Posted inଖେଳ

ଆଜିଠାରୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ: ଜାଣନ୍ତୁ କେଉଁଠି ଦେଖିପାରିବେ ମ୍ୟାଚ

କଲମ୍ବୋ, ୧ା୮: ସ୍ଥାନୀୟ ଆର୍‌. ପ୍ରେମଦାସା ଷ୍ଟାଡିୟମରେ ଶୁକ୍ରବାରଠାରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ। ଅନ୍ତର୍ଜାତୀୟ ଟି୨୦ ସିରିଜରେ ସମସ୍ତ ମ୍ୟାଚ ହାରିଥିବା ଶ୍ରୀଲଙ୍କା ଏହି ସିରିଜରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବ। ଅନ୍ତର୍ଜାତୀୟ ଦିନିକିଆରେ କେ.ଏଲ୍‌. ରାହୁଲ ଓ ରିଷଭ ପନ୍ତଙ୍କ ମଧ୍ୟରୁ କିଏ ଭାରତର ଦୀର୍ଘ ମିଆଦୀ ଉଇକେଟକିପର ବ୍ୟାଟର ହେବ ତାହା ସ୍ଥିର କରିବା ଲାଗି ଗୌତମ ଗମ୍ଭୀରଙ୍କ ନେତୃତ୍ୱାଧୀନ ଟିମ୍‌ ମ୍ୟାନେଜମେଣ୍ଟକୁ ଏହା ଏକ ସୁଯୋଗ। ନିକଟରେ ଟି୨୦ ବିଶ୍ୱକପ୍‌ ସଫଳତା ପରେ ଏହି ଫର୍ମାଟରୁ ଅବସର ନେଇଥିବା ଭେଟେରାନ ରୋହିତ ଶର୍ମା ଓ ବିରାଟ କୋହଲି ଦିନିକିଆ ଦଳରେ ଯୋଗ ଦେଇଛନ୍ତି। ଚାମ୍ପିୟନ୍ସ ଟ୍ରଫି ସମେତ କେତେକ ବଡ଼ ଦିନିଆ ଇଭେଣ୍ଟ ଲାଗି କମ୍ବିନେଶନ ସ୍ଥିର କରିବା ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ମଧ୍ୟ ଏହା ଏକ ସୁଯୋଗ । ଗତବର୍ଷ ଭାରତରେ ଅନୁଷ୍ଠିତ ଦିନିକିଆ ବିଶ୍ୱ କପ୍‌ରେ ଶ୍ରୀଲଙ୍କାର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଦଳ ୯ଟି ଗେମ୍‌ରେ ୭ ପରାଜୟ ସହ ମାତ୍ର ଦୁଇଟିରେ ବିଜୟ ଲାଭ କରି ଟେବୁଲର ୯ମ ସ୍ଥାନରେ ରହିଥିଲା। ୨୦୨୪ରେ ଶ୍ରୀଲଙ୍କା ଇତିମଧ୍ୟରେ ୮ ଅନ୍ତର୍ଜାତୀୟ ଦିନିକିଆ ଖେଳିସାରିଛି। ତନ୍ମଧ୍ୟରେ ଜିମ୍ବାଓ୍ବେ ବିପକ୍ଷରେ ୨ଟି ଏବଂ ଆଫଗାନିସ୍ତାନ ଓ ବାଂଲାଦେଶ ବିପକ୍ଷରେ ୩ଟି ଲେଖାଏଁ ମ୍ୟାଚ ରହିଛି। ଶ୍ରୀଲଙ୍କା ୨-୦ରେ ଜିମ୍ବାଓ୍ବେକୁ ପରାସ୍ତ କରିଥିବା ବେଳେ ଆଫଗାନିସ୍ତାନ ବିପକ୍ଷରେ ୩-୦ରେ କ୍ଲିନ ସୁଇପ୍‌ କରିଥିଲା। ଟି୨୦ ବିଶ୍ୱକପ୍‌ ୨୦୨୪ ପୂର୍ବରୁ କିନ୍ତୁ ବାଂଲାଦେଶ ୨-୧ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। କହିବାକୁ ଗଲେ ଭାରତ ଏହା ପୂରା ଶକ୍ତିସମ୍ପନ୍ନ ଦଳକୁ ନେଇ ପଡ଼ିଆକୁ ଓହ୍ଳାଇବ। ତେଣୁ ସିରିଜରେ ‘ମେନ୍‌ ଇନ୍‌ ବ୍ଲୁ’ ବିପକ୍ଷରେ ଶ୍ରୀଲଙ୍କା ଖେଳାଳିଙ୍କୁ ପ୍ରଭାବୀ ପ୍ରଦର୍ଶନ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ୨୦୨୪ରେ ଭାରତ ଗୋଟିଏ ହେଲେ ଅନ୍ତର୍ଜାତୀୟ ଦିନିକିଆ ଖେଳି ନାହିଁ। ଗତବର୍ଷ ସେମାନେ ଏସିଆ କପ୍‌ ଜିତିଥିଲେ ଏବଂ ବିଶ୍ୱକପ୍‌ରେ ରନରଅପ୍‌ ହୋଇଥିଲେ। ଡିସେମ୍ବରରେ ସେମାନେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ସିରିଜ ୨-୧ରେ ଜିତିଥିଲେ। ଚଳିତବର୍ଷ ଭାରତ ଏପର୍ଯ୍ୟନ୍ତ କେବଳ ଅନ୍ତର୍ଜାତୀୟ ଟି୨୦ରେ ବ୍ୟସ୍ତ ରହିଥିଲା। ଜୁନ୍‌ରେ ସେମାନେ ଟି୨୦ ବିଶ୍ୱକପ୍‌ ଜିତିଥିଲେ। ଏଥିରେ ସେମାନେ ଖେଳିଥିବା ୮ଟି ମ୍ୟାଚ ମଧ୍ୟରୁ ୭ଟିରେ ବିଜୟ ହାସଲ କରିଥିଲେ। ଗତ ମାସରେ ଅନୁଷ୍ଠିତ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ନୂଆ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଭାରତ ୩-୦ରେ ଶ୍ରୀଲଙ୍କାକୁ ପରାସ୍ତ କରି ସ୍ମରଣୀୟ ଆରମ୍ଭ କରିଛି। ପୂର୍ବତନ ଭାରତ କ୍ରିକେଟର ଆସନ୍ତାବର୍ଷ ହେବାକୁଥିବା ଚାମ୍ପିୟନ୍ସ ଟ୍ରଫି ଲାଗି ଦଳର ପ୍ରସ୍ତୁତି ପାଇଁ ଅଧିନାୟକ ରୋହିତ ଶର୍ମାଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, କଲମ୍ବୋସ୍ଥିତ ଆର୍‌. ପ୍ରେମଦାସା ଷ୍ଟାଡିୟମରେ ଏପର୍ଯ୍ୟନ୍ତ ୧୫୦ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳାଯାଇ ସାରିଲାଣି। ଏହି ପିଚ୍‌ରେ ଆଭରେଜ ପ୍ରଥମ ଇନିଂସ ସ୍କୋର ୨୨୫ ରହିଛି। ଭାରତ ଓ ଶ୍ରୀଲଙ୍କା ଶେଷଥର ପାଇଁ ଗତବର୍ଷ ଏସିଆ କପ୍‌ ଫାଇନାଲରେ ପରସ୍ପରକୁ ଭେଟିଥିଲେ। ଏଥିରେ ଶ୍ରୀଲଙ୍କା ମାତ୍ର ୫୦ ରନରେ ଅଲଆଉଟ ହୋଇଯାଇଥିଲା। ଘଟଣାକ୍ରମେ ଏହି ଗ୍ରାଉଣ୍ଡରେ ଏହାଥିଲା ସର୍ବନିମ୍ନ ସ୍କୋର। ଅନ୍ୟପକ୍ଷରେ ଏହି ଗ୍ରାଉଣ୍ଡରେ ଭାରତ ସର୍ବାଧିକ ସ୍କୋର ସଂଗ୍ରହ କରିବାରେ ସମର୍ଥ ହୋଇଛି। ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଦଳ ୩୭୫/୫ ସ୍କୋର କରିଥିଲା। ଏହି ମୁକାବିଲାରେ ବିଶେଷ କରି ଦ୍ୱିତୀୟ ଇନିଂସରେ ସ୍ପିନରମାନଙ୍କ ବିଶେଷ ଭୂମିକା ରହିବ। ଉଭୟ ଦଳରେ ବିଶ୍ୱ ଶ୍ରେଣୀୟ ସ୍ପିନର ରହିଛନ୍ତି। କେଉଁଠି ଦଳର ସ୍ପିନର ଫାଇଦା ଉଠାଉଛନ୍ତି ତାହା ଲକ୍ଷ୍ୟ କରିବାର କଥା।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌ (ଉପଅଧିନାୟକ), ବିରାଟ କୋହଲି, କେ.ଏଲ୍‌ ରାହୁଲ, ରିଷଭ ପନ୍ତ (ଉଇକେଟ କିପର), ଶ୍ରେୟସ ଆୟର, ଶିବମ ଦୁବେ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଓ୍ବାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ରିୟାନ ପରାଗ, ଅକ୍ଷର ପଟେଲ,ଖଲିଲ ଅହମଦ, ହର୍ଷିତ ରାଣା।
ଶ୍ରୀଲଙ୍କା ଦଳ : ଚାରିଥ ଆସାଲାଙ୍କ (ଅଧିନାୟକ), ପାଥୁମ ନିସାଙ୍କା, ଅଭିଷ୍କା ଫର୍ନାଣ୍ଡୋ, କୁସାଲ ମେଣ୍ଡିସ, ସଦିରା ସମରବିକ୍ରମା, କାମିଣ୍ଡୁ ମେଣ୍ଡିସ, ଜିନିଥ ଲିୟାଙ୍ଗେ, ନିଶାନ ମଦୁସ୍କା, ଓ୍ବାନିନ୍ଦୁ ହସରଙ୍ଗା, ଦୁନିଥ ଓ୍ବିଲାଲେଗ୍‌, ଚାମିକା କରୁଣାରନେତ୍, ମାହିଶ ଥିକ୍‌ସାନା, ଅକିଲା ଧନଞ୍ଜୟ, ଇଶାନ ମାଲିଙ୍ଗା, ମହମ୍ମଦ ସିରାଜ, ଅସିଥା ଫର୍ନାଣ୍ଡୋ।
ମ୍ୟାଚ ଆରମ୍ଭ: ଅପରାହ୍ନ ୨ଟା୩୦।
ପ୍ରସାରଣ : ସୋନି ସ୍ପୋଟର୍‌ସ ନେଟ୍‌ଓ୍ବର୍କ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?