Posted inଜାତୀୟ

ଚାଇନାକୁ ଘେରିଲେ ଭାରତ-ଆମେରିକା-ଜାପାନ

ନୂଆଦିଲ୍ଲୀ, ୧୨।୭: ଚାଇନାକୁ ଭାରତ, ଆମେରିକା ଏବଂ ଜାପାନ ମିଳିତ ଭାବେ ଘେରିବା ଆରମ୍ଭ କରିଛନ୍ତି। ଭାରତ ଆଫ୍ରିକାର ବିଭିନ୍ନ ଦେଶରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଯୋଜନା କରିଛି। ଏପରିସ୍ଥଳେ ଚାଇନା ମଧ୍ୟ ଭାରତ ସହିତ ପ୍ରତିଯୋଗିତାପୂର୍ଣ୍ଣ ମନୋଭାବ ରଖିଛି। ତେବେ ଭାରତ, ଆମେରିକା ଏବଂ ଜାପାନ ପ୍ରଶାନ୍ତ ସାଗରୀୟ ରଣନୀତି ଅନୁସାରେ ମିଳିତ ଭାବେ ଡ୍ରାଗନ ବାଟରେ କଣ୍ଟା ସାଜିଛନ୍ତି। ଫଳରେ ଚାଇନା ପାଇଁ ଆଫ୍ରିକାର ବିଭିନ୍ନ ଦେଶରେ କାରବାର କରିବାରେ ବାଧା ସୃଷ୍ଟି ହେବାରେ ଲାଗିଛି। କରୋନା ଲଢ଼େଇ ବାହାନାରେ ଚାଇନା ଆଫ୍ରିକାର ୫୦ଟି ଦେଶକୁ ବିଭିନ୍ନ ସାମଗ୍ରୀ ତଥା ଚିକିତ୍ସା ଉପକରଣର ସହାୟତା ପଠାଇଥିଲା। ଭାରତ ମଧ୍ୟ ଏଠାକାର ୩୨ଟି ଦେଶକୁ ଚିକିତ୍ସା ସାମଗ୍ରୀ ପଠାଇଛି। ବିଶେଷଜ୍ଞଙ୍କ ଅନୁସାରେ ଭାରତ ଯେଉଁ ରଣନୀତି ନେଇ ଯୋଜାନାବଦ୍ଧ ଭାବେ କାର୍ଯ୍ୟ କରୁଛି ତାହାଦ୍ୱାରା ଆଗାମୀ ଦିନରେ ଆଫ୍ରିକାରେ ପ୍ରଭାବ ବୃଦ୍ଧି ପାଇବାର ଯଥେଷ୍ଟ ଆଶା ରହିଛି। ଆଫ୍ରିକା ଦେଶର ରୁଚି ଏବଂ ପସନ୍ଦ ସମ୍ପର୍କରେ ଭାରତକୁ ଜଣାଅଛି। ଏସିଆ-ଆଫ୍ରିକା ଗ୍ରୋଥ୍‌ କରିଡୋର(ଏଏଜିସି) ସଦସ୍ୟ ରାଷ୍ଟ୍ର ମଧ୍ୟରେ ଭାରତ ଜାପାନ ସହିତ କିଛି ଆଫ୍ରିକାର ଦେଶ ମଧ୍ୟ ସାମିଲ ଅଛନ୍ତି। ଆଫ୍ରିକାର ବିଭିନ୍ନ ଦେଶରେ ସ୍ବାସ୍ଥ୍ୟ, ଫାର୍ମା, କୃଷି ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକୁ ବିକଶିତ କରିବା ଏଏଜିସିର ମୁଖ୍ୟ ଲକ୍ଷ୍ୟ। ଭାରତ ଏସବୁ କ୍ଷେତ୍ରରେ ବ୍ୟାପକ ଭାବେ ଅଭିଯାନ ଜାରି ରଖିଛି। ଏପରିସ୍ଥଳେ ଚାଇନା ପଛରେ ପଡ଼ିଯାଇଛି। ଭାରତକୁ ଜାପାନ ଏବଂ ଆମେରିକା ସହଯୋଗର ହାତ ବଢ଼ାଇଥିବାବେଳେ ଚାଇନା ଏକଘରିଆ ହୋଇଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

ରାଘବ ଚଢାଙ୍କୁ ରାଜ୍ୟ ସଭାରେ ବଡ଼ ଦାୟିତ୍ୱ, ଭାଜପାର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩।୫: ଆମ ଆଦମୀ ପାର୍ଟି ଛାଡି ଭାଜପାରେ ଯୋଗଦେବା ପରେ ତୁରନ୍ତ ରାଜ୍ୟ ସଭା ଏମପି ରାଘବ ଚଢାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri