Posted inଖେଳ

ନୀତୀଶ ରେଡ୍ଡୀଙ୍କ ଅଲ୍‌ରାଉଣ୍ଡ ସଫଳତା: ଭାରତ ଟି୨୦ ସିରିଜ ବିଜୟୀ

ନୂଆଦିଲ୍ଲୀ,୯ା୧୦: ନୀତୀଶ କୁମାର ରେଡ୍ଡୀଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ବୁଧବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୮୬ ରନରେ ପରାସ୍ତ କରିଛି। ଭାରତ ୨୦ ଓଭରରେ ୯ ଉଇକେଟ ହରାଇ ୨୨୧ ରନ କରିଥିବାବେଳେ ବାଂଲାଦେଶ ୨୦ ଓଭରରେ ୯ ଉଇକେଟ ହରାଇ ୧୩୫ ରନରେ ସୀମିତ ରହିଥିଲା। କେବଳ ମହମୁଦୁଲ୍ଲାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବାଂଲାଦେଶୀ ବ୍ୟାଟର ଭାରତୀୟ ବୋଲରଙ୍କୁ ସଫଳ ମୁକାବିଲା କରିପାରି ନ ଥିଲେ।

ମହମୁଦୁଲ୍ଲା ୩ ଛକା ସହାୟତାରେ ୪୧ ରନ କରିଥିଲେ। ଭାରତ ପକ୍ଷରୁ ନୀତୀଶ କୁମାର ରେଡ୍ଡୀ ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏ ଏବଂ ଅର୍ଶଦୀପ ସିଂ, ଓ୍ବାଶିଂଟନ ସୁନ୍ଦର, ଅଭିଷେକ ଶର୍ମା, ମୟଙ୍କ ଯାଦବ ଓ ରିୟାନ ପରାଗ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପୂର୍ବରୁ ପ୍ରଥମ ଟି୨୦ ଜିତିଥିବା ଭାରତ ୨-୦ରେ ଅଗ୍ରଣୀ ରହିବା ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ନେଇଛି। ଘରୋଇ ମାଟିରେ ଭାରତର ଏହା ୧୬ଶ ସିରିଜ ବିଜୟ। ୨୦୧୯ଠାରୁ ଭାରତ ଘରୋଇ ପରିବେଶରେ ଗୋଟିଏ ହେଲେ ଟି୨୦ ସିରିଜ ହାରିନାହିଁ।

ପୂର୍ବରୁ ଅପରିବର୍ତ୍ତିତ ଏକାଦଶ ସହ ଓହ୍ଲାଇଥିବା ବେଳେ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା ବାଂଲାଦେଶ। ସଞ୍ଜୁ ସାମସନ୍‌(୧୦), ଅଭିଷେକ ଶର୍ମା(୧୫) ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୧୦) ବିଫଳ ହୋଇଥିବା ବେଳେ ଭାରତ ୪୧ ରନ୍‌ରେ ୩ ଉଇକେଟ ହରାଇଥିଲା। ତେବେ କ୍ୟାରିୟରର ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଖେଳୁଥିବା ନୀତୀଶ ଚମତ୍କାର ବ୍ୟାଟିଂ କରିଥିଲେ।

୩୪ ବଲ୍‌ରୁ ୭୪ ରନ୍‌ କରିବା ସହ ଅନ୍ତର୍ଜାତୀୟ ଟି୨୦ରେ ପ୍ରଥମ ଅର୍ଦ୍ଧଶତକ ନିଜ ନାମରେ କରିଥିଲେ। ଏହି ଇନିଂସରେ ୪ ଚୌକା ଓ ୭ ଛକା ସାମିଲ ଥିଲା। ବାଂଲାଦେଶ ବୋଲର ରିଶଦ ହୋସେନଙ୍କୁ ସେ ଟାର୍ଗେଟ କରିଥିବା ବେଳେ ଗୋଟିଏ ଓଭରରୁ ୨୪ ରନ୍‌ ଆଦାୟ କରିଥିଲେ। ଏହା ସହ ଚତୁର୍ଥ ସର୍ବ କନିଷ୍ଠ ଭାରତୀୟ ଖେଳାଳି ଭାବରେ ନୀତୀଶ ଟି୨୦ ଅର୍ଦ୍ଧଶତକ ରେକର୍ଡ କରିଛନ୍ତି। ରୋହିତ ଶର୍ମା ୨୦ ବର୍ଷ ୧୪୩ ଦିନରେ ଅର୍ଦ୍ଧଶତକ ମାରି ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ତିଲକ ବର୍ମା ୨୦ ବର୍ଷ ୨୭୧ ଦିନ, ରିଷଭ ପନ୍ତ ୨୧ ବର୍ଷ ୩୮ ଦିନ ସହ ପରବର୍ତ୍ତୀ ୨ ସ୍ଥାନରେ ଅଛନ୍ତି। ଅନ୍ୟ ପକ୍ଷରେ ନୀତୀଶ ୨୧ ବର୍ଷ ୧୩୬ ଦିନରେ ଅର୍ଦ୍ଧଶତକ ମାରି ଚତୁର୍ଥ ସ୍ଥାନରେ ରହିଛନ୍ତି।

ରିଙ୍କୁ ସିଂ(୫୩) ରନ୍‌ଙ୍କ ସହିତ ସେ ପଞ୍ଚମ ଉଇକେଟରେ ୪୮ ବଲ୍‌ରୁ ୧୦୮ ରନ୍‌ ଯୋଡିଥିଲେ। ନୀତୀଶ ପ୍ୟାଭିଲିୟନ ଫେରିବା ପରେ ମଧ୍ୟ ରିଙ୍କୁ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖି ୨୯ ବଲ୍‌ରୁ ୫୩ ରନ୍‌ କରିଥିଲେ। ଏହି ଇନିଂସରେ ୫ ଚୌକା ଓ ୩ ଛକା ସାମିଲ ଥିଲା। ଶେଷ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲ୍‌ରୁ ୨ଟି ଲେଖାଏ ଛକା ଓ ଚୌକା ସହ ୩୨ ଓ ରିୟାନ ପରାଗ ୬ ବଲ୍‌ରୁ ୧୫ ରନ୍‌ ସ୍କୋର କରିଥିଲେ। ବାଂଲାଦେଶ ପକ୍ଷରୁ ରିଶଦ ହୋସେନ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ୪ ଓଭରରେ ୫୫ ରନ୍‌ ବ୍ୟୟ କରିଥିଲେ। ନୀତୀଶ ଓ ରିଙ୍କୁଙ୍କ ପ୍ରହାରରେ ପ୍ରଥମ ୩ ଓଭରରେ ୪୮ ରନ୍‌ ଦେଇଥିଲେ। ଅନ୍ୟ ପକ୍ଷରେ ଇନିଂସର ଅନ୍ତିମ ଓଭର ବୋଲିଂ କରି ମାତ୍ର ୭ ରନ୍‌ ଦେଇ ୩ଟି ଯାକ ଉଇକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ତାସ୍‌କିନ ଅହମଦ, ମୁସ୍ତାଫିଜୁର ରହମନ ଓ ତାଞ୍ଜିମ ହସନ ଶକିବ ଦୁଇଟି ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁମରାଙ୍କ ବ୍ରହ୍ମାସ୍ତ୍ର ଆଗରେ ସବୁ ଫେଲ୍‌! କେଉଁ ସ୍ପେଶାଲ୍ ପ୍ଲାନରେ ବ୍ୟାଟରଙ୍କୁ ନାକେଦମ୍ କରୁଛନ୍ତି ଏହି ୟର୍କର କିଙ୍ଗ?

ନୂଆଦିଲ୍ଲୀ,୬।୩: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍‌ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ…

ଇରାନକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ବିନା ସର୍ତ୍ତରେ ଆତ୍ମସମର୍ପଣ କର, ନଚେତ୍…

ୱାଶିଂଟନ/ତେହେରାନ,୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି। ଶୁକ୍ରବାର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଟ୍ରୁଥ ସୋସିଆଲ’…

ସୂର୍ଯ୍ୟ-ଗମ୍ଭୀରଙ୍କ ହଜିଲା ନିଦ…ଫାଇନାଲ ପୂର୍ୱରୁ ଟେନଶନରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୬।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର କେବଳ ଏକ ମ୍ୟାଚ ନୁହେଁ, ବରଂ 2023 ର କ୍ଷତର ହିସାବ ହେବ! ନ୍ୟୁଜିଲାଣ୍ଡ ବିପକ୍ଷରେ T20 ବିଶ୍ୱକପ…

ଏହି ଖେଳାଳି ହେବେ ‘ପ୍ଲେୟାର ଅଫ ଦି ମ୍ୟାଚ’! ଫାଇନାଲ ପୂର୍ୱରୁ ସଞ୍ଜୁ ସାମସନଙ୍କ ବଡ଼ ଭବିଷ୍ୟବାଣୀ…

ନୂଆଦିଲ୍ଲୀ,୬।୩: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ର ଗ୍ରାଣ୍ଡ ଫିନାଲେ ମୁକାବିଲା ମାର୍ଚ୍ଚ ୮ ତାରିଖରେ ଖେଳାଯିବ । ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ…

ଯେବେ ରାତି ୧୧ରେ ଯୁବତୀଙ୍କୁ ମେସେଜ କରିଥିଲେ ସଞ୍ଜୁ ସାମସନ, ଜଣା ନ ଥିଲା ଏମିତି ହୋଇଯିବ…

ନୂଆଦିଲ୍ଲୀ,୬।୩: ବର୍ତ୍ତମାନ ସବୁଠି କେବଳ ଗୋଟିଏ ନାମ ଚର୍ଚ୍ଚା ହେଉଛି: ତାହା ହେଲା ସଞ୍ଜୁ ସାମସନ। ତାଙ୍କର ଆଶ୍ଚର୍ଯ୍ୟଜନକ ବ୍ୟାଟିଂ ସହିତ, ଏହି ଓପନର ଏକାକୀ ICC…

ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା! ଆଗାମୀ ୩ଦିନ ଏସବୁ ଜିଲାରେ ପ୍ରବଳ ବର୍ଷା, ଆଲର୍ଟ ଜାରି…

ଭୁବନେଶ୍ୱର,୬।୩: ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ସମ୍ଭାବନା । ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ରହିବ ପ୍ରଭାବ । ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ।…

ଟିମ୍‌ ଇଣ୍ଡିଆର ଲାଗିଲା ଲଟେରୀ, ଫାଇନାଲ ପୂର୍ୱରୁ ମିଳିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୩: ୨୦୨୬ ଟି୨୦ ବିଶ୍ୱକପ ଏବେ ଏହାର ଚୂଡ଼ାନ୍ତ ଶୀର୍ଷରେ ପହଞ୍ଚିଛି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ୮ ମାର୍ଚ୍ଚରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି…

ପ୍ରଥମ ରାଉଣ୍ଡରୁ ବିଦାୟ ନେଲେ ଭେନସ

ଇଣ୍ଡିଆନ ଓ୍ବେଲ୍ସ,୬ା୩: ସାତ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ବିଜେତା ଭେନସ ଓ୍ବିଲିୟମ୍ସ ବିଏନ୍‌ପି ପାରିବାସ ଓପନ ଟେନିସ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଫ୍ରାନ୍ସର ଡାଏନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri