ଭାରତ ଆମକୁ ସମର୍ଥନ କରୁ: ଜେଲେନ୍‌ସ୍କି

କିଭ୍‌,୨୪ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ଗସ୍ତକର କିଭ୍‌ରେ ମହାମତ୍ା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଚିରନ୍ତନ ଶାନ୍ତି ବାର୍ତ୍ତାର ପ୍ରାସଙ୍ଗିକତା ଓ ମହତ୍ତ୍ୱ ବୁଝାଇଛନ୍ତି।
ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୯୧୦ ଦିନରେ ପହଞ୍ଚତ୍ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ପୋଲାଣ୍ଡରୁ ଏକ ‘ରେଳ ଫୋର୍ସ ଓ୍ବାନ୍‌’ରେ ଟ୍ରେନ୍‌ରେ ୧୦ ଘଣ୍ଟା ଯାତ୍ରାକରି ୟୁକ୍ରେନ୍‌ରେ ପହଞ୍ଚତ୍ଥିଲେ। କିଭ୍‌ର ହୟାତ୍‌ ହୋଟେଲରେ ଭାରତୀୟ ସମୁଦାୟ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଏହା ପରେ ନ୍ୟାଶନାଲ ମ୍ୟୁଜିୟମ୍‌ ଅଫ୍‌ ହିଷ୍ଟ୍ରିରେ ଯୁଦ୍ଧରେ ପ୍ରାଣ ହରାଇଥିବା ପିଲାଙ୍କ ସ୍ମୃତିରେ ରଖାଯାଇଥିବା କଣ୍ଢେଇ ପ୍ରଦର୍ଶନୀ ବୁଲି ଦେଖିଥିଲେ। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମୋଦିଙ୍କୁ ଆଲିଙ୍ଗନ କରି ତାଙ୍କ ସହ ହାତ ମିଳାଇଥିଲେ। ପ୍ରଦର୍ଶନୀ ଦେଖିବା ପରେ ପ୍ରଧାନମନ୍ତ୍ରୀ ରୁଷିଆ ଆକ୍ରମଣରେ ଛୋଟ ପିଲାଙ୍କ ପ୍ରାଣହାନିକୁ ନେଇ ଶୋକବ୍ୟକ୍ତ କରିଥିଲେ।
ପୂର୍ବରୁ ମୋଦି ‘ଓଏସିସ୍‌ ଅଫ୍‌ ପିସ୍‌’ ପାର୍କରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏକ ସୁସଂହତ ସମାଜ ଗଠନରେ ଗାନ୍ଧିଜୀଙ୍କ ଶାନ୍ତି ବାର୍ତ୍ତାର ସୁଦୂରପ୍ରସାରୀ ପ୍ରଭାବ ଏବଂ ତାଙ୍କ ମାର୍ଗ ଅନୁସରଣ କରି ସାମ୍ପ୍ରତିକ ସମୟରେ ବୈଶ୍ୱିକ ଆହ୍ବାନଗୁଡ଼ିକର କିପରି ସମାଧାନ କରାଯାଇପାରିବ ତାହା ଉପରେ ମୋଦି ଆଲୋକପାତ କରିଥିଲେ। ମୋଦି କହିଥିଲେ, ବାପୁଙ୍କ ଆଦର୍ଶ ବିଶ୍ୱର ଅନେକ ନିୟୁତ ଲୋକଙ୍କ ପାଇଁ ଆଶାର କିରଣ। ଆମେ ସମସ୍ତେ ଗାନ୍ଧିଜୀ ଦେଖାଇଥିବା ମାନବିକତାର ପଥ ଅନୁସରଣ କରିବା ଉଚିତ। ଏହି ଅବସରରେ ଦୁଇନେତାଙ୍କ ମଧ୍ୟରେ ୟୁକ୍ରେନ୍‌କୁ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଦିଗରେ ଆଲୋଚନା ହୋଇଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ୍ସ’ରେ ସୂଚନା ଦିଆଯାଇଛି।
ୟୁକ୍ରେନ୍‌ ସ୍ବାଧୀନ ହେବା ପରେ ଉକ୍ତ ପୂର୍ବ ୟୁରୋପୀୟ ଦେଶକୁ ଏହା ହେଉଛି କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ରୁଷିଆର କୁର୍‌ସ୍କ ଅଞ୍ଚଳରେ ଅନେକ ହଜାର ୟୁକ୍ରେନୀୟ ସୈନ୍ୟ ପ୍ରବେଶ କରି ଆକ୍ରମଣ ଜାରି ରଖିଥିତ୍ବାବେଳେ ମୋଦିଙ୍କ ୭ ଘଣ୍ଟିଆ କିଭ୍‌ ଗସ୍ତକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହାର ୬ ସପ୍ତାହ ପୂର୍ବରୁ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାଇପ୍ରୋଫାଇଲ ରୁଷିଆ ଗସ୍ତ ଚର୍ଚ୍ଚିତ ହୋଇଥିଲା। ସେତେବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଓ ମୋଦିଙ୍କ ଆଲିଙ୍ଗନକୁ ଜେଲେନ୍‌ସ୍କି ସମାଲୋଚନା କରିଥିଲେ। ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର ନେତା ବିଶ୍ୱର ସବୁଠୁ ବଡ଼ ହତ୍ୟାକାରୀଙ୍କୁ ଆଲିଙ୍ଗନ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ। ଗତ ଜୁନ୍‌ରେ ଇଟାଲୀର ଅପୁଲିଆ ସହରରେ ଜି୭ ସମ୍ମିଳନୀରେ ମୋଦି ଓ ଜେଲେନ୍‌ସ୍କି ପରସ୍ପରକୁ ଭେଟିଥିଲେ। ୟୁକ୍ରେନ୍‌ ସଂଘର୍ଷର ଅବସାନ ପାଇଁ ‘ଆଲୋଚନା ଓ କୂଟନୀତି’ ଏକମାତ୍ର ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ ଜି୭ରେ ମତବ୍ୟକ୍ତ କରିବା ସହ କିଭ୍‌କୁ ସବୁ ପ୍ରକାର ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ସେହି ମତକୁ ମୋଦି ସଦ୍ୟ ପୋଲାଣ୍ଡ ଗସ୍ତ ବେଳେ ପ୍ରତିପକ୍ଷ ଡୋନାଲ୍ଡ ଟସ୍କଙ୍କ ଆଗରେ ଦୋହରାଇଥିଲେ।

ଭାରତ-ୟୁକ୍ରେନ୍‌ ୪ ଚୁକ୍ତି ସ୍ବାକ୍ଷରିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କିଭ୍‌ ଗସ୍ତ ଅବସରରେ ଭାରତ ଓ ୟୁକ୍ରେନ୍‌ ମଧ୍ୟରେ ୪ ଐତିହାସିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। କୃଷି, ଖାଦ୍ୟ ଶିଳ୍ପ, ମେଡିସିନ୍‌, ସଂସ୍କୃତି ଓ ମାନବୀୟ ସହାୟତା ଆଦି କ୍ଷେତ୍ରରେ ଏହି ରାଜିନାମା ହୋଇଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସୂଚନା ଦେଇଛନ୍ତି। ମୋଦି ଓ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ସହ ସାକ୍ଷାତ ବେଳେ ସେଠାକାର ସାମରିକ ସ୍ଥିତି ଓ ଶାନ୍ତି ପ୍ରତିଷ୍ଠା ନେଇ ସମ୍ଭାବ୍ୟ ମାର୍ଗ ଉପରେ ଆଲୋଚନା କରିଛନ୍ତି। ଏହା ବ୍ୟତୀତ ଦୁଇନେତାଙ୍କ ମଧ୍ୟରେ ବାଣିଜ୍ୟ, ଆର୍ଥିକ ସହଯୋଗ, ପ୍ରତିରକ୍ଷା ଓ ଶିକ୍ଷା ସମ୍ପର୍କରେ ଆଲୋଚନା ହୋଇଛି। ଏହି ଅବସରରେ ମୋଦି ୟୁକ୍ରେନୀୟ ଅଞ୍ଚଳକୁ ଶାନ୍ତି ଫେରାଇ ଆଣିବା ଦିଗରେ ସବୁ ପ୍ରକାର ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri