ଭାରତ ଆମକୁ ସମର୍ଥନ କରୁ: ଜେଲେନ୍‌ସ୍କି

କିଭ୍‌,୨୪ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ଗସ୍ତକର କିଭ୍‌ରେ ମହାମତ୍ା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଚିରନ୍ତନ ଶାନ୍ତି ବାର୍ତ୍ତାର ପ୍ରାସଙ୍ଗିକତା ଓ ମହତ୍ତ୍ୱ ବୁଝାଇଛନ୍ତି।
ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୯୧୦ ଦିନରେ ପହଞ୍ଚତ୍ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ପୋଲାଣ୍ଡରୁ ଏକ ‘ରେଳ ଫୋର୍ସ ଓ୍ବାନ୍‌’ରେ ଟ୍ରେନ୍‌ରେ ୧୦ ଘଣ୍ଟା ଯାତ୍ରାକରି ୟୁକ୍ରେନ୍‌ରେ ପହଞ୍ଚତ୍ଥିଲେ। କିଭ୍‌ର ହୟାତ୍‌ ହୋଟେଲରେ ଭାରତୀୟ ସମୁଦାୟ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଏହା ପରେ ନ୍ୟାଶନାଲ ମ୍ୟୁଜିୟମ୍‌ ଅଫ୍‌ ହିଷ୍ଟ୍ରିରେ ଯୁଦ୍ଧରେ ପ୍ରାଣ ହରାଇଥିବା ପିଲାଙ୍କ ସ୍ମୃତିରେ ରଖାଯାଇଥିବା କଣ୍ଢେଇ ପ୍ରଦର୍ଶନୀ ବୁଲି ଦେଖିଥିଲେ। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମୋଦିଙ୍କୁ ଆଲିଙ୍ଗନ କରି ତାଙ୍କ ସହ ହାତ ମିଳାଇଥିଲେ। ପ୍ରଦର୍ଶନୀ ଦେଖିବା ପରେ ପ୍ରଧାନମନ୍ତ୍ରୀ ରୁଷିଆ ଆକ୍ରମଣରେ ଛୋଟ ପିଲାଙ୍କ ପ୍ରାଣହାନିକୁ ନେଇ ଶୋକବ୍ୟକ୍ତ କରିଥିଲେ।
ପୂର୍ବରୁ ମୋଦି ‘ଓଏସିସ୍‌ ଅଫ୍‌ ପିସ୍‌’ ପାର୍କରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏକ ସୁସଂହତ ସମାଜ ଗଠନରେ ଗାନ୍ଧିଜୀଙ୍କ ଶାନ୍ତି ବାର୍ତ୍ତାର ସୁଦୂରପ୍ରସାରୀ ପ୍ରଭାବ ଏବଂ ତାଙ୍କ ମାର୍ଗ ଅନୁସରଣ କରି ସାମ୍ପ୍ରତିକ ସମୟରେ ବୈଶ୍ୱିକ ଆହ୍ବାନଗୁଡ଼ିକର କିପରି ସମାଧାନ କରାଯାଇପାରିବ ତାହା ଉପରେ ମୋଦି ଆଲୋକପାତ କରିଥିଲେ। ମୋଦି କହିଥିଲେ, ବାପୁଙ୍କ ଆଦର୍ଶ ବିଶ୍ୱର ଅନେକ ନିୟୁତ ଲୋକଙ୍କ ପାଇଁ ଆଶାର କିରଣ। ଆମେ ସମସ୍ତେ ଗାନ୍ଧିଜୀ ଦେଖାଇଥିବା ମାନବିକତାର ପଥ ଅନୁସରଣ କରିବା ଉଚିତ। ଏହି ଅବସରରେ ଦୁଇନେତାଙ୍କ ମଧ୍ୟରେ ୟୁକ୍ରେନ୍‌କୁ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଦିଗରେ ଆଲୋଚନା ହୋଇଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ୍ସ’ରେ ସୂଚନା ଦିଆଯାଇଛି।
ୟୁକ୍ରେନ୍‌ ସ୍ବାଧୀନ ହେବା ପରେ ଉକ୍ତ ପୂର୍ବ ୟୁରୋପୀୟ ଦେଶକୁ ଏହା ହେଉଛି କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ରୁଷିଆର କୁର୍‌ସ୍କ ଅଞ୍ଚଳରେ ଅନେକ ହଜାର ୟୁକ୍ରେନୀୟ ସୈନ୍ୟ ପ୍ରବେଶ କରି ଆକ୍ରମଣ ଜାରି ରଖିଥିତ୍ବାବେଳେ ମୋଦିଙ୍କ ୭ ଘଣ୍ଟିଆ କିଭ୍‌ ଗସ୍ତକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହାର ୬ ସପ୍ତାହ ପୂର୍ବରୁ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାଇପ୍ରୋଫାଇଲ ରୁଷିଆ ଗସ୍ତ ଚର୍ଚ୍ଚିତ ହୋଇଥିଲା। ସେତେବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଓ ମୋଦିଙ୍କ ଆଲିଙ୍ଗନକୁ ଜେଲେନ୍‌ସ୍କି ସମାଲୋଚନା କରିଥିଲେ। ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର ନେତା ବିଶ୍ୱର ସବୁଠୁ ବଡ଼ ହତ୍ୟାକାରୀଙ୍କୁ ଆଲିଙ୍ଗନ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ। ଗତ ଜୁନ୍‌ରେ ଇଟାଲୀର ଅପୁଲିଆ ସହରରେ ଜି୭ ସମ୍ମିଳନୀରେ ମୋଦି ଓ ଜେଲେନ୍‌ସ୍କି ପରସ୍ପରକୁ ଭେଟିଥିଲେ। ୟୁକ୍ରେନ୍‌ ସଂଘର୍ଷର ଅବସାନ ପାଇଁ ‘ଆଲୋଚନା ଓ କୂଟନୀତି’ ଏକମାତ୍ର ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ ଜି୭ରେ ମତବ୍ୟକ୍ତ କରିବା ସହ କିଭ୍‌କୁ ସବୁ ପ୍ରକାର ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ସେହି ମତକୁ ମୋଦି ସଦ୍ୟ ପୋଲାଣ୍ଡ ଗସ୍ତ ବେଳେ ପ୍ରତିପକ୍ଷ ଡୋନାଲ୍ଡ ଟସ୍କଙ୍କ ଆଗରେ ଦୋହରାଇଥିଲେ।

ଭାରତ-ୟୁକ୍ରେନ୍‌ ୪ ଚୁକ୍ତି ସ୍ବାକ୍ଷରିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କିଭ୍‌ ଗସ୍ତ ଅବସରରେ ଭାରତ ଓ ୟୁକ୍ରେନ୍‌ ମଧ୍ୟରେ ୪ ଐତିହାସିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। କୃଷି, ଖାଦ୍ୟ ଶିଳ୍ପ, ମେଡିସିନ୍‌, ସଂସ୍କୃତି ଓ ମାନବୀୟ ସହାୟତା ଆଦି କ୍ଷେତ୍ରରେ ଏହି ରାଜିନାମା ହୋଇଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସୂଚନା ଦେଇଛନ୍ତି। ମୋଦି ଓ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ସହ ସାକ୍ଷାତ ବେଳେ ସେଠାକାର ସାମରିକ ସ୍ଥିତି ଓ ଶାନ୍ତି ପ୍ରତିଷ୍ଠା ନେଇ ସମ୍ଭାବ୍ୟ ମାର୍ଗ ଉପରେ ଆଲୋଚନା କରିଛନ୍ତି। ଏହା ବ୍ୟତୀତ ଦୁଇନେତାଙ୍କ ମଧ୍ୟରେ ବାଣିଜ୍ୟ, ଆର୍ଥିକ ସହଯୋଗ, ପ୍ରତିରକ୍ଷା ଓ ଶିକ୍ଷା ସମ୍ପର୍କରେ ଆଲୋଚନା ହୋଇଛି। ଏହି ଅବସରରେ ମୋଦି ୟୁକ୍ରେନୀୟ ଅଞ୍ଚଳକୁ ଶାନ୍ତି ଫେରାଇ ଆଣିବା ଦିଗରେ ସବୁ ପ୍ରକାର ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୧୨: ଟେଷ୍ଟ ଏବଂ ଦିନିକିଆ ପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ଟେଷ୍ଟ...

ସାରା ରାଜ୍ୟକୁ ଥରାଉଛି ଶୀତ, ଜି.ଉଦୟଗିରି ସବୁଠୁ ଥଣ୍ଡା, ତାପମାତ୍ରା ରହିଛି…

ଭୁବନେଶ୍ୱର,୮ା୧୨: ରାଜ୍ୟରେ କିଛିଦିନ ହେବ ଶୀତ ଲହରି ଜାରି ରହିଛି। କନ୍ଧମାଳ ଜିଲାର ସବୁଜ ସୁନ୍ଦର ପାହାଡ଼ ପର୍ବତ ଘେରା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ୍‌...

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri