Posted inଖେଳ

ଭାରତ-ପାକିସ୍ତାନ କ୍ରିକେଟ୍ ମହାମୁକାବିଲା: ଅପରେଶନ୍ ସିନ୍ଦୁର ପରେ ପ୍ରଥମଥର କ୍ରିକେଟ ଗ୍ରାଉଣ୍ଡରେ ହେବେ ମୁହାଁମୁହିଁ

ନୂଆଦିଲ୍ଲୀ/ବାର୍ମିଂହାମ: ଅପରେସନ୍ ସିନ୍ଦୁର ପରେ ପ୍ରଥମ ଥର ପାଇଁ ଭାରତ ଓ ପାକିସ୍ତାନ କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ଐତିହାସିକ ମୁକାବିଲା ଇଂଲଣ୍ଡର ଏଡଜବାଷ୍ଟନ କ୍ରିକେଟ୍ ଗ୍ରାଉଣ୍ଡରେ ଜୁଲାଇ ୨୦, ୨୦୨୫ରେ ଅନୁଷ୍ଠିତ ହେବ। ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲେଜେଣ୍ଡସ୍ (WCL) ନାମକ ଏକ ପ୍ରଦର୍ଶନୀ ଟୁର୍ଣ୍ଣାମେଣ୍ଟରେ ଉଭୟ ଦେଶର ପୂର୍ବତନ କ୍ରିକେଟ୍ ତାରକାମାନେ ଅଂଶଗ୍ରହଣ କରିବେ।

ଭାରତୀୟ ଦଳରେ ଯୁବରାଜ ସିଂହ, ହରଭଜନ ସିଂହ, ସୁରେଶ ରାଇନା ଏବଂ ଇରଫାନ ପଠାନ ଭଳି ଦିଗ୍ଗଜ ଖେଳାଳି ସାମିଲ ହେଉଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ଦଳରେ ଶାହିଦ ଆଫ୍ରିଦି, ଶୋଏବ ମଲିକ, ସୋହେଲ ଖାନ ଓ ଅବଦୁଲ ରଜାକ ଭଳି ଖେଳାଳି ମଇଦାନକୁ ଓହ୍ଲାଇବେ। ଏହି ମ୍ୟାଚ୍ ଉଭୟ ଦେଶର କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ନସ୍ଟାଲଜିକ ମୁହୂର୍ତ୍ତ ହେବ, ଯେଉଁଠାରେ ୨୦୦୭ ଟି-୨୦ ବିଶ୍ୱକପ୍ ଫାଇନାଲର ସ୍ମୃତି ପୁଣି ଜାଗ୍ରତ ହେବ।

ଏହି ମ୍ୟାଚ୍‌ର ପୃଷ୍ଠଭୂମିରେ ଅପରେସନ୍ ସିନ୍ଦୁର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ରହିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ନିରୀହ ଲୋକଙ୍କ ଜୀବନ ଯାଇଥିଲା, ତା’ ପରେ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ବିବାଦୀୟ ବୟାନ ବେଶ୍ ଚର୍ଚ୍ଚାରେ ରହିଥିଲା।

ଆଫ୍ରିଦି ଦାବି କରିଥିଲେ ଯେ, ଭାରତ ନିଜେ ଏହି ଆକ୍ରମଣ କରି ପାକିସ୍ତାନକୁ ଦାୟୀ କରୁଛି। ସେ କହିଥିଲେ, “ପହଲଗାମରେ ଆତଙ୍କବାଦୀମାନେ ଏକ ଘଣ୍ଟା ଧରି ଲୋକଙ୍କୁ ହତ୍ୟା କଲେ, କିନ୍ତୁ ୮ ଲକ୍ଷ ଭାରତୀୟ ସୈନିକଙ୍କ ମଧ୍ୟରୁ ଜଣେ ମଧ୍ୟ ପହଞ୍ଚିଲେ ନାହିଁ। ପରେ ସେମାନେ ପାକିସ୍ତାନକୁ ଦୋଷ ଦେଲେ।”

ଆଫ୍ରିଦି ନିଜ ବୟାନରେ କ୍ରୀଡ଼ା କୂଟନୀତିର ଗୁରୁତ୍ୱ ଉପରେ ମଧ୍ୟ ଆଲୋଚନା କରିଥିଲେ। ସେ କହିଥିଲେ, “ଆମେ ସବୁବେଳେ ଶାନ୍ତି ଚାହୁଁ। ୨୦୧୬ ଟି-୨୦ ବିଶ୍ୱକପ୍ ସମୟରେ ମୁଁ ଅଧିନାୟକ ଥାଇ ଭାରତ ଯାତ୍ରା ନେଇ ଅନିଶ୍ଚିତ ଥିଲି। କ୍ରୀଡ଼ା କୂଟନୀତି ମଧ୍ୟ ଏକ ଭଲ ମାଧ୍ୟମ। ଭାରତ ନିଜ କବାଡ଼ି ଦଳକୁ ପାକିସ୍ତାନକୁ ପଠାଏ, କିନ୍ତୁ କ୍ରିକେଟ୍ ଦଳ ପଠାଇବାକୁ ଅମଙ୍ଗ।” ଏହା ସହିତ ସେ କହିଥିଲେ ଯେ ପାକିସ୍ତାନ କେବେ ଆତଙ୍କବାଦକୁ ସମର୍ଥନ କରେ ନାହିଁ ଏବଂ ସବୁବେଳେ ଭାରତ ସହ ସୁସମ୍ପର୍କ ଚାହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲ ସଂଘ ନିର୍ବାଚନ: ମଇଦାନରେ ୬ ପ୍ରାର୍ଥୀ, ସରଗରମ କୋର୍ଟ ପରିସର

ପୁରୁଷୋତ୍ତମପୁର,୨୮।୩ (ସବିତା ମିଶ୍ର): ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟ ପରିସରରେ ନିର୍ବାଚନ ଉଷ୍ମତା ସରଗରମ ହୋଇଉଠିଛି…

କେସିଙ୍ଗା ରେଳ ଷ୍ଟେଶନ ପରିଦର୍ଶନ କଲେ ସମ୍ବଲପୁର ରେଳ ପ୍ରବନ୍ଧକ: ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୨୮।୩(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ପ୍ରବନ୍ଧକ କେସିଙ୍ଗା ରେଳ ଷ୍ଟେଶନକୁ ଶନିବାର ପରିଦର୍ଶନ କରି ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ତଦନ୍ତ କରିଥିଲେ। ଏହି ଷ୍ଟେଶନରେ ଯାତ୍ରୀଙ୍କ…

ଘରକୁ ଫେରୁଥିଲେ ଶ୍ରମିକ, ଧକ୍କା ଦେଲା ଟ୍ରାଭେଲର: ଆଉ ତା’ପରେ…

ଲୋଇସିଂହା,୨୮।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା- ବଲାଙ୍ଗୀର ରାସ୍ତାର ସରଗାଡରେ ଏକ ଅଜଣା ଗାଡ଼ି ଧକ୍କାରେ ଶନିବାର ଭୋର ସକାଳୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ମଇଦାନରେ ଅଛନ୍ତି ଏମାନେ, ଆଜି ଫଳାଫଳ ଘୋଷଣା

ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାର…

ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବ: ୧୫ ଘଣ୍ଟା ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା…

ମୋଦି-ଟ୍ରମ୍ପଙ୍କ ଫୋନ କଲ୍‌ରେ ଏଲନ ମସ୍କଙ୍କ ଉପସ୍ଥିତିକୁ ନେଇ କୂଟନୈତିକ ମହଲରେ ହଇଚଇ

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ ଆଲୋଚନା ବହୁତ ଚର୍ଚ୍ଚା ସୃଷ୍ଟି କରୁଛି। କିନ୍ତୁ ଏହି ଆଲୋଚନା…

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri