ଆଶଙ୍କାରେ ଭାରତ, ସେମିଫାଇନାଲ୍‌ରୁ ହୋଇପାରେ ବିଦା

ନୂଆଦିଲ୍ଲୀ, ୨୪।୬: ଟି-୨୦ ବିଶ଼୍ବକପ୍‌ର ସୁପର ୮ରେ ଭାରତୀୟ ଟିମ୍‌ ଲଗାତାର ଦୁଇଟି ମ୍ୟାଚ୍‌ ଜିତି ପଏଣ୍ଟ୍‌ ଟେବୁଲର ଟପ୍‌ରେ ରହିଛି । ଟିମ୍‌ ୪ ପଏଣ୍ଟର ସେମିଫାଇନାଲ୍‌ର ଦ଼୍ବାର ଦେଶରେ ଛିଡ଼ା ହୋଇଛି । ସୁପର ୮ର ଆଜି ଶେଷ ତଥା ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ଦଳ । ପୂର୍ବରୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପରାଜୟ ବରଣ କରିଥିଲା । ଏଥି ସହିତ ଆଫଗାନିସ୍ତାନ ଦୁଇଟି ମ୍ୟାଚ୍‌ ଖେଳି କେବଳ ଗୋଟିଏ ଜିତିଛି । ଫଳରେ ଆଫଗାନିସ୍ତାନ ପାଖରେ ମାତ୍ର ୨ ପଏଣ୍ଟ ରହିଛି ।

ବର୍ତ୍ତମାନ ଭାରତୀୟ ଟିମ୍‌ ନିଜ ଗ୍ରୁପ୍‌ର ଟପ୍‌ ସ୍ଥାନରେ ରହିଛି । ହେଲେ ଯେଉଁଭଳି ଭାବେ ଭାରତ ସେମିଫାଇନାଲ୍‌ରେ ପ୍ରବେଶ କରିବାର ଆଶା ରହିଛି ସେହିଭଳି ଭାବେ ବାଦ୍‌ ପଡ଼ିବାର ମଧ୍ୟ ଆଶଙ୍କା ରହିଛି । ଯଦି ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟିମ୍‌ ଭାରତକୁ ବଡ଼ ରନ୍‌ ବ୍ୟବଧାନରେ ହରାଉଛି ଏବଂ ଆଫଗାନିସ୍ତାନ ଟିମ୍‌ ବାଂଲାଦେଶ ଠାରୁ ବଡ଼ ରନ୍‌ ବ୍ୟବଧାନରେ ମ୍ୟାଚ୍‌ ଜିତୁଛି ତେବେ ତେବେ ରନ୍‌ ରେଟ୍‌ରେ ପରିବର୍ତ୍ତନ ହୋଇଯିବ । ଯାହାକି ଭାରତ ପାଇଁ ସମସ୍ୟା ସୃଷ୍ଟି କରିବ । ବର୍ତ୍ତମାନ ଭାରତୀୟ ଟିମ୍‌ର ରନ୍‌ ରେଟ୍‌ ୨.୪୨୫ ରହିଛି । ଅନ୍ୟପଟେ ଅଷ୍ଟ୍ରେଲିଆର ରନ୍‌ରେଟ୍‌ +୦.୨୨୩ ରହିଥିବା ବେଳେ ଆଫଗାନିସ୍ତାନର -୦.୬୫୦ ରନ୍‌ ରେଟ୍‌ ରହିଛି । ଏବେବି ଭାରତ ରେନ୍‌ ରେଟ୍‌ରେ ଆଗୁଆ ରହିଛି । ତେବେ ଯଦି ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ବଡ଼ ବ୍ୟବଧାନରେ ଜିତନ୍ତି ତେବେ ଭାରତ ସେମାନଙ୍କ ତଳକୁ ଖସିଆସିବ । ଫଳରେ ସେମିଫାଇନାଲ୍‌ ଆଶା ଧୂଳିସାତ୍‌ ହୋଇପାରେ ।

ସୂଚନା ଥାଉକି, ସୁପର-୮ରେ ଭାରତ କ୍ରମାଗତ ୨ଟି ମ୍ୟାଚ୍‌ରେ ଆଫଗାନିସ୍ତାନ ଓ ବାଂଲାଦେଶକୁ ପରାସ୍ତ କରିଛି। ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି କ୍ରମେ ଉନ୍ନତ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଶିବମ୍‌ ଦୁବେ ମଧ୍ୟ ବାଂଲାଦେଶ ବିପକ୍ଷରେ ୨୪ ବଲ୍‌ରୁ ୩୪ ରନ୍‌ କରି ନିଜ ସମାଲୋଚକଙ୍କୁ ଦୃଢ଼ ଜବାବ ଦେଇଛନ୍ତି। ୩ ନମ୍ବର ସ୍ଥାନରେ ଆସୁଥିବା ରିଷଭ ପନ୍ତ ଭଲ ଆରମ୍ଭ କରୁଥିଲେ ମଧ୍ୟ ତାଙ୍କ ରିଭର୍ସ ହିଟ୍‌ ଶଟ୍‌ରେ ରହିଥିବା ତ୍ରୁଟିକୁ ସୁଧାରିବା ଆବଶ୍ୟକ। ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଉଭୟ ବ୍ୟାଟ୍‌ ଓ ବଲ୍‌ରେ ଭଲ ପ୍ରଦର୍ଶନ କରିବା ଭାରତ ପାଇଁ ଅନେକ ସମସ୍ୟାର ସମାଧାନ କରିଛି। ବିଳମ୍ବରେ ସୁଯୋଗ ପାଇଥିବା କୁଲଦୀପ ଯାଦବ ମ୍ୟାଚ୍‌ ବିଜୟୀ ଅବଦାନ ଦେବାରେ ସକ୍ଷମ ହୋଇଛନ୍ତି। ଦଳ ବିଜୟ ପଥରେ ଥିବାରୁ ଏବଂ ସମ୍ମୁଖରେ ଅଷ୍ଟ୍ରେଲିଆ ପରି ଶକ୍ତିଶାଳୀ ଦଳ ଥିବାରୁ ଭାରତୀୟ ପ୍ଲେଇଂ କମ୍ବିନେଶନରେ ପରିବର୍ତ୍ତନର ସମ୍ଭାବନା ନାହିଁ। ଶନିବାର ରାତିରେ ସେଣ୍ଟ ଲୁସିଆରେ ପହଞ୍ଚତ୍ଥିବା ଭାରତୀୟ ଦଳ ଟ୍ରେନିଂ ନ କରି ବିଶ୍ରାମକୁ ପସନ୍ଦ କରିଥିଲା। ଡାରେନ ସାମି କ୍ରିକେଟ ଷ୍ଟାଡିୟମରେ ସାଧାରଣତଃ ହାଇ-ସ୍କୋରିଂ ମ୍ୟାଚ୍‌ ହୋଇଥାଏ। ମାତ୍ର ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଇଂଲଣ୍ଡ ୧୬୪ ରନ ଚେଜ୍‌ କରିବାକୁ ସକ୍ଷମ ହୋଇ ନ ଥିଲା। ତେଣୁ ଏଠାରେ ସ୍ଲୋ ବୋଲରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍‌ ସେଣ୍ଟ ଲୁସିଆରେ ଖେଳାଯିବ। ଭାରତୀୟ ସମୟ ରାତି ୮ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଷ୍ଟାର୍‌ ସ୍ପୋର୍ଟସ ଏବଂ ଡିଡି ସ୍ପୋର୍ଟସରେ ଏହି ମ୍ୟାଚ୍‌ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri