Posted inଖେଳ

ରୋମାଞ୍ଚକର ସ୍ଥିତିରେ ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚ୍‌, ଦ଼୍ବିତୀୟ ଦିନରେ ୧୫ ୱିକେଟ୍‌…

ନୂଆଦିଲ୍ଲୀ, ୨୩।୦୮: ଗୋଲ୍ଡକୋଷ୍ଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଭାରତୀୟ ମହିଳା ଏ ଦଳ ଏବଂ ଅଷ୍ଟ୍ରେଲିଆ ମହିଳା ଏ ଦଳ ମଧ୍ୟରେ ଚାରି ଦିନିଆ ଟେଷ୍ଟର ଦ୍ୱିତୀୟ ଦିନରେ ଖେଳ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଦ୍ୱିତୀୟ ଦିନରେ ମୋଟ ୧୫ ୱିକେଟ ପଡ଼ିଥିଲା । ଭାରତୀୟ ଦଳ ପ୍ରଥମ ଇନିଂସ ୧୮୪ ସ୍କୋର କରିଥିବା ବେଳେ ଅଷ୍ଟ୍ରେଲିୟା ମହିଳା ଏ ଦଳ ଦିନିକିଆ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ୭ ୱିକେଟ ହରାଇ ୧୬୪ ରନ ସଂଗ୍ରହ କରିଛି। ଦ୍ୱିତୀୟ ଦିନର ଖେଳରେ କେଟ ପିଟରସେନ ଅଷ୍ଟ୍ରେଲିଆ ପାଇଁ ୫ ୱିକେଟ ନେଇଥିବାବେଳେ ଭାରତ ପାଇଁ ଅଧିନାୟକ ମିନୁ ମନି ପୁଣିଥରେ ଚମତ୍କାର ପ୍ରଦର୍ଶନ କରି ୫ ୱିକେଟ ନେଇଥିଲେ।

ଏହି ଅଣଔପଚାରିକ ଟେଷ୍ଟ ମ୍ୟାଚର ପ୍ରଥମ ଦିନର ଖେଳ ଶେଷରେ ଅଷ୍ଟ୍ରେଲୀୟ ଏ ଦଳର ପ୍ରଥମ ଇନିଂସ ୨୧୨ ରନରେ ସୀମିତ ଥିବାବେଳେ ଭାରତୀୟ ମହିଳା ଏ ଦଳ ମଧ୍ୟ ୨ ୱିକେଟ ହରାଇ ୧୦୦ ରନ ସଂଗ୍ରହ କରିଥିଲା। ଦ୍ୱିତୀୟ ଦିନର ଖେଳ ଆରମ୍ଭ ହେବା ସହିତ କେବଳ ଅଷ୍ଟ୍ରେଲିଆ ଦଳ ସେତେଟା ଭଲ ବୋଲିଂ ପ୍ରଦର୍ଶନ କରିନଥିବା ଦେଖାଯାଇଛି । ସେମାନେ ମଧ୍ୟ ପ୍ରଥମ ଇନିଂସ ଆଧାରରେ ୨୮ ରନ୍‌ ଆଗୁଆ ରହିଛନ୍ତି ।

ଭାରତୀୟ ଏ ଦଳର ପ୍ରଥମ ଇନିଂସରେ କେବଳ ୧୮୪ ରନ୍‌ କରିଥିଲା । ଶ୍ୱେତା ସେହରାୱତ ୪୦ ରନ୍‌ର ଇନିଂସ ଖେଳିଥିଲେ, ତେଜଲ ହାସାବିନ୍ସ ୩୨ ରନ ଖେଳିଥିଲେ, ଶୁଭା ସତୀଶ ୨୨ ରନ ଏବଂ ସାୟଲି ସଟଘାରେ ୨୧ ରନ୍‌ର ଇନିଂସ ଖେଳିଥିଲେ। । ଅଷ୍ଟ୍ରେଲୀୟ ମହିଳା ଏ ଦଳ ପାଇଁ ଏହି ଇନିଂସରେ କେଟ ପିଟରସନ ୫ ୱିକେଟ ନେଇଥିବାବେଳେ ମାଟାଲନ ବ୍ରାଉନ, ନିକୋଲା ହାନକକ, ଚାର୍ଲି ନଟ ଏବଂ ଲିଲି ମିଲ୍ସ ପ୍ରତ୍ୟେକ ଗୋଟିଏ ଗୋଟିଏ ୱିକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘୁମୁସର ବନଖଣ୍ଡରୁ ୨୦୪ ଖଣ୍ଡ କାଠ ଯିବ ପୁରୀ 

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ।…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

ପେନ୍‌ସନ୍‌ଭୋଗୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ଭ୍ୟାଲିଡେସନ ଆକ୍ଟ, ପ୍ରତ୍ୟାହାର ଦାବି ନେଇ…

କେନ୍ଦୁଝର,୨୫ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ୨୫ ମାର୍ଚ୍ଚ ୨୦୨୫ରେ ପାରିତ…

ଦିଗପହଣ୍ଡିରେ କାଳବୈଶାଖୀ: ଝଡ଼ବର୍ଷା ସାଙ୍ଗକୁ ପଡ଼ିଲା କୁଆପଥର

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରୁ ସାଢ଼େ ୨ ଯାଏ କାଳ ବୈଶାଖୀ…

୪ହଜାର ଟଙ୍କା ଲାଞ୍ଚ ନଦେଲେ କାମ ହେବନି ବୋଲି କହିଥିଲେ, ଆଜିଗଲେ ଜେଲ୍

ଭୁବନେଶ୍ୱର,୨୫।୩: ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଡିଟର୍‌ ଅମ୍ବିକା ପ୍ରସାଦ ରଥଙ୍କୁ ବୁଧବାର ଗିରଫ କରାଯାଇଛି। ମଙ୍ଗଳବାର ୪ ହଜାର ଟଙ୍କା ଲାଞ୍ଚ ନେଲା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri