India Vs England ODI: ଟିକେଟ ପାଇଁ ଧସ୍ତାଧସ୍ତି

କଟକ ବାରବାଟୀ ଷ୍ଟାଡ଼ିୟମ୍‌ରେ ଆସନ୍ତା ୯ତାରିଖରେ ଟିମ୍‌ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଏକ ଦିବସୀୟ କ୍ରିକେଟ୍‌ ମ୍ୟାଚ। ଏଥିଲାଗି ବୁଧବାର ଅଫଲାଇନ୍‌ ଟିକେଟ୍‌ ବିକ୍ରିବେଳେ ଅସମ୍ଭାଳ ଭିଡ଼ ହେବାରୁ ଧସ୍ତାଧସ୍ତି ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ମଙ୍ଗଳବାର ରାତିରୁ ଅନେକ ବ୍ୟକ୍ତି ଲାଇନ ଲଗାଇଥିବାବେଳେ ଟିକେଟ ନ ମିଳିବାରୁ ଅସନ୍ତୋଷ ବଢ଼ିଥିଲା। ଫଳରେ ଠେଲାପେଲା ଯୋଗୁ ପୋଲିସ ବ୍ୟାରିକେଡ୍‌ ଭାଙ୍ଗି ଯାଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୃଦୁ ଲାଠି ଚାଳନା କରିଥିଲା। ତେବେ କ୍ରିକେଟ ମ୍ୟାଚ ଦେଖିବା ଲାଗି ପାଗଳାମୀ ଯୋଗୁ ଏଭଳି ଅବସ୍ଥା ଘଟିଛି ବୋଲି ଅନେକେ କହୁଛନ୍ତି।

କଟକ,୬ା୨(କାର୍ତ୍ତିକ ସାହୁ): କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ପାଇଁ ବୁଧବାର ଅଫ୍‌ଲାଇନ୍‌ ଟିକେଟ ବିକ୍ରିବେଳେ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା। ଧସ୍ତାଧସ୍ତି, ଠେଲାପେଲା ଯୋଗୁ ଲୋକେ ଟିକେଟ କିଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରି କି ଟିକେଟ କିଣିସାରିବା ପରେ ବ୍ୟାରିକେଡ୍‌ରୁ ବାହାରକୁ ଆସିବା ବାଟ ବନ୍ଦ ହୋଇଯିବାରୁ ଆହୁରି ସଙ୍ଗିନ ସ୍ଥିତି ସୃଷ୍ଟି ହୋଇଥିଲା। ଟିକେଟ କାଉଣ୍ଟର ନିକଟରେ ଭିଡ଼ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଥିଲା। ପରିସ୍ଥିତି ଏପରି ହେଲା ଯେ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା। ଅପରପକ୍ଷରେ ଦୀର୍ଘ ସମୟ ଧରି ଧାଡ଼ିରେ ଠିଆହୋଇ ରହିବାରୁ କେତେଜଣ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିଲେ। ପୋଲିସ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା। ତେବେ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ସ୍ତରରୁ ମଙ୍ଗଳବାର ପ୍ରସ୍ତୁତି ବୈଠକରେ ଟିକେଟ ବିକ୍ରିସ୍ଥଳରେ ପିଇବା ପାଣି ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଥିଲେ ବି ବାସ୍ତବରେ ଲୋକେ ପାଣି ପାଇ ନ ଥିଲେ। ଟିକେଟ କିଣିବାବେଳେ ବହୁ ବିଶୃଙ୍ଖଳା ଫଳରେ ପ୍ରଶାସନିକ ଅବ୍ୟବସ୍ଥାକୁ ନେଇ କ୍ରୀଡ଼ାପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ପୂର୍ବ ସୂଚନା ଅନୁଯାୟୀ, ଆସନ୍ତା ୯ରେ ବାରବାଟୀରେ କ୍ରିକେଟ୍‌ ମ୍ୟାଚ୍‌ ହେବ। ଏଥିପାଇଁ ବୁଧବାର ଓ ଗୁରୁବାର ବାରବାଟୀ ଷ୍ଟାଡିୟମ ପରିସରସ୍ଥ ୪ଟି କାଉଣ୍ଟରରେ ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା ହୋଇଥିଲା। ସେଥିମଧ୍ୟରୁ ମହିଳାଙ୍କ ନିମନ୍ତେ ଏକ ସ୍ବତନ୍ତ୍ର କାଉଣ୍ଟର ହୋଇଥିଲା। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ୧୧,୦୮୦ ଟିକେଟ କାଉଣ୍ଟରରେ ବିକ୍ରି ହେବ ବୋଲି ମଙ୍ଗଳବାର ସୂଚନା ଦେଇଥିଲା।

ହେଲେ ବୁଧବାର ଗୋଟିଏ ଦିନରେ ସବୁ ଟିକେଟ ସରିଯାଇଥିବା ଜଣାପଡିଛି। ଟିକେଟ କିଣିବା ପାଇଁ ଦୂରଦୂରାନ୍ତରୁ ଲୋକେ ପୂର୍ବଦିନ ଅର୍ଥାତ୍‌ ମଙ୍ଗଳବାରରୁ ଷ୍ଟାଡିୟମ ନିକଟରେ ଭିଡ଼ ଲଗାଇଥିଲେ। ଏପରି କି ବ୍ୟାରିକେଡ୍‌ ଭିତରେ ଧାଡ଼ି ହୋଇ ଠିଆ ହୋଇଥିଲେ। ବିଶେଷକରି ଦୀର୍ଘସମୟ ମହିଳାମାନେ ଧାଡ଼ିରେ କୁନି ପିଲାଙ୍କୁ ଧରି ଠିଆ ହୋଇଥିଲେ। ହେଲେ ପୋଲିସ ସେମାନଙ୍କୁ ରାତିରେ ଘଉଡ଼ାଇ ଦେଇଥିଲା। ବୁଧବାର ସକାଳୁ ଲୋକମାନେ ରୁଣ୍ଡ ହେବାରୁ ଅସମ୍ଭାଳ ଭିଡ଼ ହୋଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଠେଲାପେଲାବେଳେ ଟିକେଟ କାଉଣ୍ଟର ନିକଟରେ ଲାଗିଥିବା ହୋର୍ଡିଂକୁ ଲୋକମାନେ ଭାଙ୍ଗିଦେଇଥିଲେ। କେତେଜଣ ଧାଡ଼ିରେ ନ ଆସି ସିଧା କାଉଣ୍ଟର ନିକଟକୁ ଧସେଇ ପଶିଥିଲେ। ଟିକେଟ ସଂଖ୍ୟାଠାରୁ ବହୁ ଅଧିକ ଲୋକ ରୁଣ୍ଡ ହୋଇଥିଲେ। ପୋଲିସ ବ୍ୟାରିକେଡ୍‌ ଉପରେ ଠିଆ ହୋଇ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ପୁଣି ଟିକେଟ ବିକ୍ରିସ୍ଥଳରେ ପାନୀୟଜଳ ଯୋଗାଣ ନ ଥିବାରୁ କେତେଜଣ ମୂର୍ଚ୍ଛା ହୋଇଯାଇଥିଲେ। ପୋଲିସ ଲୋକଙ୍କ ମୁହଁରେ ପାଣି ଛାଟୁଥିବା ଦେଖାଯାଇଥିଲା। ତାତିରୁ ରକ୍ଷା ପାଇଁ ପାଣି ସିଞ୍ଚନ ମଧ୍ୟ କରାଯାଇଥିଲା।

କଟକ ଡିସିପି ଜଗମୋହନ ମୀନାଙ୍କ କହିବାନୁସାରେ, ଲୋକମାନେ ଟିକେଟ କିଣିବା ପାଇଁ ଗହଳି ଲଗାଇବାବେଳେ ବିଶୃଙ୍ଖଳା ଦେଖାଦେଇଥିଲା। ଲୋକମାନେ ଧାଡ଼ିରେ ଥିବାବେଳେ ଏପଟସେପଟ ହେବା ସହ କାଉଣ୍ଟର ପାଖରେ ଗହଳି କରୁଥିଲେ। ତେବେ ପରିସ୍ଥିତି ନିୟନ୍ତ୍ରଣ ନିମନ୍ତେ ଲୋକମାନଙ୍କୁ ଡରାଇବାକୁ ପୋଲିସକୁ ଲାଠି ଦେଖାଇବା ପାଇଁ ପଡ଼ିଥିଲା। ମଝିରେ ମଝିରେ ସୁରୁଖୁରୁରେ ଟିକେଟ ବିକ୍ରି ହେଉଥିଲା, ପୁଣି ଭିଡ଼ ହୋଇଯାଉଥିଲା। ଲୋକମାନଙ୍କୁ ପାଣି ସିଞ୍ଚନ କରାଯାଇଥିଲା। ପୋଲିସ ଜଳଦୂତ ଟାଙ୍କି ଯେକୌଣସି ଜାଗାରେ ସହଜରେ ପଶି ଯାଉଥିବାରୁ ଲୋକଙ୍କ ଉପରେ ପାଣି ପକାଇବା ସହଜ ହୋଇଥିଲା। ପାଣି ପିଇବାକୁ ଚାହୁଁଥିବା ଲୋକଙ୍କୁ ପୋଲିସ ପାଣି ଯୋଗାଇ ଦେଉଥିଲା। ପ୍ରତି ସିଫ୍ଟରେ ୮ରୁ ୧୦ ପ୍ଲାଟୁନ୍‌ ପୋଲିସ ମଙ୍ଗଳବାର ରାତିରୁ ଟିକେଟ ବିକ୍ରି ସରିବା ପର୍ଯ୍ୟନ୍ତ ନିୟୋଜିତ ହୋଇଥିଲେ। ରାତି ସାରା ବରିଷ୍ଠ ଅଧିକାରୀମାନେ ଉଜାଗର ହୋଇଛନ୍ତି। ପ୍ରାୟ ୨୦ ହଜାର ଲୋକ ଏକାଠି ହୋଇଥିଲେ। ତେବେ ସବୁ କାର୍ଯ୍ୟ ସୂଚାରୁରୂପେ ସମ୍ପନ୍ନ ହୋଇଥିବା ଡିସିପି ମୀନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?