଇଥିଲା।

ପରେ ୨୪୬ ରନ୍‌କୁ ପିଛା କରୁଥିବା ଭାରତୀୟ ଟିମ୍‌ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିବା ସତ୍ତ୍ୱେ ରୋହିତ ଶର୍ମା(୬୨) ଏବଂ କେ.ଏଲ୍‌ ରାହୁଲ(୧୧୦) ରନ୍‌ କରି ଓ୍ବେଷ୍ଟଇଣ୍ଡିଜ୍‌ ବୋଲରଙ୍କ ହୋସ୍‌ ଉଡାଇଥିଲେ। ପ୍ରଥମରୁ ରାହାଣେ, ବିରାଟ କୋହଲି ଆଉଟ ହୋଇଥିବା ବେଳେ ତୃତୀୟ ଉଇକେଟ ପାଇଁ ୮୯ ରନ୍‌ର ଭାଗିଦାରୀ କରିଥିଲେ ଉଭୟ। ହେଲେ ରୋହିତ କ୍ୟାଚ୍‌ ଆଉଟ୍‌ ହୋଇଯାଇଥିଲେ। ପରେ କେ.ଏଲ୍‌ଙ୍କ ସହ ଧୋନୀ(୪୩) ରନ୍‌ କରିଥିଲେ। ଉଭୟ ଦମ୍‌ଦାର ବ୍ୟାଟିଂ କରି ଚଉକା ଓ ଛକାର ବର୍ଷା କରିଥିଲେ। ରାହୁଲ ନିଜର ଶତକ ପୂରଣ କରିଥିଲେ। ଭାରତ ୧୯ ଓଭରରେ ୨୩୮ ରନ୍‌ କରିଥିଲା। ଶେଷ ଓଭରରେ ଜିତିବା ପାଇଁ ମାତ୍ର ୮ ରନ୍‌ର ଆବଶ୍ୟକତା ଥିଲା। କ୍ରିଜରେ ଦୁଇ ଅନୁଭବୀ ଖେଳାଳି ଥିଲେ। ପ୍ରଥମ ବଲ୍‌ରେ ଉଇକେଟ ପରେ ଆଗାମୀ ତିନି ବଲ୍‌ରେ ୩ ରନ୍‌ ଦେଇଥିଲେ ବ୍ରାଭୋ। ଭାରତକୁ ଶେଷ ଦୁଇ ବଲ୍‌ରେ ୪ ରନ୍‌ର ଆବଶ୍ୟକତା ଥିଲା। ପଞ୍ଚମ ବଲ୍‌ରେ ଦୁଇ ରନ୍‌ କରିଥିଲେ ଧୋନୀ। ଶେଷ ବଲ୍‌ରେ ମଧ୍ୟ ସମାନ ରନ୍‌ର ଆବଶ୍ୟକତା ଥିଲା। ହେଲେ ଧୋନୀ ନିଜର ଉଇକେଟ ହରାଇଥିଲେ।

ଓ୍ବେଷ୍ଟଇଣ୍ଡିଜ-ଭାରତ ମଧ୍ୟରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚ୍‌ରେ ମାତ୍ର ୧ ରନ୍‌ରେ ହାରିଥିଲା ଟିମ୍‌ଇଣ୍ଡିଆ। ରାହୁଲ ଶତକ କରିଥିଲେ ହେଁ ଲୁଇସ୍‌ ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ହୋଇଥିଲେ। ଭାରତ ପକ୍ଷରୁ ୨୨ ଚଉକା ଏବଂ ୧୧ ଛକା ମରାଯାଇଥିଲା। ମୋଟ ଦେଖିଲେ ୩୨ ଚଉକା, ୩୫ ଛକା ଏବଂ ୪୬୯ରନ୍‌ର ଏହି ମ୍ୟାଚ୍‌କୁ ଦର୍ଶକେ ବେଶ୍‌ ଉପଭୋଗ କରିଥିଲେ। ଶେଷ ବେଳରେ ମିଳିଥିବା ହାର୍‌କୁ ନେଇ ଭାରତୀୟ ଦଳ ନିରାଶ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri