Posted inଖେଳ

୧୯ ବର୍ଷରୁ କମ୍ ଏସିଆ କପରେ ଭାରତକୁ ୮ ୱିକେଟରେ ହରାଇଲା ପାକିସ୍ତାନ

ନୂଆଦିଲ୍ଲୀ,୨୮।୧୦: ଦୁବାଇରେ ଖେଳାଯାଉଥିବା ୧୯ ବର୍ଷରୁ କମ୍ ଏସିଆ କପରେ ପାକିସ୍ତାନ ବିପକ୍ଷରେ ଭାରତୀୟ ଦଳ ପରାଜୟର ସମ୍ମୁଖୀନ ହୋଇଛି। ଭାରତର ଏହି ଯୁବ ଦଳ ପାକିସ୍ତାନଠାରୁ ୮ ୱିକେଟରେ ପରାସ୍ତ ହୋଇଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୫୯ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ତାନ ଦଳ ମାତ୍ର ଦୁଇଟି ୱିକେଟ୍ ହରାଇ ସହଜରେ ଲକ୍ଷ୍ୟ ହାସଲ କରିଛି। ମହମ୍ମଦ ଜିଶାନ ପାକିସ୍ତାନ ପାଇଁ ଚମତ୍କାର ବୋଲିଂ କରିଥିଲେ ଏବଂ ଆଜାନ ଆୱାଇସ ଏକ ଚମତ୍କାର ଶତକ ହାସଲ କରିଥିଲେ।

ଗ୍ରୁପ୍-ଏ ମ୍ୟାଚ୍ ରେ ପାକିସ୍ତାନ ଅଧିନାୟକ ସାଦ୍ ବାଗ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଓପନିଂ ଯୋଡି ଏକ ଧୀର ଏବଂ ସ୍ଥିର ଆରମ୍ଭ କରିଥିଲେ। ନବମ ଓଭରରେ ୩୯ ସ୍କୋର ଥିବା ବେଳେ ଭାରତୀୟ ଦଳକୁ ପ୍ରଥମ ଝଟକା ଲାଗିଥିଲା। ଆମୀର ହାସନଙ୍କ ଦ୍ୱାରା ଅର୍ଶିନ କୁଲକର୍ଣ୍ଣି (୨୪) ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ। ଠିକ୍ ଏହା ପରେ ରୁଦ୍ର ପଟେଲ (୧) ମଧ୍ୟ ସଅଳ ଆଉଟ ହୋଇଯାଇଥିଲେ। ମହମ୍ମଦ ଜିଶାନ ତାଙ୍କୁ ଆଉଟ କରିଥିଲେ।

ଏହାପରେ ଆଦର୍ଶ ସିଂ ଏବଂ ଅଧିନାୟକ ଉଦୟ ଶରଣ ତୃତୀୟ ୱିକେଟ୍ ପାଇଁ ୧୨୦ ବଲରେ ୯୩ ରନ୍ ସଂଗ୍ରହ କରିଥିଲେ। ଏବେ ଭାରତୀୟ ଦଳର ଅବସ୍ଥା ଠିକ ଥିବା ଭଳି ଲାଗୁଥିଲା କିନ୍ତୁ ଆଦର୍ଶ ସିଂ (୬୨) ପାଭିଲିୟନକୁ ଫେରିବା ମାତ୍ରେ ୱିକେଟ୍ ଖସିଯିବା ଆରମ୍ଭ କରିଥିଲା। ମୁଶୀର ଖାନ (୨), ଅରଭେଲି ଅବନେଶ (୧୧) ମଧ୍ୟ ଶସ୍ତା ହୋଇଥିଲେ।

ଏହା ପରେ ଅଧିନାୟକ ଉଦୟ ଶରଣ ସଚିନ ଧାସଙ୍କ ସହ ୪୮ ରନ୍ ଯୋଡି ଦଳକୁ ୨୦୦ ରୁ ଅଧିକ ନେଇଥିଲେ। ମୋଟ ୨୦୬ ରେ ୬୦ ରନ୍ ସ୍କୋର କରିବା ପରେ ଉଦୟ ଆଉଟ୍ ହୋଇଥିଲେ। ଏଠାରୁ ସଚିନ୍ ଗୋଟିଏ ମୁଣ୍ଡରେ ଠିଆ ହୋଇଥିଲେ କିନ୍ତୁ ଅନ୍ୟ ପଟରୁ ୱିକେଟ୍ ଖସିବାକୁ ଲାଗିଲା। ଫଳରେ ଭାରତୀୟ ଦଳ ଧାର‌୍ୟ୍ୟ ୫୦ ଓଭରରେ ୯ ୱିକେଟ୍ ହରାଇବା ପରେ ୨୫୯ ରନ୍ ସଂଗ୍ରହ କରିଥିଲା। ପାକିସ୍ତାନ ପାଇଁ ଦ୍ରୁତ ବୋଲର ମହମ୍ମଦ ଜିଶାନ ୧୦ ଓଭରରେ ୪୬ ରନ୍ ପାଇଁ ୪ ୱିକେଟ୍, ଆମୀର ହାସନ ଏବଂ ଉବେଦ ଶାହା ମଧ୍ୟ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଅରଫାତ୍ ମିନହସ୍ ଗୋଟିଏ ୱିକେଟ୍ ନେଇଥିଲେ।

୨୬୦ ରନର ଏହି ଟାର୍ଗେଟକୁ ପିଛା କରି ପାକିସ୍ତାନର ଖରାପ ଆରମ୍ଭ କରିଥିଲା। ଶାମିଲ ହୁସେନୁ (୮) ଶସ୍ତା ପ୍ୟାଭିଲିୟନକୁ ଫେରିଥିଲେ। ୨୮ ରନରେ ପ୍ରଥମ ଝଟକା ପାଇବା ପରେ ପାକିସ୍ତାନ ଦ୍ୱିତୀୟ ୱିକେଟ୍ ପାଇଁ ଶାଜାଇବ ଖାନ୍ ଏବଂ ଆଜାନ୍ ଆୱାଇସଙ୍କ ମଧ୍ୟରେ ୧୧୦ ରନ୍ ଭାଗିଦାରୀ ହୋଇଥିଲା। ଶାଜାଇବ (୬୩) ସମୁଦାୟ ୧୩୮ ରେ ପାଭିଲିୟନକୁ ଫେରିଥିଲେ।

ଏହାପରେ ଅଧିନାୟକ ଅଧିନାୟକ ସାଦ୍ ବାଗଙ୍କ ସହ ୧୨୫ ରନର ଅପରାଜିତ ଭାଗିଦାରୀ କରି ପାକିସ୍ତାନକୁ ବିଜୟ ଆଡକୁ ନେଇଥିଲେ। ଏହି ସମୟରେ ଆଜାନ ୧୩୦ ବଲରେ ୧୦୫ ରନ ସଂଗ୍ରହ କରି ଏକ ଶତକ ଇନିଂସ ଖେଳିଥିଲେ। ଯେତେବେଳେ କି ସାଦ ବ୍ୟାଗ ୫୧ ବଲରେ ଦ୍ରୁତ ୬୮ ରନ ସ୍କୋର କରିଥିଲେ।ଭାରତ ପାଇଁ ମୁରୁଗାନ୍ ଅଭିଷେକ ଦୁଇଟି ୱିକେଟ୍ ନେଇଥିଲେ। ପାକିସ୍ତାନ ମାତ୍ର ୪୭ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri