Posted inଖେଳ

ନ୍ୟୁଜିଲାଣ୍ଡ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କଲା ଭାରତ

ମାଉଣ୍ଟ ମଙ୍ଗାନୁଇ,୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ଚମତ୍କାର ଶତକ ପରେ ଦୀପକ ହୁଡାଙ୍କ ବୋଲିଂ ଯାଦୁରେ ଘରୋଇ ଦଳ ଧରାଶାୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୬ ଉଇକେଟ ହରାଇ ୧୯୧ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ ଦଳ ୧୮.୫ ଓଭରରେ ମାତ୍ର ୧୨୬ ରନ ସ୍କୋର କରିବାରେ ସକ୍ଷମ ହୋଇଥିଲା। ୬୫ ରନର ବିଜୟ ସହ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି।
ଭାରତର ୧୯୨ ରନ୍‌ର ଟାର୍ଗେଟକୁ ପିଛା କରି ନ୍ୟୁଜିଲାଣ୍ଡ ଭଲ ଆରମ୍ଭ କରି ନ ଥିଲା। ଭୁବନେଶ୍ୱର କୁମାର ପ୍ରଥମ ଓଭରରେ ଫିନ ଆଲେନଙ୍କ ରୂପରେ ଦଳକୁ ପ୍ରଥମ ଝଟକା ଦେଇଥିଲେ। ଷ୍ଟାର୍‌ ଡିଭନ କନୱେ ୱାଶିଂଟନ ସୁନ୍ଦରଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଏହି ମ୍ୟାଚରେ ଦୀପକ ହୁଡା ଚାରିଟି ଉଇକେଟ ନେଇ କିୱି ଦଳକୁ ଧରାଶାୟୀ କରିଥିଲେ। ୨.୫ ଓଭରରେ ମାତ୍ର ୧୦ ରନ ଦେଇ ହୁଡା ୪ ଉଇକେଟ ନେଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିନାୟକ କେନ ୱିଲିୟମସନ ୫୨ ବଲରୁ ୬୨ ରନ୍‌ର ସର୍ବାଧିକ ସ୍କୋର କରିଥିଲେ।
ଟସ ହାରି ପରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ଭଲ ନ ଥିଲା। ଭାରତର ପ୍ରଥମ ଉଇକେଟ ୩୬ ରନ ସ୍କୋରରେ ପଡିଥିଲା। ରିଷଭ ପନ୍ତ ୧୩ ବଲରେ ୬ ରନ ସ୍କୋର କରିବା ପରେ ଆଉଟ୍‌ ହୋଇଥିଲେ। ଏହା ପରେ ଇଶାନ କିଶନ ଦ୍ରୁତ ରନ ସ୍କୋର କରି ଭାରତର ସ୍କୋରକୁ ୫୦ ରନ ପାର୍‌ କରିଥିଲେ, କିନ୍ତୁ ସେ ମଧ୍ୟ ୩୧ ବଲରେ ୩୬ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ।
ଗୋଟିଏ ପଟେ ସୂର୍ଯ୍ୟକୁମାର ଯାଦବ ଦାୟିତ୍ୱର ସହ ବ୍ୟାଟିଂ କରୁଥିବାବେଳେ ଅନ୍ୟ ପଟେ ଉଇକେଟ ପଡୁଥିଲା। ୯ ବଲରେ ୧୩ ରନ ସ୍କୋର କରିବା ପରେ ଶ୍ରେୟସ ଆୟର ଆଉଟ୍‌ ହୋଇଥିଲେ। ଏଥି ସହିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୩ଟି ବଲରେ ୧୩ ରନ ସଂଗ୍ରହ କରିଥିଲେ। ଦୀପକ ହୁଡା ଏବଂ ୱାଶିଂଟନ ସୁନ୍ଦର ମଧ୍ୟ ସେମାନଙ୍କ ଆକାଉଣ୍ଟ ଖୋଲିପାରି ନ ଥିଲେ। ଶେଷରେ, ସୁର୍ଯ୍ୟକୁମାର ଯାଦବ ୫୧ ବଲରେ ୧୧୧ ରନ ସଂଗ୍ରହ କରିବା ପରେ ଅପରାଜିତ ରହିଥିଲେ। ସେ ତାଙ୍କ ଇନିଂସରେ ୧୧ ଚୌକା ଓ ସାତ ଛକା ମାରିଥିଲେ। ତାଙ୍କ ଶତକ ଯୋଗୁ ଭାରତ ୧୯୧ ରନ ସଂଗ୍ରହ କରିଥିଲା।
ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଥି ତିନିଟି ଏବଂ ଲକି ଫର୍ଗୁସନ ୨ଟି ଉଇକେଟ ନେଇଥିଲେ। ଇଶସୋଡି ଗୋଟିଏ ଉଇକେଟ ପାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri