Posted inଖେଳ

ଏଏଫ୍‌ସି ଏସିଆନ କପ୍‌ ୨୦୩୧ ଲାଗି ବିଡ୍‌ ଦାଖଲ କଲା ଭାରତ

ନୂଆଦିଲ୍ଲୀ, ୧୧ା୪: ଭାରତ ୨୦୩୧ ଏଏଫ୍‌ସି ଏସିଆନ କପ୍‌ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରି ଏହାର ବିଡ୍‌ ‘ ଏକ୍ସପ୍ରେସନ ଅଫ୍‌ ଇଣ୍ଟରେଷ୍ଟ (ଇଓଏଲ୍‌) ଦାଖଲ କରିଥିବା ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଶୁକ୍ରବାର ପ୍ରକାଶ କରିଛି।

ବିଡ୍‌ ଦାଖଲ କରିବା ଲାଗି ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ରହିଥିଲା। ଯେଉଁ ୭ଟି ଫୁଟ୍‌ତ୍ବଲ ମହାସଂଘ ସେମାନଙ୍କର ଇଓଏଲ୍‌ ଦାଖଲ କରିଛନ୍ତି, ସେମାନଙ୍କ ମଧ୍ୟରେ ଏଆଇଏଫ୍‌ଏଫ୍‌ ଅନ୍ୟତମ। ଟୁର୍ନାମେଣ୍ଟ ଆୟୋଜନ ଅଧିକାର ହାସଲ କରିବା ଲାଗି ଭାରତକୁ ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଭଳି ପୁଟ୍‌ବଲ ପାଓ୍ବାର ହାଉସ୍‌ଙ୍କଠାରୁ କଡ଼ା ମୁକାବିଲାର ସାମ୍‌ନା କରିବାକୁ ପଡ଼ିବ।

ଇଣ୍ଡୋନେସିଆ ଓ କୁଏତ୍‌ ମଧ୍ୟ ସେମାନଙ୍କ ଇଓଏଲ୍‌ ଦାଖଲ କରିଥିବାବେଳେ କିରକିଜସ୍ତାନ, ତାଜିକ୍‌ସ୍ତାନ ଓ ଉଜ୍‌ବେକିସ୍ତାନ ମିଳିତ ଭାବେ ବିଡ୍‌ ଦାଖଲ କରିଛନ୍ତି। ଆୟୋଜକ ଦେଶର ନାମ ୨୦୨୬ରେ ଘୋଷଣା କରାଯିବ। ଏହି ଦେଶ ଆପେ ଯୋଗ୍ୟତା ଅର୍ଜନ କରିବ।ଟୁର୍ନାମେଣ୍ଟ ୧୯୫୬ରେ ଆରମ୍ଭ ହୋଇଥିବା ବେଳେ ୧୯୬୪ ସଂସ୍କରଣରେ ଭାରତ ରନରଅପ୍‌ ହୋଇଥିଲା। ୧୯୮୪, ୨୦୧୧, ୨୦୧୯ ଓ ୨୦୨୩ରେ ଭାରତ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରକର ଚକା ଫାଟି ଲାଗିଗଲା ନିଆଁ, ତାପରେ…

ପଟ୍ଟାଙ୍ଗି,୩୦।୧(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଦେଇ ପଡୋଶୀ ଆନ୍ଧ୍ରକୁ ସଂଯୋଗ କରିଥିବା ୨୬ନଂ ଜାତୀୟ ରାଜପଥ ଘାଟି ରାସ୍ତାରେ ଚଳନ୍ତା ଟ୍ରକର ଚକା…

ଶେଖ ହାସିନାଙ୍କ ଭାଷଣକୁ ନେଇ ନିଆଁବାଣ ହେଲା ବାଂଲାଦେଶ, ଭାରତ ବିରୋଧରେ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ/ଢାକା,୩୦।୧: ବାଂଲାଦେଶ ଚଟ୍ଟୋଗ୍ରାମର ମିରସରାଇରେ ଭାରତୀୟ ଅର୍ଥନୈତିକ କ୍ଷେତ୍ର ପ୍ରକଳ୍ପକୁ ଆନୁଷ୍ଠାନିକ ଭାବରେ ବାତିଲ କରିଛି। ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ ଅର୍ଥନୈତିକ କ୍ଷେତ୍ର…

ମଣ୍ଡିରେ ପଡ଼ିଥିବା ଧାନ ଶୀଘ୍ର ଉଠାଅ,ସିପିଆଇ ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ

ଭବାନୀପାଟଣା,୩୦।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ମଣ୍ଡିରେ ପଡିଥିବା ଧାନକୁ ଶୀଘ୍ର ଉଠାଣ ଦାବିରେ ଗୁରୁବାର ଭବାନୀପାଟଣାରେ ଜିଲାପାଳଙ୍କ ଅଫିସ ଘେରାଉ କରିଛି ସିପିଆଇ। ଏହା…

T20 ବିଶ୍ୱକପରୁ ପାକିସ୍ତାନ ଆଉଟ…, ପାକିସ୍ତାନର ମଜା ଉଡାଇଲା ଏହି ଦେଶ

ନୂଆଦିଲ୍ଲୀ,୩୦।୧: ପାକିସ୍ତାନ ୨୦୨୬ ଟି୨୦ ବିଶ୍ୱକପ ପାଇଁ ତାର ଦଳ ଘୋଷଣା କରିଛି, କିନ୍ତୁ ପିସିବି ଅଧ୍ୟକ୍ଷଙ୍କ ପୋଷ୍ଟ ପରେ ସେମାନଙ୍କ ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଜାରି…

ଦେଶର ସବୁଠାରୁ ଭଲ ପ୍ରଧାନମନ୍ତ୍ରୀ କିଏ? ମୋଦି ନା ଇନ୍ଦିରା, ଚମକାଇଲା ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୩୦।୧: ଜନତା ପ୍ରାୟତଃ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକାଳର ତୁଳନା କରନ୍ତି। ଇଣ୍ଡିଆ ଟୁଡେ-ସି ଭୋଟରଙ୍କ ‘ମୁଡ ଅଫ…

୧୨ ଟିକିଆ ହାତୀପଲଙ୍କ ତାଣ୍ଡବ, ଘର ଭାଙ୍ଗି ଧାନ…

ବଣାଇଁ, ୩୦।୧(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡର ତାମଡା ବନାଞ୍ଚଳରେ ୧୨ ଟିକିଆ ହାତୀ ପଲଙ୍କ ଉତ୍ପାତ ଯୋଗୁଁ ଅତିଷ୍ଠ ହୋଇ ପଡ଼ିଛନ୍ତି ୬ଟି ଗ୍ରାମର ଗ୍ରାମବାସୀ ।…

ଖଣ୍ଡଗିରି ମେଳାରେ ୫ଗୁଣା ପାର୍କିଂ ଫି’, ଲିଜ୍‌ଧାରୀଙ୍କୁ ସୋ’କଜ…

ଭୁବନେଶ୍ୱର, ୩୦।୧(ବନ୍ଦନା ସେଠୀ): ଖଣ୍ଡଗିରି କୁମ୍ଭମେଳାରେ ପାର୍କିଂ ଫି’ ନାମରେ ଲୋକଙ୍କୁ ଶୋଷଣ କରାଯାଉଛି। ଲିଜ୍‌ଧାରୀମାନେ ଧାର୍ଯ୍ୟ ଦରଠାରୁ ୫ଗୁଣା ଅଧିକ ନେଇ ଯାତ୍ରୀଙ୍କୁ ଲୁଟୁଛନ୍ତି। ଖଣ୍ଡଗିରି…

ସପ୍ତାହକରେ ୪ ଡିଗ୍ରୀ ବଢ଼ିଲା ତାପମାତ୍ରା, ଝାରସୁଗୁଡାରେ ସର୍ବୋଚ୍ଚ…

ଭୁବନେଶ୍ୱର, ୩୦।୧(ବନ୍ଦନା ସେଠୀ): ରାଜ୍ୟରେ ଶୀତ ପ୍ରକୋପ କମିଛି। ସର୍ବନିମ୍ନ ରାତି ତାପମାତ୍ରା ଓ ସର୍ବୋଚ୍ଚ ଦିନ ତାପମାତ୍ରାରେ କ୍ରମଶଃ ବୃଦ୍ଧି ହେବାରେ ଲାଗିଛି। ଗୁରୁବାର ଝାରସୁଗୁଡାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri