‘ଶିକ୍ଷା, ଦକ୍ଷତା ବିକାଶକୁ ନେଇ ଭାରତ-ସିଙ୍ଗାପୁର କାମ କରିବେ’

ଭୁବନେଶ୍ୱର ୨୬।୪ (ବ୍ୟୁରୋ): ନୂଆ ଜାତୀୟ ଶିକ୍ଷାନୀତି ଆଧାରରେ ଦେଶର ଯୁବବର୍ଗଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଶିକ୍ଷା ଓ ଦକ୍ଷତା ପରିସଂସ୍ଥାନର ରୂପାନ୍ତରଣ ପାଇଁ ଭାରତ ଓ ସିଙ୍ଗାପୁର ମଧ୍ୟରେ ଆଲୋଚନା ହୋଇଛି। ଏହି ଦୁଇ ରାଷ୍ଟ୍ର ଆଗାମୀ ଦିନରେ ଶିକ୍ଷା ସହ ଦକ୍ଷତା ବିକାଶ ପାଇଁ କାମ କରିବେ। ମଙ୍ଗଳବାର ଭୁବନେଶ୍ୱରଠାରେ ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍‌ର ତୃତୀୟ ବୈଠକ ପରିପ୍ରେକ୍ଷୀରେ ଭାରତ-ସିଙ୍ଗାପୁର ମଧ୍ୟରେ ଆୟୋଜିତ କର୍ମଶାଳାରେ ଯୋଗଦେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ‘ଫ୍ୟୁଚର ଅଫ୍‌ ୱାର୍କ: ଭାରତ ଓ ସିଙ୍ଗାପୁରର ସ୍କିଲ୍‌ ଆର୍କିଟେକ୍‌ଚର ଓ ଗଭର୍ନାନ୍ସ ମଡେଲ’ ବିଷୟବସ୍ତୁ ଉପରେ ଅନୁଷ୍ଠିତ ଏହି କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ କହିଲେ, ଭାରତ ଓ ସିଙ୍ଗାପୁରର ରଣନୈତିକ ଭାଗୀଦାରିରେ ଦକ୍ଷତା ବିକାଶ ଏବଂ ଜ୍ଞାନ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦୁଇଦେଶ ମିଳିତ ଭାବରେ କାମ କଲେ ଉଭୟ ରାଷ୍ଟ୍ର ପାଇଁ ଅନେକ ସୁଯୋଗ ରହିଛି। ବିଶେଷକରି ଭବିଷ୍ୟତର ଶ୍ରମବଳ ପ୍ରସ୍ତୁତ କରିବା ଦିଗରେ କାମ କଲେ ଉଭୟ ଦେଶର ଲକ୍ଷ୍ୟ ସଫଳ ହେବ। ଏହି କର୍ମଶାଳାରେ ଭବିଷ୍ୟତର କାର୍ଯ୍ୟଶୈଳୀ ଉପରେ ଭାରତ ଓ ସିଙ୍ଗାପୁର ମଧ୍ୟରେ ୩ଟି ପ୍ରସଙ୍ଗ ଯଥା ଦକ୍ଷତା ପାଇଁ ନୂଆ ପାଠ୍ୟକ୍ରମର ବିକାଶ, ଧନ୍ଦାମୂଳକ ଶିକ୍ଷା, ଉଚ୍ଚଶିକ୍ଷା କ୍ଷେତ୍ରରେ ଦକ୍ଷତା ପରିସଂସ୍ଥାନ ପାଇଁ ଫ୍ରେମ୍‌ୱାର୍କ ଏବଂ ଜୀବନବ୍ୟାପୀ ସ୍କିଲିଂ ପାଇଁ ଆପ୍ରେଣ୍ଟିସଶିପ୍‌ ଏବଂ ଫ୍ରେମ୍‌ୱାର୍କ ପାଇଁ ଆଲୋଚନା କରାଯାଇଥିଲା। ସିଙ୍ଗାପୁର ସରକାରଙ୍କ ଶିକ୍ଷା ତଥା ଦକ୍ଷତା ବିଭାଗର ଅଧିକାରୀ, ବୈଦେଶିକ ବିଭାଗର ଅଧିକାରୀଙ୍କ ସହ ଭାରତ ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟ, ସ୍କୁଲ ଏବଂ ଉଚ୍ଚଶିକ୍ଷା ବିଭାଗ ଜାତୀୟ ଧନ୍ଦାମୂଳକ ଶିକ୍ଷା ଏବଂ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଭିଟି), ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟ(ଡିଜିଟି), ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆରଟି), କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ), ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ମିଳିତ ଭାବେ ସିଙ୍ଗାପୁର ମଡେଲକୁ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ କିପରି ଉପଯୋଗ କରାଯାଇପାରିବ ସେ ନେଇ ଉଭୟ ଦେଶ ଆଲୋଚନା କରିଥିଲେ। ଏ ନେଇ ସିଙ୍ଗାପୁରର ବୈଦେଶିକ ବିଭାଗ ମନ୍ତ୍ରୀଙ୍କ ସହ ମଧ୍ୟ ବିସ୍ତୃତ ଆଲୋଚନା ହୋଇଛି। ସେହିପରି ଭାରତର ଅନେକ ରାଜ୍ୟ ସିଙ୍ଗାପୁର ସହ ଅନୁବନ୍ଧିତ ହୋଇଛନ୍ତି। ତେଣୁ ଭାରତ ଓ ସିଙ୍ଗାପୁର ମିଶି ସ୍କୁଲ ପାଠ୍ୟକ୍ରମରେ ସିଙ୍ଗାପୁର ଆଣିଥିବା ସ୍କିଲିଂ ବିଷୟକୁ ମଧ୍ୟ ଗ୍ରହଣ କରାଯିବ। ଏଆଇସିଟିଇ ଦ୍ୱାରା ପରିଚାଳିତ ଇଞ୍ଜିନିୟରିଂ ଏବଂ ପଲିଟେକନିକ କଲେଜର ଛାତ୍ରୀଛାତ୍ର କିପରି ଦକ୍ଷତା ପରିସଂସ୍ଥାନରେ ଅଧିକ ଯୋଡ଼ିହେବେ ତାହାର ଯୋଜନା କରାଯିବ। ଏହାସହ ବର୍ତ୍ତମାନର ୱାର୍କଫୋର୍ସକୁ ନିରନ୍ତର ରି-ସ୍କିଲିଂ ଏବଂ ଅପ୍‌-ସ୍କିଲିଂ କରାଯିବା ନେଇ ଗୁରୁତ୍ୱ ଦିଆଯାଉଛି। ବିଗତ ଶତାବ୍ଦୀରେ ଅର୍ଥନୀତିର ଦ୍ରୁତ ପ୍ରଗତି କ୍ଷେତ୍ରରେ ସିଙ୍ଗାପୁର ବିଶ୍ୱର ଗୋଟିଏ ମଡେଲ ହୋଇଛି। ଆଣବିକ କ୍ଷେତ୍ରରେ ଭାରତ ଓ ସିଙ୍ଗାପୁର ମିଳିତ ଭାବରେ କାମ କରିବା ଦିଗରେ ଉଦ୍ୟମ ଜାରି ରହିଛି। ଭାରତର ୟୁପିଆଇ ସିଷ୍ଟମକୁ ସିଙ୍ଗାପୁର ସରକାର ଲାଗୁ କରିଛନ୍ତି। ଫଳରେ ଭାରତ ଓ ସିଙ୍ଗାପୁରର ସମ୍ପର୍କ ମଜଭୁତ ହେଉଥିବା କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି। କର୍ମଶାଳାରେ ଭାରତରେ ଅବସ୍ଥାପିତ ସିଙ୍ଗାପୁର ହାଇକମିଶନର ସିମନ ୱଙ୍ଗ୍‌, ସିଙ୍ଗାପୁରର ଉଚ୍ଚଶିକ୍ଷା, ଦକ୍ଷତା ଏବଂ ଶିକ୍ଷା ମନ୍ତ୍ରଣାଳୟର ଉପସଚିବ ମେଲିସା ଖୁ, ଭାରତର ଶିକ୍ଷା ମନ୍ତ୍ରଣାଳୟ, ଦକ୍ଷତା ମନ୍ତ୍ରଣାଳୟ, ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବ ଏବଂ ଶିକ୍ଷା ଓ ଦକ୍ଷତା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହାସହ ଭାରତ ଓ ସିଙ୍ଗାପୁରର ଶିକ୍ଷା ଓ ଦକ୍ଷତା କ୍ଷେତ୍ରର ଷ୍ଟେକ୍‌ହୋଲଡର, ଶିକ୍ଷାବତ୍‌ ଓ ଛାତ୍ରୀଛାତ୍ର ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri