India Vs England ODI: ଟିକେଟ ପାଇଁ ଧସ୍ତାଧସ୍ତି

କଟକ ବାରବାଟୀ ଷ୍ଟାଡ଼ିୟମ୍‌ରେ ଆସନ୍ତା ୯ତାରିଖରେ ଟିମ୍‌ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଏକ ଦିବସୀୟ କ୍ରିକେଟ୍‌ ମ୍ୟାଚ। ଏଥିଲାଗି ବୁଧବାର ଅଫଲାଇନ୍‌ ଟିକେଟ୍‌ ବିକ୍ରିବେଳେ ଅସମ୍ଭାଳ ଭିଡ଼ ହେବାରୁ ଧସ୍ତାଧସ୍ତି ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ମଙ୍ଗଳବାର ରାତିରୁ ଅନେକ ବ୍ୟକ୍ତି ଲାଇନ ଲଗାଇଥିବାବେଳେ ଟିକେଟ ନ ମିଳିବାରୁ ଅସନ୍ତୋଷ ବଢ଼ିଥିଲା। ଫଳରେ ଠେଲାପେଲା ଯୋଗୁ ପୋଲିସ ବ୍ୟାରିକେଡ୍‌ ଭାଙ୍ଗି ଯାଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୃଦୁ ଲାଠି ଚାଳନା କରିଥିଲା। ତେବେ କ୍ରିକେଟ ମ୍ୟାଚ ଦେଖିବା ଲାଗି ପାଗଳାମୀ ଯୋଗୁ ଏଭଳି ଅବସ୍ଥା ଘଟିଛି ବୋଲି ଅନେକେ କହୁଛନ୍ତି।

କଟକ,୬ା୨(କାର୍ତ୍ତିକ ସାହୁ): କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ପାଇଁ ବୁଧବାର ଅଫ୍‌ଲାଇନ୍‌ ଟିକେଟ ବିକ୍ରିବେଳେ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା। ଧସ୍ତାଧସ୍ତି, ଠେଲାପେଲା ଯୋଗୁ ଲୋକେ ଟିକେଟ କିଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରି କି ଟିକେଟ କିଣିସାରିବା ପରେ ବ୍ୟାରିକେଡ୍‌ରୁ ବାହାରକୁ ଆସିବା ବାଟ ବନ୍ଦ ହୋଇଯିବାରୁ ଆହୁରି ସଙ୍ଗିନ ସ୍ଥିତି ସୃଷ୍ଟି ହୋଇଥିଲା। ଟିକେଟ କାଉଣ୍ଟର ନିକଟରେ ଭିଡ଼ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଥିଲା। ପରିସ୍ଥିତି ଏପରି ହେଲା ଯେ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା। ଅପରପକ୍ଷରେ ଦୀର୍ଘ ସମୟ ଧରି ଧାଡ଼ିରେ ଠିଆହୋଇ ରହିବାରୁ କେତେଜଣ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିଲେ। ପୋଲିସ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା। ତେବେ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ସ୍ତରରୁ ମଙ୍ଗଳବାର ପ୍ରସ୍ତୁତି ବୈଠକରେ ଟିକେଟ ବିକ୍ରିସ୍ଥଳରେ ପିଇବା ପାଣି ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଥିଲେ ବି ବାସ୍ତବରେ ଲୋକେ ପାଣି ପାଇ ନ ଥିଲେ। ଟିକେଟ କିଣିବାବେଳେ ବହୁ ବିଶୃଙ୍ଖଳା ଫଳରେ ପ୍ରଶାସନିକ ଅବ୍ୟବସ୍ଥାକୁ ନେଇ କ୍ରୀଡ଼ାପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ପୂର୍ବ ସୂଚନା ଅନୁଯାୟୀ, ଆସନ୍ତା ୯ରେ ବାରବାଟୀରେ କ୍ରିକେଟ୍‌ ମ୍ୟାଚ୍‌ ହେବ। ଏଥିପାଇଁ ବୁଧବାର ଓ ଗୁରୁବାର ବାରବାଟୀ ଷ୍ଟାଡିୟମ ପରିସରସ୍ଥ ୪ଟି କାଉଣ୍ଟରରେ ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା ହୋଇଥିଲା। ସେଥିମଧ୍ୟରୁ ମହିଳାଙ୍କ ନିମନ୍ତେ ଏକ ସ୍ବତନ୍ତ୍ର କାଉଣ୍ଟର ହୋଇଥିଲା। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ୧୧,୦୮୦ ଟିକେଟ କାଉଣ୍ଟରରେ ବିକ୍ରି ହେବ ବୋଲି ମଙ୍ଗଳବାର ସୂଚନା ଦେଇଥିଲା।

ହେଲେ ବୁଧବାର ଗୋଟିଏ ଦିନରେ ସବୁ ଟିକେଟ ସରିଯାଇଥିବା ଜଣାପଡିଛି। ଟିକେଟ କିଣିବା ପାଇଁ ଦୂରଦୂରାନ୍ତରୁ ଲୋକେ ପୂର୍ବଦିନ ଅର୍ଥାତ୍‌ ମଙ୍ଗଳବାରରୁ ଷ୍ଟାଡିୟମ ନିକଟରେ ଭିଡ଼ ଲଗାଇଥିଲେ। ଏପରି କି ବ୍ୟାରିକେଡ୍‌ ଭିତରେ ଧାଡ଼ି ହୋଇ ଠିଆ ହୋଇଥିଲେ। ବିଶେଷକରି ଦୀର୍ଘସମୟ ମହିଳାମାନେ ଧାଡ଼ିରେ କୁନି ପିଲାଙ୍କୁ ଧରି ଠିଆ ହୋଇଥିଲେ। ହେଲେ ପୋଲିସ ସେମାନଙ୍କୁ ରାତିରେ ଘଉଡ଼ାଇ ଦେଇଥିଲା। ବୁଧବାର ସକାଳୁ ଲୋକମାନେ ରୁଣ୍ଡ ହେବାରୁ ଅସମ୍ଭାଳ ଭିଡ଼ ହୋଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଠେଲାପେଲାବେଳେ ଟିକେଟ କାଉଣ୍ଟର ନିକଟରେ ଲାଗିଥିବା ହୋର୍ଡିଂକୁ ଲୋକମାନେ ଭାଙ୍ଗିଦେଇଥିଲେ। କେତେଜଣ ଧାଡ଼ିରେ ନ ଆସି ସିଧା କାଉଣ୍ଟର ନିକଟକୁ ଧସେଇ ପଶିଥିଲେ। ଟିକେଟ ସଂଖ୍ୟାଠାରୁ ବହୁ ଅଧିକ ଲୋକ ରୁଣ୍ଡ ହୋଇଥିଲେ। ପୋଲିସ ବ୍ୟାରିକେଡ୍‌ ଉପରେ ଠିଆ ହୋଇ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ପୁଣି ଟିକେଟ ବିକ୍ରିସ୍ଥଳରେ ପାନୀୟଜଳ ଯୋଗାଣ ନ ଥିବାରୁ କେତେଜଣ ମୂର୍ଚ୍ଛା ହୋଇଯାଇଥିଲେ। ପୋଲିସ ଲୋକଙ୍କ ମୁହଁରେ ପାଣି ଛାଟୁଥିବା ଦେଖାଯାଇଥିଲା। ତାତିରୁ ରକ୍ଷା ପାଇଁ ପାଣି ସିଞ୍ଚନ ମଧ୍ୟ କରାଯାଇଥିଲା।

କଟକ ଡିସିପି ଜଗମୋହନ ମୀନାଙ୍କ କହିବାନୁସାରେ, ଲୋକମାନେ ଟିକେଟ କିଣିବା ପାଇଁ ଗହଳି ଲଗାଇବାବେଳେ ବିଶୃଙ୍ଖଳା ଦେଖାଦେଇଥିଲା। ଲୋକମାନେ ଧାଡ଼ିରେ ଥିବାବେଳେ ଏପଟସେପଟ ହେବା ସହ କାଉଣ୍ଟର ପାଖରେ ଗହଳି କରୁଥିଲେ। ତେବେ ପରିସ୍ଥିତି ନିୟନ୍ତ୍ରଣ ନିମନ୍ତେ ଲୋକମାନଙ୍କୁ ଡରାଇବାକୁ ପୋଲିସକୁ ଲାଠି ଦେଖାଇବା ପାଇଁ ପଡ଼ିଥିଲା। ମଝିରେ ମଝିରେ ସୁରୁଖୁରୁରେ ଟିକେଟ ବିକ୍ରି ହେଉଥିଲା, ପୁଣି ଭିଡ଼ ହୋଇଯାଉଥିଲା। ଲୋକମାନଙ୍କୁ ପାଣି ସିଞ୍ଚନ କରାଯାଇଥିଲା। ପୋଲିସ ଜଳଦୂତ ଟାଙ୍କି ଯେକୌଣସି ଜାଗାରେ ସହଜରେ ପଶି ଯାଉଥିବାରୁ ଲୋକଙ୍କ ଉପରେ ପାଣି ପକାଇବା ସହଜ ହୋଇଥିଲା। ପାଣି ପିଇବାକୁ ଚାହୁଁଥିବା ଲୋକଙ୍କୁ ପୋଲିସ ପାଣି ଯୋଗାଇ ଦେଉଥିଲା। ପ୍ରତି ସିଫ୍ଟରେ ୮ରୁ ୧୦ ପ୍ଲାଟୁନ୍‌ ପୋଲିସ ମଙ୍ଗଳବାର ରାତିରୁ ଟିକେଟ ବିକ୍ରି ସରିବା ପର୍ଯ୍ୟନ୍ତ ନିୟୋଜିତ ହୋଇଥିଲେ। ରାତି ସାରା ବରିଷ୍ଠ ଅଧିକାରୀମାନେ ଉଜାଗର ହୋଇଛନ୍ତି। ପ୍ରାୟ ୨୦ ହଜାର ଲୋକ ଏକାଠି ହୋଇଥିଲେ। ତେବେ ସବୁ କାର୍ଯ୍ୟ ସୂଚାରୁରୂପେ ସମ୍ପନ୍ନ ହୋଇଥିବା ଡିସିପି ମୀନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ, ଭିଡିଓ କରି କହିଲେ ଜୀବନ ପ୍ରତି ବିପଦ…

ଭୁବନେଶ୍ବର, ୨୫।୧୨: କମେଡିଆନ୍‌ ଗୁଲୁଆଙ୍କୁ ହତ୍ୟା ଧମକ । ସେ ନିଜେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆରେ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

IPL 2026 ପ୍ଲେଅଫରେ ପହଞ୍ଚିବ କେଉଁ ୪ଟି ଟିମ୍‌? ବଡ଼ ଭବିଷ୍ୟବାଣୀ କଲେ ପୂର୍ବତନ କ୍ରିକେଟର!

ନୂଆଦିଲ୍ଲୀ,୨୫।୧୨: IPL 2026 ଖେଳାଳିଙ୍କ ମିନି-ନିଲାମ ନିକଟରେ ଶେଷ ହୋଇଛି। ଡିସେମ୍ବର ୧୬ରେ ଆବୁଧାବିରେ IPL ମିନି-ନିଲାମ ହୋଇଥିଲା, ଯେଉଁଥିରେ ୨୯ ବିଦେଶୀ ଖେଳାଳିଙ୍କ ସମେତ...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…

ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

ସାରା ବିଶ୍ୱକୁ ମଦ ପରଷିବ ପାକିସ୍ତାନ! ମୁନିରଙ୍କ ଘର ନିକଟରେ ଫ୍ୟାକ୍ଟ୍ରି, ୫୦ ବର୍ଷ ପରେ ଉଠିଲା ବ୍ୟାନ

ଇସଲାମାବାଦ,୨୫।୧୨: ଇସଲାମିକ ଦେଶ ପାକିସ୍ତାନ ଅନେକ ଦଶନ୍ଧି ପରେ ପୁଣି ଥରେ ବିଶ୍ୱକୁ ମଦ ବିକ୍ରି କରିବାକୁ ଯାଉଛି। ୫୦ ବର୍ଷରୁ ଅଧିକ ସମୟର ନିଷେଧ...

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri