ଆଶଙ୍କାରେ ଭାରତ, ସେମିଫାଇନାଲ୍‌ରୁ ହୋଇପାରେ ବିଦା

ନୂଆଦିଲ୍ଲୀ, ୨୪।୬: ଟି-୨୦ ବିଶ଼୍ବକପ୍‌ର ସୁପର ୮ରେ ଭାରତୀୟ ଟିମ୍‌ ଲଗାତାର ଦୁଇଟି ମ୍ୟାଚ୍‌ ଜିତି ପଏଣ୍ଟ୍‌ ଟେବୁଲର ଟପ୍‌ରେ ରହିଛି । ଟିମ୍‌ ୪ ପଏଣ୍ଟର ସେମିଫାଇନାଲ୍‌ର ଦ଼୍ବାର ଦେଶରେ ଛିଡ଼ା ହୋଇଛି । ସୁପର ୮ର ଆଜି ଶେଷ ତଥା ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ଦଳ । ପୂର୍ବରୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପରାଜୟ ବରଣ କରିଥିଲା । ଏଥି ସହିତ ଆଫଗାନିସ୍ତାନ ଦୁଇଟି ମ୍ୟାଚ୍‌ ଖେଳି କେବଳ ଗୋଟିଏ ଜିତିଛି । ଫଳରେ ଆଫଗାନିସ୍ତାନ ପାଖରେ ମାତ୍ର ୨ ପଏଣ୍ଟ ରହିଛି ।

ବର୍ତ୍ତମାନ ଭାରତୀୟ ଟିମ୍‌ ନିଜ ଗ୍ରୁପ୍‌ର ଟପ୍‌ ସ୍ଥାନରେ ରହିଛି । ହେଲେ ଯେଉଁଭଳି ଭାବେ ଭାରତ ସେମିଫାଇନାଲ୍‌ରେ ପ୍ରବେଶ କରିବାର ଆଶା ରହିଛି ସେହିଭଳି ଭାବେ ବାଦ୍‌ ପଡ଼ିବାର ମଧ୍ୟ ଆଶଙ୍କା ରହିଛି । ଯଦି ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟିମ୍‌ ଭାରତକୁ ବଡ଼ ରନ୍‌ ବ୍ୟବଧାନରେ ହରାଉଛି ଏବଂ ଆଫଗାନିସ୍ତାନ ଟିମ୍‌ ବାଂଲାଦେଶ ଠାରୁ ବଡ଼ ରନ୍‌ ବ୍ୟବଧାନରେ ମ୍ୟାଚ୍‌ ଜିତୁଛି ତେବେ ତେବେ ରନ୍‌ ରେଟ୍‌ରେ ପରିବର୍ତ୍ତନ ହୋଇଯିବ । ଯାହାକି ଭାରତ ପାଇଁ ସମସ୍ୟା ସୃଷ୍ଟି କରିବ । ବର୍ତ୍ତମାନ ଭାରତୀୟ ଟିମ୍‌ର ରନ୍‌ ରେଟ୍‌ ୨.୪୨୫ ରହିଛି । ଅନ୍ୟପଟେ ଅଷ୍ଟ୍ରେଲିଆର ରନ୍‌ରେଟ୍‌ +୦.୨୨୩ ରହିଥିବା ବେଳେ ଆଫଗାନିସ୍ତାନର -୦.୬୫୦ ରନ୍‌ ରେଟ୍‌ ରହିଛି । ଏବେବି ଭାରତ ରେନ୍‌ ରେଟ୍‌ରେ ଆଗୁଆ ରହିଛି । ତେବେ ଯଦି ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ବଡ଼ ବ୍ୟବଧାନରେ ଜିତନ୍ତି ତେବେ ଭାରତ ସେମାନଙ୍କ ତଳକୁ ଖସିଆସିବ । ଫଳରେ ସେମିଫାଇନାଲ୍‌ ଆଶା ଧୂଳିସାତ୍‌ ହୋଇପାରେ ।

ସୂଚନା ଥାଉକି, ସୁପର-୮ରେ ଭାରତ କ୍ରମାଗତ ୨ଟି ମ୍ୟାଚ୍‌ରେ ଆଫଗାନିସ୍ତାନ ଓ ବାଂଲାଦେଶକୁ ପରାସ୍ତ କରିଛି। ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି କ୍ରମେ ଉନ୍ନତ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଶିବମ୍‌ ଦୁବେ ମଧ୍ୟ ବାଂଲାଦେଶ ବିପକ୍ଷରେ ୨୪ ବଲ୍‌ରୁ ୩୪ ରନ୍‌ କରି ନିଜ ସମାଲୋଚକଙ୍କୁ ଦୃଢ଼ ଜବାବ ଦେଇଛନ୍ତି। ୩ ନମ୍ବର ସ୍ଥାନରେ ଆସୁଥିବା ରିଷଭ ପନ୍ତ ଭଲ ଆରମ୍ଭ କରୁଥିଲେ ମଧ୍ୟ ତାଙ୍କ ରିଭର୍ସ ହିଟ୍‌ ଶଟ୍‌ରେ ରହିଥିବା ତ୍ରୁଟିକୁ ସୁଧାରିବା ଆବଶ୍ୟକ। ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଉଭୟ ବ୍ୟାଟ୍‌ ଓ ବଲ୍‌ରେ ଭଲ ପ୍ରଦର୍ଶନ କରିବା ଭାରତ ପାଇଁ ଅନେକ ସମସ୍ୟାର ସମାଧାନ କରିଛି। ବିଳମ୍ବରେ ସୁଯୋଗ ପାଇଥିବା କୁଲଦୀପ ଯାଦବ ମ୍ୟାଚ୍‌ ବିଜୟୀ ଅବଦାନ ଦେବାରେ ସକ୍ଷମ ହୋଇଛନ୍ତି। ଦଳ ବିଜୟ ପଥରେ ଥିବାରୁ ଏବଂ ସମ୍ମୁଖରେ ଅଷ୍ଟ୍ରେଲିଆ ପରି ଶକ୍ତିଶାଳୀ ଦଳ ଥିବାରୁ ଭାରତୀୟ ପ୍ଲେଇଂ କମ୍ବିନେଶନରେ ପରିବର୍ତ୍ତନର ସମ୍ଭାବନା ନାହିଁ। ଶନିବାର ରାତିରେ ସେଣ୍ଟ ଲୁସିଆରେ ପହଞ୍ଚତ୍ଥିବା ଭାରତୀୟ ଦଳ ଟ୍ରେନିଂ ନ କରି ବିଶ୍ରାମକୁ ପସନ୍ଦ କରିଥିଲା। ଡାରେନ ସାମି କ୍ରିକେଟ ଷ୍ଟାଡିୟମରେ ସାଧାରଣତଃ ହାଇ-ସ୍କୋରିଂ ମ୍ୟାଚ୍‌ ହୋଇଥାଏ। ମାତ୍ର ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଇଂଲଣ୍ଡ ୧୬୪ ରନ ଚେଜ୍‌ କରିବାକୁ ସକ୍ଷମ ହୋଇ ନ ଥିଲା। ତେଣୁ ଏଠାରେ ସ୍ଲୋ ବୋଲରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍‌ ସେଣ୍ଟ ଲୁସିଆରେ ଖେଳାଯିବ। ଭାରତୀୟ ସମୟ ରାତି ୮ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଷ୍ଟାର୍‌ ସ୍ପୋର୍ଟସ ଏବଂ ଡିଡି ସ୍ପୋର୍ଟସରେ ଏହି ମ୍ୟାଚ୍‌ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri