Posted inଖେଳ

ଭାରତ-ଶ୍ରୀଲଙ୍କା ଫାଇନାଲ

ସିଲହଟ୍‌,୧୪ା୧୦(ପି.ଟି.): ମହିଳା ଟି୨୦ ଏସିଆ କପ୍‌ ଫାଇନାଲ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ। ଗୁରୁବାର ଖେଳାଯାଇଥିବା ସେମି ଫାଇନାଲରେ ଭାରତ ଥାଇଲାଣ୍ଡକୁ ୭୪ ରନରେ ଏବଂ ଶ୍ରୀଲଙ୍କା ପାକିସ୍ତାନକୁ ୧ ରନରେ ପରାସ୍ତ କରିଛି। ଏହା ସହିତ ଭାରତ କ୍ରମାଗତ ଅଷ୍ଟମ ଥର ପାଇଁ ଏସିଆ କପ୍‌ ଫାଇନାଲରେ ପ୍ରବେଶ କରିଛି। ଭାରତ ୫୦ଓଭର ଫର୍ମାଟରେ ଓ ଟି୨୦ ଫର୍ମାଟରେ ୪ଥର ଲେଖାଏ ଫାଇନାଲରେ ପ୍ରବେଶ କରିଛି। ଥାଇଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟରେ ୧୪୮ ରନ୍‌ କରିଥିଲା। ଜବାବରେ ଥାଇଲାଣ୍ଡ ୯ ଉଇକେଟ ହରାଇ ୭୪ ରନରେ ସୀମିତ ରହିଥିଲା। ଥାଇଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ଶେଫାଳି ବର୍ମା ୨୮ ବଲରୁ ୪୨ ରନ୍‌ କରିଥିଲେ। ଏହି ଇନିଂସରେ ୫ ଚୌକା ଓ ୧ ଛକା ସାମିଲ ଥିଲା। ଅନ୍ୟମାନଙ୍କ ମଧ୍ୟରେ ହରମନପ୍ରୀତ କୌର ୩୬, ଜେମିମା ରୋଡ୍ରିଗ୍ବେଜ ୨୭, ପୂଜା ବସ୍ତ୍ରକାର୧୭ ରନ୍‌ କରିଥିଲେ। ହରମନପ୍ରୀତ ଓ ଜେମିମାଙ୍କ ମଧ୍ୟରେ ୪୨ ରନର ଭାଗୀଦାରି ହୋଇଥିଲା। ଥାଇଲାଣ୍ଡ ପକ୍ଷରୁ ସୋରନ୍ନାରିନ୍‌ ଟିପୋଚ୍‌ ୨୪ ରନରେ ୩ ଉଇକେଟ ନେଇଥିଲେ। ସେମିଫାଇନାଲ ମ୍ୟାଚରେ ଥାଇଲାଣ୍ଡ ଦଳ ଭାରତୀୟ ବୋଲରଙ୍କୁ ୨୦ ଓଭର ଖେଳିଥିଲେ ହେଁ ଏହା ଅନ୍ତିମ ଲିଗ୍‌ ମ୍ୟାଚର ଆକ୍ସନ ରିପ୍ଲେ ଥିଲା। ଅନ୍ତିମ ଲିଗ୍‌ ମ୍ୟାଚରେ ଥାଇଲାଣ୍ଡ ଭାରତ ଆଗରେ ମାତ୍ର ୧୫.୧ ଓଭରରେ ୩୭ ରନରେ ଅଲଆଉଟ ହୋଇଥିଲା। ଗୁରୁବାର ଦଳ ୨୦ ଓଭର ବ୍ୟାଟିଂ କରିବା ସହିତ ୭୪ ରନ୍‌ କରିଥିଲା। ଭାରତୀୟ ବୋଲରଙ୍କ ମଧ୍ୟରେ ଦୀପ୍ତି ଶର୍ମା ୭ ରନରେ ୩ ଉଇକେଟ ନେଇଥିଲେ। ୨୧ ରନରେ ଥାଇଲାଣ୍ଡ ୪ ଉଇକେଟ ହରାଇଥିବା ବେଳେ ୫ମ ଉଇକେଟରେ ନାରୁଏମୋଲ ଚାଇଓ୍ବାଇ(୨୧) ଓ ନାଟ୍ଟାୟା ବୁଚାଥାମ(୨୧) ଙ୍କ ୪୨ ରନର ପାର୍ଟନରଶିପ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲା। ଥାଇଲାଣ୍ଡର ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ। ରାଜେଶ୍ୱରୀ ଗାଏକ୍ୱାଡ ୨, ରେଣୁକା ସିଂ, ସ୍ନେହ ରାଣା ଓ ଶେଫାଳି ବର୍ମା ଗୋଟିଏ ଉଇକେଟ ନେଇଥିଲେ। ଶେଫାଳି ବର୍ମାଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଘୋଷଣା କରାଯାଇଥିଲା।
ଦ୍ୱିତୀୟ ସେମିଟି କଡା ସଂଘର୍ଷପୂର୍ଣ୍ଣ ରହିଥିଲା। ପାକିସ୍ତାନକୁ ଶ୍ରୀଲଙ୍କା ୧ ରନରେ ପରାସ୍ତ କରି ଫାଇନାଲ ବର୍ଥ ସୁରକ୍ଷିତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୬ ଉଇକେଟରେ ୧୨୨ ରନ କରିଥିଲା। ଦଳ ପକ୍ଷରୁ ହର୍ଷିତା ମାଧବୀ ସର୍ବାଧିକ ୩୫ ରନ କରିଥିଲେ। ପାକିସ୍ତାନ ପକ୍ଷରୁ ନଶ୍ରା ସାନ୍ଧୁ ୩ ଉଇକେଟ ନେଇଥିଲେ। ଜବାବରେ ପାକିସ୍ତାନ ଅଧିନାୟିକା ବିସମା ମାରୁଫଙ୍କ ୪୨ ରନ୍‌ ସତ୍ତ୍ୱେ ଦଳ ୧ ରନ୍‌ ପଛରେ ରହିଥିଲା। ପ୍ଲେୟର ଅଫ୍‌ ଦ ମ୍ୟାଚ ଇନୋକା ରଣଓ୍ବିରା ୧୭ ରନରେ ୨ ଉଇକେଟ ନେଇଥିଲେ। ଅନ୍ତିମ ଓଭରରେ ୯ ରନ୍‌ ଆବଶ୍ୟକ ଥିବା ବେଳେ ଅଚିନି କୂଲସୁରିୟା ଶ୍ରୀଲଙ୍କାକୁ ବିଜୟୀ କରିଥିଲେ। ଶନିବାର ଉଭୟ ଦଳ ଫାଇନାଲ ଲଢେଇରେ ଅବତୀର୍ଣ୍ଣ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri