Posted inଜାତୀୟ

ଚାଇନାକୁ ଘେରିଲେ ଭାରତ-ଆମେରିକା-ଜାପାନ

ନୂଆଦିଲ୍ଲୀ, ୧୨।୭: ଚାଇନାକୁ ଭାରତ, ଆମେରିକା ଏବଂ ଜାପାନ ମିଳିତ ଭାବେ ଘେରିବା ଆରମ୍ଭ କରିଛନ୍ତି। ଭାରତ ଆଫ୍ରିକାର ବିଭିନ୍ନ ଦେଶରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଯୋଜନା କରିଛି। ଏପରିସ୍ଥଳେ ଚାଇନା ମଧ୍ୟ ଭାରତ ସହିତ ପ୍ରତିଯୋଗିତାପୂର୍ଣ୍ଣ ମନୋଭାବ ରଖିଛି। ତେବେ ଭାରତ, ଆମେରିକା ଏବଂ ଜାପାନ ପ୍ରଶାନ୍ତ ସାଗରୀୟ ରଣନୀତି ଅନୁସାରେ ମିଳିତ ଭାବେ ଡ୍ରାଗନ ବାଟରେ କଣ୍ଟା ସାଜିଛନ୍ତି। ଫଳରେ ଚାଇନା ପାଇଁ ଆଫ୍ରିକାର ବିଭିନ୍ନ ଦେଶରେ କାରବାର କରିବାରେ ବାଧା ସୃଷ୍ଟି ହେବାରେ ଲାଗିଛି। କରୋନା ଲଢ଼େଇ ବାହାନାରେ ଚାଇନା ଆଫ୍ରିକାର ୫୦ଟି ଦେଶକୁ ବିଭିନ୍ନ ସାମଗ୍ରୀ ତଥା ଚିକିତ୍ସା ଉପକରଣର ସହାୟତା ପଠାଇଥିଲା। ଭାରତ ମଧ୍ୟ ଏଠାକାର ୩୨ଟି ଦେଶକୁ ଚିକିତ୍ସା ସାମଗ୍ରୀ ପଠାଇଛି। ବିଶେଷଜ୍ଞଙ୍କ ଅନୁସାରେ ଭାରତ ଯେଉଁ ରଣନୀତି ନେଇ ଯୋଜାନାବଦ୍ଧ ଭାବେ କାର୍ଯ୍ୟ କରୁଛି ତାହାଦ୍ୱାରା ଆଗାମୀ ଦିନରେ ଆଫ୍ରିକାରେ ପ୍ରଭାବ ବୃଦ୍ଧି ପାଇବାର ଯଥେଷ୍ଟ ଆଶା ରହିଛି। ଆଫ୍ରିକା ଦେଶର ରୁଚି ଏବଂ ପସନ୍ଦ ସମ୍ପର୍କରେ ଭାରତକୁ ଜଣାଅଛି। ଏସିଆ-ଆଫ୍ରିକା ଗ୍ରୋଥ୍‌ କରିଡୋର(ଏଏଜିସି) ସଦସ୍ୟ ରାଷ୍ଟ୍ର ମଧ୍ୟରେ ଭାରତ ଜାପାନ ସହିତ କିଛି ଆଫ୍ରିକାର ଦେଶ ମଧ୍ୟ ସାମିଲ ଅଛନ୍ତି। ଆଫ୍ରିକାର ବିଭିନ୍ନ ଦେଶରେ ସ୍ବାସ୍ଥ୍ୟ, ଫାର୍ମା, କୃଷି ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକୁ ବିକଶିତ କରିବା ଏଏଜିସିର ମୁଖ୍ୟ ଲକ୍ଷ୍ୟ। ଭାରତ ଏସବୁ କ୍ଷେତ୍ରରେ ବ୍ୟାପକ ଭାବେ ଅଭିଯାନ ଜାରି ରଖିଛି। ଏପରିସ୍ଥଳେ ଚାଇନା ପଛରେ ପଡ଼ିଯାଇଛି। ଭାରତକୁ ଜାପାନ ଏବଂ ଆମେରିକା ସହଯୋଗର ହାତ ବଢ଼ାଇଥିବାବେଳେ ଚାଇନା ଏକଘରିଆ ହୋଇଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri