ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନର ମୁହଁ ବନ୍ଦ କଲା ଭାରତ: ଏବେ କରିବ କ’ଣ

ନ୍ୟୁୟର୍କ,୨୪।୫: ଭାରତ ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ପାକିସ୍ତାନର ମୁହଁ ବନ୍ଦ କରିଛି ଭାରତ। ପାକିସ୍ତାନର ‘ଘୋର କପଟତା’କୁ ନିନ୍ଦା କରି କହିଛି, ଯେଉଁ ଦେଶ ଆତଙ୍କବାଦୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ କରେ ନାହିଁ, ତାହାର ସାଧାରଣ ଲୋକଙ୍କ ସୁରକ୍ଷା ବିଷୟରେ କଥା ହେବାର କୌଣସି ଅଧିକାର ନାହିଁ।

ଭାରତ ଏହା ଉପରେ ଗୁରୁତ୍ୱାରୋପ କରିଛି, ପାକିସ୍ତାନୀ ସେନା ଏହି ମାସର ଆରମ୍ଭରେ ଜାଣିଶୁଣି ଭାରତୀୟ ସୀମାନ୍ତ ଗ୍ରାମଗୁଡ଼ିକୁ ଗୁଳିମାଡ଼ କରିଥିଲା। ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲା ଏବଂ ଧାର୍ମିକ ସ୍ଥଳଗୁଡ଼ିକୁ ଜାଣିଶୁଣି ଟାର୍ଗେଟ କରିଥିଲା। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବଥନେନୀ ହରିଶ କହିଛନ୍ତି, ପାକିସ୍ତାନୀ ପ୍ରତିନିଧିଙ୍କ ଦ୍ୱାରା ଅନେକ ପ୍ରସଙ୍ଗରେ କରାଯାଇଥିବା ଭିତ୍ତିହୀନ ଅଭିଯୋଗର ଜବାବ ଦେବାକୁ ମୁଁ ବାଧ୍ୟ।

ଭାରତ ପୂର୍ବରୁ, ଜାତିସଂଘରେ ପାକିସ୍ତାନର ରାଷ୍ଟ୍ରଦୂତ ଅସୀମ ଇଫତିଖାର ଅହମ୍ମଦ ତାଙ୍କ ଭାଷଣରେ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ବିବାଦ ବିଷୟରେ ଆଲୋଚନା କରିଥିଲେ। କଡ଼ା ପ୍ରତିକ୍ରିୟା ଦେଇ ହରିଶ କହିଛନ୍ତି, ଭାରତ ଦଶନ୍ଧି ଧରି ଏହାର ସୀମାରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣର ସମ୍ମୁଖୀନ ହୋଇଆସୁଛି। ଏହା ମୁମ୍ବାଇ ସହର ଉପରେ ହୋଇଥିବା ଭୟଙ୍କର ୨୬/୧୧ ଆକ୍ରମଣଠାରୁ ଆରମ୍ଭ କରି ଏପ୍ରିଲ ୨୦୨୫ରେ ପହଲଗାମରେ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ନିର୍ମମ ଗଣହତ୍ୟା ପର୍ଯ୍ୟନ୍ତ ପରିସରଭୁକ୍ତ।

ହରିଶ ଆହୁରି କହିଛନ୍ତି, ପାକିସ୍ତାନୀ ଆତଙ୍କବାଦର ଶିକାର ମୁଖ୍ୟତଃ ସାଧାରଣ ନାଗରିକ ହୋଇଛନ୍ତି। କାରଣ ଏହାର ଲକ୍ଷ୍ୟ ଆମର ସମୃଦ୍ଧି, ପ୍ରଗତି ଏବଂ ମନୋବଳ ଉପରେ ଆକ୍ରମଣ କରିବା। ଏପରି ଏକ ଦେଶ ନିଜ ନାଗରିକଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନାରେ ଅଂଶଗ୍ରହଣ କରିବା ଅନ୍ତର୍ଜାତୀୟ ସମ୍ପ୍ରଦାୟ ପାଇଁ ଅପମାନ। ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ ବାରମ୍ବାର ସାଧାରଣ ଲୋକଙ୍କ ଢାଲ ବ୍ୟବହାର କରିଛି। ଆମେ ସମ୍ପ୍ରତି ପାକିସ୍ତାନର ବରିଷ୍ଠ ସରକାରୀ, ପୋଲିସ ଏବଂ ସାମରିକ ଅଧିକାରୀମାନଙ୍କୁ ଅପରେଶନ ସିନ୍ଦୂର ଦ୍ୱାରା ଟାର୍ଗେଟ କରାଯାଇଥିବା ଆତଙ୍କବାଦୀଙ୍କ ଶବଦାହରେ ଯୋଗଦେବାର ଦେଖିଛୁ। ଯେଉଁ ଦେଶ ଆତଙ୍କବାଦୀ ଏବଂ ନାଗରିକଙ୍କ ମଧ୍ୟରେ ପାର୍ଥକ୍ୟ କରେ ନାହିଁ, ତାହାର ନାଗରିକଙ୍କ ସୁରକ୍ଷା ବିଷୟରେ କଥା ହେବାର କୌଣସି ଅଧିକାର ନାହିଁ।

ହରିଶ କହିଲେ, ଆମକୁ ସ୍ପଷ୍ଟ ହେବାକୁ ପଡିବ। ଜାତିସଂଘ ଦ୍ୱାରା ମନୋନୀତ ଆତଙ୍କବାଦୀଙ୍କ ସୁରକ୍ଷା ପାଇଁ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ଯୁକ୍ତି ଭାବରେ ବ୍ୟବହାର କରାଯିବା ଉଚିତ୍‌ ନୁହେଁ। ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ଆତଙ୍କବାଦ ବିରୁଦ୍ଧରେ ଏକ ଶୂନ୍ୟ ସହନଶୀଳତା ନୀତି ପ୍ରଣୟନ କରିବାକୁ ପଡିବ ଏବଂ ଯେଉଁମାନେ ଏହାକୁ ପ୍ରାୟୋଜିତ ଏବଂ ରକ୍ଷା କରନ୍ତି ସେମାନଙ୍କୁ ଡାକିବାକୁ ପଡିବ। ପରିଷଦ ଏବଂ ଅନ୍ତର୍ଜାତୀୟ ସମ୍ପ୍ରଦାୟ ନାଗରିକଙ୍କ ଜୀବନ, ସମ୍ମାନ ଏବଂ ଅଧିକାର ସମେତ ପ୍ରଭାବଶାଳୀ ଏବଂ ସମୟୋଚିତ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଉଚିତ।

ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ୬ ମେ ରାତିରେ ‘ଅପରେଶନ ସିନ୍ଦୂର’ ଅଧୀନରେ ସଠିକ ଆକ୍ରମଣ ମାଧ୍ୟମରେ ପାକ ଅଧିକୃତ କଶ୍ମୀର ଏବଂ ପାକିସ୍ତାନରେ ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା। ଏହାର କିଛି ସମୟ ପରେ, ପାକିସ୍ତାନ ୮, ୯ ଏବଂ ୧୦ ମେରେ ଭାରତୀୟ ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri