Posted inଖେଳ

ଆଜିଠାରୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ: ଜାଣନ୍ତୁ କେଉଁଠି ଦେଖିପାରିବେ ମ୍ୟାଚ

କଲମ୍ବୋ, ୧ା୮: ସ୍ଥାନୀୟ ଆର୍‌. ପ୍ରେମଦାସା ଷ୍ଟାଡିୟମରେ ଶୁକ୍ରବାରଠାରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ। ଅନ୍ତର୍ଜାତୀୟ ଟି୨୦ ସିରିଜରେ ସମସ୍ତ ମ୍ୟାଚ ହାରିଥିବା ଶ୍ରୀଲଙ୍କା ଏହି ସିରିଜରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବ। ଅନ୍ତର୍ଜାତୀୟ ଦିନିକିଆରେ କେ.ଏଲ୍‌. ରାହୁଲ ଓ ରିଷଭ ପନ୍ତଙ୍କ ମଧ୍ୟରୁ କିଏ ଭାରତର ଦୀର୍ଘ ମିଆଦୀ ଉଇକେଟକିପର ବ୍ୟାଟର ହେବ ତାହା ସ୍ଥିର କରିବା ଲାଗି ଗୌତମ ଗମ୍ଭୀରଙ୍କ ନେତୃତ୍ୱାଧୀନ ଟିମ୍‌ ମ୍ୟାନେଜମେଣ୍ଟକୁ ଏହା ଏକ ସୁଯୋଗ। ନିକଟରେ ଟି୨୦ ବିଶ୍ୱକପ୍‌ ସଫଳତା ପରେ ଏହି ଫର୍ମାଟରୁ ଅବସର ନେଇଥିବା ଭେଟେରାନ ରୋହିତ ଶର୍ମା ଓ ବିରାଟ କୋହଲି ଦିନିକିଆ ଦଳରେ ଯୋଗ ଦେଇଛନ୍ତି। ଚାମ୍ପିୟନ୍ସ ଟ୍ରଫି ସମେତ କେତେକ ବଡ଼ ଦିନିଆ ଇଭେଣ୍ଟ ଲାଗି କମ୍ବିନେଶନ ସ୍ଥିର କରିବା ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ମଧ୍ୟ ଏହା ଏକ ସୁଯୋଗ । ଗତବର୍ଷ ଭାରତରେ ଅନୁଷ୍ଠିତ ଦିନିକିଆ ବିଶ୍ୱ କପ୍‌ରେ ଶ୍ରୀଲଙ୍କାର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଦଳ ୯ଟି ଗେମ୍‌ରେ ୭ ପରାଜୟ ସହ ମାତ୍ର ଦୁଇଟିରେ ବିଜୟ ଲାଭ କରି ଟେବୁଲର ୯ମ ସ୍ଥାନରେ ରହିଥିଲା। ୨୦୨୪ରେ ଶ୍ରୀଲଙ୍କା ଇତିମଧ୍ୟରେ ୮ ଅନ୍ତର୍ଜାତୀୟ ଦିନିକିଆ ଖେଳିସାରିଛି। ତନ୍ମଧ୍ୟରେ ଜିମ୍ବାଓ୍ବେ ବିପକ୍ଷରେ ୨ଟି ଏବଂ ଆଫଗାନିସ୍ତାନ ଓ ବାଂଲାଦେଶ ବିପକ୍ଷରେ ୩ଟି ଲେଖାଏଁ ମ୍ୟାଚ ରହିଛି। ଶ୍ରୀଲଙ୍କା ୨-୦ରେ ଜିମ୍ବାଓ୍ବେକୁ ପରାସ୍ତ କରିଥିବା ବେଳେ ଆଫଗାନିସ୍ତାନ ବିପକ୍ଷରେ ୩-୦ରେ କ୍ଲିନ ସୁଇପ୍‌ କରିଥିଲା। ଟି୨୦ ବିଶ୍ୱକପ୍‌ ୨୦୨୪ ପୂର୍ବରୁ କିନ୍ତୁ ବାଂଲାଦେଶ ୨-୧ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। କହିବାକୁ ଗଲେ ଭାରତ ଏହା ପୂରା ଶକ୍ତିସମ୍ପନ୍ନ ଦଳକୁ ନେଇ ପଡ଼ିଆକୁ ଓହ୍ଳାଇବ। ତେଣୁ ସିରିଜରେ ‘ମେନ୍‌ ଇନ୍‌ ବ୍ଲୁ’ ବିପକ୍ଷରେ ଶ୍ରୀଲଙ୍କା ଖେଳାଳିଙ୍କୁ ପ୍ରଭାବୀ ପ୍ରଦର୍ଶନ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ୨୦୨୪ରେ ଭାରତ ଗୋଟିଏ ହେଲେ ଅନ୍ତର୍ଜାତୀୟ ଦିନିକିଆ ଖେଳି ନାହିଁ। ଗତବର୍ଷ ସେମାନେ ଏସିଆ କପ୍‌ ଜିତିଥିଲେ ଏବଂ ବିଶ୍ୱକପ୍‌ରେ ରନରଅପ୍‌ ହୋଇଥିଲେ। ଡିସେମ୍ବରରେ ସେମାନେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ସିରିଜ ୨-୧ରେ ଜିତିଥିଲେ। ଚଳିତବର୍ଷ ଭାରତ ଏପର୍ଯ୍ୟନ୍ତ କେବଳ ଅନ୍ତର୍ଜାତୀୟ ଟି୨୦ରେ ବ୍ୟସ୍ତ ରହିଥିଲା। ଜୁନ୍‌ରେ ସେମାନେ ଟି୨୦ ବିଶ୍ୱକପ୍‌ ଜିତିଥିଲେ। ଏଥିରେ ସେମାନେ ଖେଳିଥିବା ୮ଟି ମ୍ୟାଚ ମଧ୍ୟରୁ ୭ଟିରେ ବିଜୟ ହାସଲ କରିଥିଲେ। ଗତ ମାସରେ ଅନୁଷ୍ଠିତ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ନୂଆ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଭାରତ ୩-୦ରେ ଶ୍ରୀଲଙ୍କାକୁ ପରାସ୍ତ କରି ସ୍ମରଣୀୟ ଆରମ୍ଭ କରିଛି। ପୂର୍ବତନ ଭାରତ କ୍ରିକେଟର ଆସନ୍ତାବର୍ଷ ହେବାକୁଥିବା ଚାମ୍ପିୟନ୍ସ ଟ୍ରଫି ଲାଗି ଦଳର ପ୍ରସ୍ତୁତି ପାଇଁ ଅଧିନାୟକ ରୋହିତ ଶର୍ମାଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, କଲମ୍ବୋସ୍ଥିତ ଆର୍‌. ପ୍ରେମଦାସା ଷ୍ଟାଡିୟମରେ ଏପର୍ଯ୍ୟନ୍ତ ୧୫୦ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳାଯାଇ ସାରିଲାଣି। ଏହି ପିଚ୍‌ରେ ଆଭରେଜ ପ୍ରଥମ ଇନିଂସ ସ୍କୋର ୨୨୫ ରହିଛି। ଭାରତ ଓ ଶ୍ରୀଲଙ୍କା ଶେଷଥର ପାଇଁ ଗତବର୍ଷ ଏସିଆ କପ୍‌ ଫାଇନାଲରେ ପରସ୍ପରକୁ ଭେଟିଥିଲେ। ଏଥିରେ ଶ୍ରୀଲଙ୍କା ମାତ୍ର ୫୦ ରନରେ ଅଲଆଉଟ ହୋଇଯାଇଥିଲା। ଘଟଣାକ୍ରମେ ଏହି ଗ୍ରାଉଣ୍ଡରେ ଏହାଥିଲା ସର୍ବନିମ୍ନ ସ୍କୋର। ଅନ୍ୟପକ୍ଷରେ ଏହି ଗ୍ରାଉଣ୍ଡରେ ଭାରତ ସର୍ବାଧିକ ସ୍କୋର ସଂଗ୍ରହ କରିବାରେ ସମର୍ଥ ହୋଇଛି। ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଦଳ ୩୭୫/୫ ସ୍କୋର କରିଥିଲା। ଏହି ମୁକାବିଲାରେ ବିଶେଷ କରି ଦ୍ୱିତୀୟ ଇନିଂସରେ ସ୍ପିନରମାନଙ୍କ ବିଶେଷ ଭୂମିକା ରହିବ। ଉଭୟ ଦଳରେ ବିଶ୍ୱ ଶ୍ରେଣୀୟ ସ୍ପିନର ରହିଛନ୍ତି। କେଉଁଠି ଦଳର ସ୍ପିନର ଫାଇଦା ଉଠାଉଛନ୍ତି ତାହା ଲକ୍ଷ୍ୟ କରିବାର କଥା।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌ (ଉପଅଧିନାୟକ), ବିରାଟ କୋହଲି, କେ.ଏଲ୍‌ ରାହୁଲ, ରିଷଭ ପନ୍ତ (ଉଇକେଟ କିପର), ଶ୍ରେୟସ ଆୟର, ଶିବମ ଦୁବେ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଓ୍ବାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ରିୟାନ ପରାଗ, ଅକ୍ଷର ପଟେଲ,ଖଲିଲ ଅହମଦ, ହର୍ଷିତ ରାଣା।
ଶ୍ରୀଲଙ୍କା ଦଳ : ଚାରିଥ ଆସାଲାଙ୍କ (ଅଧିନାୟକ), ପାଥୁମ ନିସାଙ୍କା, ଅଭିଷ୍କା ଫର୍ନାଣ୍ଡୋ, କୁସାଲ ମେଣ୍ଡିସ, ସଦିରା ସମରବିକ୍ରମା, କାମିଣ୍ଡୁ ମେଣ୍ଡିସ, ଜିନିଥ ଲିୟାଙ୍ଗେ, ନିଶାନ ମଦୁସ୍କା, ଓ୍ବାନିନ୍ଦୁ ହସରଙ୍ଗା, ଦୁନିଥ ଓ୍ବିଲାଲେଗ୍‌, ଚାମିକା କରୁଣାରନେତ୍, ମାହିଶ ଥିକ୍‌ସାନା, ଅକିଲା ଧନଞ୍ଜୟ, ଇଶାନ ମାଲିଙ୍ଗା, ମହମ୍ମଦ ସିରାଜ, ଅସିଥା ଫର୍ନାଣ୍ଡୋ।
ମ୍ୟାଚ ଆରମ୍ଭ: ଅପରାହ୍ନ ୨ଟା୩୦।
ପ୍ରସାରଣ : ସୋନି ସ୍ପୋଟର୍‌ସ ନେଟ୍‌ଓ୍ବର୍କ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri